Get Updates
Get notified of breaking news, exclusive insights, and must-see stories!

ହଲିଉଡ ଫିଲ୍ମରେ ନଜର ଆସିବେ 'RRR'ଅଭିନେତା ରାମ ଚରଣ !

ହଲିଉଡ ସିନେମାରେ ଦେଖିବା ପାଇଁ ମିଳିବ ଟ୍ରିପଲ୍ ଆର୍ ଫେମ୍ ରାମ ଚରଣଙ୍କ ଯାଦୁ । ଡେବ୍ୟୁକୁ ନେଇ ଦେଲେ ସଙ୍କେତ୍ ।

Ram Charan

Ram Charan Hollywood Debut: ଚଳଚ୍ଚିତ୍ର ଆରଆରଆର ଗୀତ 'ନାଟୁ ନାଟୁ' ଓସ୍କାର ଜିତିବା ପରେ ଏବେ ସବୁଠି ଚର୍ଚ୍ଚାରେ ଅଛନ୍ତି ଟିମ୍ ଟ୍ରିପଲ୍ ଆର୍ । ତେଲୁଗୁ ସୁପରଷ୍ଟାର ରାମ ଚରଣ ଏହି ସଫଳତାକୁ ଧୂମଧାମରେ ସେଲିବ୍ରେଟ୍ କରୁଛନ୍ତି । ମାର୍ଚ୍ଚ ୨୦୨୨ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଥିଲା ​ ।

ସୁପରହିଟ୍ ଟ୍ରାକ୍,'ନାଟୁ ନାଟୁ'କୁ ୯୫ତମ ଏକାଡେମୀ ପୁରସ୍କାରରେ ଶ୍ରେଷ୍ଠ ଗୀତ ଭାବେ ସମ୍ମାନଜନକ ଓସ୍କାର ପ୍ରଦାନ କରାଯାଇଥିଲା । ଲସ୍ ଏଞ୍ଜେଲେଲ୍ସରେ ଏକାଡେମୀ ପୁରସ୍କାର ବିତରଣ ସମାରୋହରେ ବିଜେତା ଏମ.ଏମ କେରାବାନୀ, ଚନ୍ଦ୍ର ବୋଷ, ନିର୍ଦ୍ଦେଶକ ଏସଏସ ରାଜାମୌଲି, ରାମ ଚରଣ ଏବଂ ଜୁନିୟର ଏନଟିଆର ସମେତ ସମଗ୍ର 'ଆରଆରଆର'ଟିମ୍ ଯୋଗ ଦେଇଥିଲା । ନିକଟରେ ରାମ ଚରଣ ତାଙ୍କ ବିଜୟ ପରେ ଭାରତ ଫେରି ଗଣମାଧ୍ୟମକୁ ଭେଟିଥିଲେ। ଯେଉଁଠି ସେ ନିଜ ହଲିଉଡ ଡେବ୍ୟୁ ବିଷୟରେ ସୂଚନା ଦେଇଥିଲେ ।

ମିଡିଆ ସହ ଆଲୋଚନା କରିବା ସମୟରେ ଅଭିନେତାଙ୍କୁ ତାଙ୍କ ହଲିଉଡ ଡେବ୍ୟୁ ବିଷୟରେ ପ୍ରଶ୍ନ କରାଯାଇଥିଲା । ହେଲେ ଅଭିନେତା ଏ ବିଷୟରେ କିଛି ଅଧିକ ସୂଚନା ଦେଇ ନଥିଲେ । ହେଲେ ସେ ସଙ୍କେତ ଦେଇଥିଲେ । ସେ କହିଥିଲେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଠିକ୍ ନାହିଁ, ବର୍ତ୍ତମାନ ଏ ଦିଗରେ କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ଏ ବିଷୟରେ ଆଲୋଚନା କରିବା ଠିକ୍ ହେବ ନାହିଁ । କାରଣ କାରଣ ମା' କୁହନ୍ତି ନଜର ଲାଗିଯାଏ । ଇଣ୍ତଷ୍ଟ୍ରିରେ ଯାହା ପାଖରେ ଟ୍ୟାଲେଣ୍ଟ ଅଛି ସମସ୍ତେ କାମ କରିବା ପାଇଁ ଚାହୁଁଛନ୍ତି ।


ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆମେରିକାରେ ମଧ୍ୟ ଏକ ସାକ୍ଷାତକାରରେ ରାମ ଚରଣ ହଲିଉଡ ଚଳଚ୍ଚିତ୍ରରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ତେବେ ଦେଖିବା ବାକି ରହିଲା କେବେ ପାନ୍ ଇଣ୍ଡିଆ ତାରକା ରାମ ଚରଣ ହଲିଉଡ ସିନେମାରେ କାମ କରି ସାରା ବିଶ୍ୱରେ ନିଜ ପ୍ରଶଂସକଙ୍କୁ ଆକର୍ଷିତ କରୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+