ରାମାୟଣରେ ରାବଣ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ଦେହାନ୍ତ

ମୁମ୍ବାଇ: ଲୋକପ୍ରିୟ ଧାରାବାହିକ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କର ଦେହାନ୍ତ ହୋଇଛି। ଅରବିନ୍ଦ ଗତ ରାତିରେ ମୁମ୍ୱାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ravan

ରାବଣ ଭୂମିକାର ଦେହାନ୍ତରେ ଥରି ଉଠିଥିଲା ଦେଶ

୮୦ ଦଶକରେ ରାମାୟଣ ଧାରାବାହିକର ପ୍ରସାରଣ ଦେଶରେ ଟିଭି ଦୁନିଆରେ ଏକ ନବଜାଗରଣର ସଂଚାର କରିଥିଲା । ଏହା ଦେଶର ସଂଚାର ବ୍ୟବସ୍ଥାର ଗତିପଥକୁ ବଦଳାଇ ଦେଇଥିଲା । ଏହି ସମୟରେ ରାମାୟଣ ସହ ଲୋକମାନେ ମାନସିକତା ଅବସ୍ଥାରେ ଏମିତି ଜଡିତ ଥିଲେଯେ, ସିରିୟାଲରେ ରାବଣର ଯେଉଦିନ ପ୍ରଭୁ ରାମଙ୍କ ଦ୍ଵାରା ଦେହାନ୍ତ ହେଲା, ସାରା ଦେଶରେ ଏକ ଶିହରଣ ଖେଳିଗଲା । ରାବଣ ଭୂମିକାରେ ଜୀବନ୍ତ ଅଭିନୟ କରିଥିବା ଅରବିନ୍ଦଙ୍କ ଯୋଗୁଁ ଏହି ଚରିତ୍ର ଅତ୍ୟନ୍ତ ପ୍ରଭାବୀ ଏବଂ ବାସ୍ତବବାଦି ମାନେ ହେଉଥିଲା।

ravan aravind tribedi

ଅରବିନ୍ଦ ତ୍ରିବେଦୀଙ୍କ ବିୟୋଗରେ ଟିଭି ଓ ଫିଲ୍ମ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ବହୁ ଅଭିନେତା ଓ ଅଭିନେତ୍ରୀ ଶୋକ ପ୍ରକାଶ କରିଛନ୍ତି । ମଧ୍ୟପ୍ରଦେଶର ମୂଳ ବାସିନ୍ଦା ଅରବିନ୍ଦ ତ୍ରିବେଦୀ। ଫିଲ୍ମ 'ପରାୟା ଧନ'ରୁ ସେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । କିଛି ହିନ୍ଦୀ ଓ ଗୁଜରାଟୀ ଫିଲ୍ମରେ ସେ ଅଭିନୟ ବି କରିଥିଲେ।

ଅରବିନ୍ଦ ତ୍ରିବେଦୀ ପାଖାପାଖି ୩୦୦ ଫିଲ୍ମରେ କାମ କରିଛନ୍ତି । 'ରାମାୟଣ' ସିରିଏଲ୍ ସହ 'ବିକ୍ରମ ଔର ବେତାଲ'ରେ ବି ଗୁରୁତ୍ୱପୂର୍ଣ୍ଣ କ୍ୟାରେକ୍ଟରରେ ନଜର ଆସିଥିଲେ । ଗୁଜରାଟୀ ଫିଲ୍ମରେ ଅଭିନୟ ପାଇଁ ବହୁ ସମ୍ମାନର ଅଧିକାରୀ ହୋଇଥିଲେ ଅରବିନ୍ଦ ତ୍ରିବେଦୀ। ଏଥିସହ ରାଜନୀତି ମୈଦାନରେ ବି ପାଦ ଥାପିଥିଲେ । ୧୯୯୧ରେ ଗୁଜରାଟର ସାବରକାନ୍ଥା ଲୋକସଭା ଆସନରୁ ବିଜେପି ଟିକେଟରେ ବିଜୟୀ ହୋଇ ସଂସଦକୁ ଯାଇଥିଲେ।

ସାଂସଦରେ ଚର୍ଚା ହୋଇଥିଲା: "ରାବଣ ମୁହଁ ରେ ରାମ"

ବିଜେପିରୁ ନିର୍ବାଚନରେ ସଫଳ ହୋଇ ଅରବିନ୍ଦ ଲୋକସଭା ସାଂସଦ ହୋଇଥିଲେ। ଗୁଜରାତରେ ବିଜୁଳି ସମସ୍ଯାକୁ ନେଇ ସେତେବେଳେ ସାଂସଦରେ ଏକ ଆଲୋଚନାରେ ଅଂଶ ଗ୍ରହଣ କରିବା ଅବସରରେ ଅରବିନ୍ଦ କଥା ପ୍ରସଙ୍ଗରେ ରାମରାଜ୍ୟ ଭଳି ସୁଶାସନର ଅବଶ୍ୟକତା ସମ୍ପର୍କରେ ଏକ ହାଲୁକା ଟିପ୍ପଣୀ ଦେଇଥିଲେ। ଏହି ଅବସରରେ ଲୋକ ସଭାର ଆଲୋଚନା ଟିକିଏ ହାଲୁକା ହୋଇଯାଇଥିଲା । ସଦସ୍ୟମାନେ କହିଥିଲେ: "ରାବଣ ମୁହଁରେ ରାମ ନାମ"। ତେବେ ଅରବିନ୍ଦଙ୍କୁ ସମସ୍ତେ ଅତ୍ୟନ୍ତ ପ୍ରଶଂସା ଏବଂ ସମ୍ମାନ ଦେଉଥିଲେ।

ରାମ ଭକ୍ତ ଥିଲେ ରାବଣ!

ଅରବିନ୍ଦ ତ୍ରିବେଦୀ ଯଦିଓ ଅଭିନୟ କରିଥିଲେ ରାବଣ ଭୂମିକାରେ, କିନ୍ତୁ ସେ ଥିଲେ ଅତ୍ୟନ୍ତ ରାମ ଭକ୍ତ। କରୋନା ମହାମାରୀ ସମୟରେ ଦୂରଦର୍ଶନରେ ପୁଣି ଠାରେ ରାମାୟଣ ପ୍ରସାରିତ ହେବା ସମୟରେ ଟିଭି ସାମନାରେ ହାତ ଯୋଡି ରାମଙ୍କୁ ପ୍ରାର୍ଥନା କରୁଥିବା ଦ୍ରୁଶ୍ଯ ବେଶ ରୋମାଞ୍ଚିତ କରିଥିଲା ଭାରତୀୟଙ୍କୁ । ଶୁଣିବାକୁ ମିଳେ, ରାମାୟଣରେ ଭୂମିକା ବେଳେ ଶୁଟିଙ୍ଗ ସେଟରେ ରାବଣଙ୍କୁ କାଣ୍ଡିବାକୁ ବେଳେବେଳେ ଦେଖିବାକୁ ମିଳୁଥିଲା। ଏହି ଭୂମିକରେ ଅଭିନୟ ପୂର୍ବରୁ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ଅରବିନ୍ଦ।

Ravan Ramayan

ଜୀବନ୍ତ ଅଭିନୟ ପାଇଁ ମନେ ରହିବେ:

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+