ଅଭିନେତ୍ରୀଙ୍କ ପାଦକୁ ଚୁମ୍ବନ ଦେଲେ ରାମ ଗୋପାଳ ବର୍ମା, ଟ୍ରେଣ୍ତ କରୁଛି ଫଟୋ

ଅଭିନେତ୍ରୀଙ୍କ ପାଦକୁ ଚୁମ୍ବନ ଦେଲେ ରାମ ଗୋପାଳ ବର୍ମା, ଟ୍ରେଣ୍ତ କରୁଛି ଫଟୋ

ମୁମ୍ବାଇ: ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ବିବାଦୀୟ ଚଳଚ୍ଚିତ୍ର 'Khatra Dangerous'କୁ ନେଇ କିଛି ଦିନ ହେଲା ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମ ୯ ଡିସେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ ଲେସବିୟାନଙ୍କ କାହାଣୀ ଦେଖିବା ପାଇଁ ମିଳିବ । ସିନେମାରେ ଅଧିକ ରୋମାଣ୍ଟିକ୍ ସିନ୍ ମଧ୍ୟ ରହିଛି ।

Ram Gopal Varma

ଅନ୍ତରଙ୍ଗତା ଏବଂ ଏଡଲ୍ଟ କଣ୍ଟେଣ୍ଟ ପାଇଁ ଏହି ଫିଲ୍ମକୁ ସାର୍ଟିଫିକେଟ୍ ମିଳିଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ରାମ ଗୋପାଳ ଭର୍ମାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଫିଲ୍ମର ଅଭିନେତ୍ରୀ ଆଶୁ ରେଡ୍ଡୀଙ୍କ ପାଦ ମସାଜ୍ କରୁଥିବା ନଜର ଆସୁଛନ୍ତି । ତେବେ ଏହା ତ ସମସ୍ତ ଜାଣିଛନ୍ତି ଯେ ରାମ ଗୋପାଳ ବର୍ମା ତାଙ୍କ ଚଳଚ୍ଚିତ୍ରର ପ୍ରମୋସନ ପାଇଁ ଯେ କୌଣସି ସ୍ତରକୁ ମଧ୍ୟ ଯାଇପାରନ୍ତି । ଯାହାର ଏକ ବଡ ପ୍ରମାଣ ହେଉଛି ଭାଇରାଲ ହେବାଥିବା ଏହି ଫଟୋ । 'Khatra Dangerous'ର ଅଭିନେତ୍ରୀ ଆଶୁ ରେଡ୍ଡୀ ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ଯେଉଁଥିରେ RGVତାଙ୍କ ପାଦ ମସାଜ କରୁଥିବାର ଦେଖିବା ପାଇଁ ମିଳୁଛି ।

ପୂର୍ବରୁ ଅନେକ ଥର ରାମ ଗୋପାଳ ବର୍ମା ଟ୍ରୋଲର ଶିକାର ହୋଇଛନ୍ତି । ବର୍ତ୍ତମାନ ଏହି ଫଟୋ ଦେଖିବା ପରେ ପୁଣି ଥରେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛନ୍ତି RGV । ପ୍ରଶଂସକମାନେ ଏହି ଫୋଟକୁ ସେୟାର କରିବା ସହ ଭିନ୍ନ ଭିନ୍ନ କମେଣ୍ଟ ସହ ଉଭୟଙ୍କୁ ସମାଲୋଚନା କରିବାର କୌଣସି ମୌକା ହାତ ଛଡା କରୁ ନାହଁନ୍ତି । ଅନେକ ତାଙ୍କୁ ଟ୍ରେଣ୍ଡ ସେଟର ବୋଲି କହୁଥିବା ବେଳେ ଜଣେ ୟୁଜର ତାଙ୍କୁ ଭାଗ୍ୟବାନ ବୋଲି କହିଛନ୍ତି । ସେହିପରି ଆଉ ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି
ଯେ ସେ ଅର୍ଥାତ୍ ରାମ ଗୋପାଲ ବର୍ମା ଫିଲ୍ମର ପ୍ରମୋସନ ପାଇଁ ଯେ କୌଣସି ସ୍ତରକୁ ମଧ୍ୟ ଖସିଯାଇ ପାରନ୍ତି ।

'Khatra Dangerous'ଦେଶର ପ୍ରଥମ ଲେସବିୟାନ୍ ଚଳଚ୍ଚିତ୍ର । ଯେଉଁଥିରେ ଦକ୍ଷିଣ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀ ଆପସରା ରାଣୀ ଏବଂ ନୈନା ଗାଙ୍ଗୁଲି ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ରାମ ଗୋପାଳ ଭର୍ମାଙ୍କର ଆଉ ଏକ ବିବାଦୀୟ ଚଳଚ୍ଚିତ୍ର, ଅନେକ ବିବାଦ ସତ୍ୱେ ଶେଷରେ ଡିସେମ୍ବର ୯ ରେ ଏହି ସିନେମା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହାପୂର୍ବରୁ ଏହି ଫିଲ୍ମ ଏପ୍ରିଲ ୮ ରେ ରିଲିଜ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ହେଲେ ବିବାଦ ପାଇଁ ଏହାକୁ ସ୍ଥଗିତ ରଖିବାକୁ ପଡିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+