ନିଜ ମନ୍ତବ୍ୟ ପାଇଁ ଅଡ଼ୁଆରେ ରାମ କପୁର
ଏକ ୱେବ୍ ସିରିଜ୍ର ପ୍ରମୋସନ କାର୍ଯ୍ୟକ୍ରମରେ ଯୋଗ ଦେଇ ବିବାଦୀୟ ଓ ଅଶ୍ଳୀଳ ମନ୍ତବ୍ୟ ଦେଇ ଫସିଲେ ଅଭିନେତା ରାମ କପୁର । ରାମ କପୁର ଏବଂ ମୋନା ସିଂହ ପ୍ରମୋସନ ପାଇଁ ମୁମ୍ବାଇର ଜେଡବ୍ଲୁ ମ୍ୟାରିଅଟ୍ ହୋଟେଲରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମରେ ରାମ କପୁର ବିବାଦୀୟ ତଥା ଅଶ୍ଲୀଳ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।
ଜିଓ ହଟଷ୍ଟାରର ପିଆର ଟିମ୍ ସହିତ କଥାବାର୍ତ୍ତା ସମୟରେ ରାମ କପୁର ଜଣେ ମହିଳାଙ୍କ ପୋଷାକ ଦେଖି କିଛି ଆପତ୍ତିଜନକ ବୟାନ ଦେଇଛନ୍ତି । ଏହାକୁ ନେଇ ଜିଓ ହଟଷ୍ଟାରର ଟିମ୍ ସଦସ୍ୟ କହିଛନ୍ତି ଯେ ରାମ କପୁରଙ୍କ ଏପରି ଅଶ୍ଳୀଳ ମନ୍ତବ୍ୟ ଦେଖି ପୂରା ଟିମ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ବାସ୍ତବରେ ରାମ କପୁର ପାଇଁ ଏକ ସାଧାରଣ ସାକ୍ଷାତକାର ପାଇଁ ପହଞ୍ଚିଥିଲେ ।
ଜିଓ ହଟଷ୍ଟାରର ଟିମ୍ ସଦସ୍ୟ କହିଛନ୍ତି ଯେ ରାମ କପୁରଙ୍କ ଏପରି ଅଶ୍ଳୀଳ ମନ୍ତବ୍ୟ ଦେଖି ସମଗ୍ର ଟିମ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲା। କେବଳ ଏତିକି ନୁହେଁ ରାମ କପୁରଙ୍କ କ୍ରମାଗତ ସାକ୍ଷାତକାର ଥିଲା। ତେଣୁ ଜଣେ ମହିଳା ସାମ୍ବାଦିକା ରାମଙ୍କ ପୋଷାକରେ ମାଇକ୍ ଲଗାଇଥିଲେ। ଏହି ସମୟରେ ରାମ କହିଥିଲେ, 'ଯେମିତି ଲାଗୁଛି ମୋ ସହିତ ଏହା ଗଣଦୁଷ୍କର୍ମ ହେଉଛି।













Click it and Unblock the Notifications