0TT'ରେ ଦେଖନ୍ତୁ ଫିଲ୍ମ 'ରାମ ସେତୁ', ଏହି ତାରିଖରେ ହେବ ରିଲିଜ୍
0TT'ରେ ଦେଖନ୍ତୁ ଫିଲ୍ମ 'ରାମ ସେତୁ', ଏହି ତାରିଖରେ ହେବ ରିଲିଜ୍
ମୁମ୍ବାଇ: ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାମ ସେତୁ' ବକ୍ସ ଅଫିସରେ ଭଲ ଆୟ କରି ପାରିନ ଥିଲା । ଫିଲ୍ମକୁ ପାଇଁ ଖିଲାଡି କୁମାରଙ୍କୁ ଟ୍ରୋଲ ହେବା ପାଇଁ ପଡିଥିଲା । ଚଳଚ୍ଚିତ୍ରଟି ହୁଏତ ଥିଏଟରରେ ଅଧିକ ଦେଖାଯାଇ ନଥାଇପାରେ, କିନ୍ତୁ ଆପଣ ଏହାକୁ ଘରେ ବସି ଏଥର ଦେଖି ପାରିବେ । ଫିଲ୍ମଟି OTT ରେ ରିଲିଜ୍ ହେବା ପାଇଁ ପ୍ରସ୍ତୁତ । ଚାଲନ୍ତୁ ଦେଖିବା ଫିଲ୍ମଟି କେବେ ଓ କେଉଁ ପ୍ଲାଟଫର୍ମରେ ରିଲିଜ୍ ହେବା ପାଇଁ ଯାଉଛି ।

ପ୍ରାଇମ ଭିଡିଓ ଅକ୍ଷୟ କୁମାରଙ୍କ ଅଭିନୀତ 'ରାମ ସେତୁ'ର ରାଇଟସ୍ କିଣିସାରିଛି । ଏହି ଚଳଚ୍ଚିତ୍ର 'ପ୍ରାଇମ ଭିଡିଓ' OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। OTT' ରେ ଡିସେମ୍ବର ୯ କିମ୍ବା ଡିସେମ୍ବର ୧୬, ୨୦୨୨ ରେ ମୁକ୍ତିଲାଭ କରିବାର ସମ୍ଭାବନା ରହିଛି । ତେଣୁ ବର୍ତ୍ତମାନ ଯେଉଁମାନେ ଥିଏଟରରେ ଏହି ଚଳଚ୍ଚିତ୍ରକୁ ଉପଭୋଗ କରିନାହାଁନ୍ତି, ସେମାନେ ଘରେ ବସି ଫିଲ୍ମ ଦେଖିପାରିବେ । ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିବ ।
୨୫ ଅକ୍ଟୋବର ୨୦୨୨ ରେ ବଡ ପରଦାରେ ମୁକ୍ତିଲାଭ କରିଥିବା ଫିଲ୍ମ 'ରାମ ସେତୁ'ର ବକ୍ସ ଅଫିସରେ ଭଲ ଆୟ କରି ପାରିନଥିଲା । ଚଳଚ୍ଚିତ୍ରର ଓପନିଂ ଦିନର ଆୟ ଭଲ ରହିଥିଲା କିନ୍ତୁ ପରେ ଏହାର ଆୟର ଲାଗିଥିଲା ବ୍ରେକ୍ । ଏହି ଚଳଚ୍ଚିତ୍ରର ମୂଲ୍ୟ ୧୫୦ କୋଟି ଟଙ୍କା ଥିଲା, କିନ୍ତୁ ୮ ଦିନ ଧରି ଫିଲ୍ମଟି ମାତ୍ର ୬୦ କୋଟି ଟଙ୍କାର ବ୍ୟବସାୟ କରିପାରିଥିଲା । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କ ବ୍ୟତୀତ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ନଶରତଙ୍କୁ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳିଥିଲା ।'ରାମ ସେତୁ' ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ୍ ଚଳଚ୍ଚିତ୍ର । ବର୍ତ୍ତମାନ ଦର୍ଶକମାନେ ଏହାର OTT ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।












Click it and Unblock the Notifications