Get Updates
Get notified of breaking news, exclusive insights, and must-see stories!

କଙ୍ଗନାଙ୍କ ମନ ଜିଣିଲେ ରକୁଲ,ଇନଷ୍ଟାଗ୍ରାମରେ ସେୟାର କଲେ ପୋଷ୍ଟ

ରକୁଲ ନିଜ ପ୍ରତିଭା ଦ୍ୱାରା କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା ରଣାୱତଙ୍କୁ ପ୍ରଭାବିତ କରିଛନ୍ତି । ରକୁଲଙ୍କର ପ୍ରଶଂସା କରି କଙ୍ଗନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ପାଇଁ ଏକ ଖାସ ନୋଟ୍ ମଧ୍ୟ ଲେଖିଛନ୍ତି

ମୁମ୍ବାଇ:ଅଭିନେତ୍ରୀ କଙ୍ଗନାଙ୍କୁ ନେଇ ସବୁବେଳେ ବିବାଦ ଲାଗିରହିଥାଏ । ସୋସିଆଲ ମିଡିଆରେ ମଧ୍ୟ ନିଜ ବିବାଦିୟ ମନ୍ତବ୍ୟ ପାଇଁ ସବୁବେଳେ ବିବାଦ ଘେରରେ ଛନ୍ଦି ହୋଇ ରହିଥାନ୍ତି ବଲିଉଡର କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା । ତାଙ୍କର ଏପରି ଅନ୍ଦାଜ ପାଇଁ ତାଙ୍କୁ ଅନେକ ଥର ଟାର୍ଗେଟ ମଧ୍ୟ କରାଯାଇଛି ଏପରିକି ଅନେକ ଥର ତାଙ୍କର ଅନେକ ଫିଲ୍ମକୁ ରିଲିଜ୍ ପୂର୍ବରୁ ହିଁ ବୟକଟ୍ କରାଯିବା ସହ ବ୍ୟାନ କରିବା ପାଇଁ ମଧ୍ୟ ଦାବି କରାଯାଇଥାଏ । ଫିଲ୍ମ 'ଧାକଡ୍' ରିଲିଜ ପୂର୍ବରୁ ସୋସିଆଲ ମିଡିଆରେ ବୟକଟ୍ ଧାକଡ୍ ବେଶ ଟ୍ରେଣ୍ତରେ ରହିଥିଲା ।କାରଣଥିଲା କଙ୍ଗନା ଓ ସଲମାନଙ୍କ ବନ୍ଧୁତା । ହେଲେ ବିଟାଉନର ଅନେକ ଷ୍ଟାରଙ୍କର ସହ ରହିଛି କଙ୍ଗନାଙ୍କର ଶତ୍ରୁତା । ସୋସିଆଲ ମିଡିଆରେ ବେସ୍ ଆକ୍ଟିଭ ରହୁଥିବା କଙ୍ଗନା ଷ୍ଟାରକିଡ୍ ଓ ଅନ୍ୟ କଳାକାରଙ୍କୁ ଟ୍ରୋଲ କରିବା ପାଇଁ ପଛାନ୍ତି ନାହିଁ, ହେଲେ ଆଜି ପଙ୍ଗା ଗର୍ଲଙ୍କ ଗୁଡ୍ ଲିଷ୍ଟରେ ସାମିଲ ହୋଇଛନ୍ତି ଜଣେ ଅଭିନେତ୍ରୀ । ଯାହାଙ୍କୁ ପ୍ରଶଂସାର ପୋତିପକାଇଛନ୍ତି କଙ୍କନା ।

KANGANA

ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ନିଜ ଲୁକ୍ ଓ ଷ୍ଟାଇଲ ପାଇଁ ପ୍ରସିଦ୍ଧ । ତେବେ ଏବେ ସେ ୱାଶିଂଟନ୍ ଡିସିରେ ଅଛନ୍ତି, ଯେଉଁଠାରେ ତାଙ୍କୁ କପିଲ ଦେବ ଏବଂ ସଦ୍‌ଗୁରୁଙ୍କ ସହ ଗଲ୍ଫ ଖେଳୁଥିବା ଦେଖିବାକୁ ମିଳିଥିଲା। ରକୁଲ ପ୍ରୀତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ପୂର୍ବତନ କ୍ରିକେଟର କପିଲ ଦେବ ଏବଂ ଆଧ୍ୟାତ୍ମିକ ଗୁରୁ ସଦ୍‌ଗୁରୁଙ୍କ ସହ ନଜର ଆସୁଛନ୍ତି । ସେ ଏଟିଏ ସମ୍ମିଳନୀ ପାଇଁ ଆମେରିକାର ଗସ୍ତରେ ଯାଇଥିବା ସୂଚନା ରହିଛି ।ତେବେ ରକୁଲଙ୍କର ଏ ଅନ୍ଦାଜକୁ ପେସ ପସନ୍ଦ କରୁଛନ୍ତି ଫ୍ୟାନ୍ସ । ହେଲେ ସବୁଠୁ ଚର୍ଚ୍ଚା ସାଉଁଟିଥିଲା ରକୁଲଙ୍କୁ ନେଇ କଙ୍ଗନାଙ୍କର କମେଣ୍ଟ ।

ରକୁଲ ନିଜ ପ୍ରତିଭା ଦ୍ୱାରା କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା ରଣାୱତଙ୍କୁ ପ୍ରଭାବିତ କରିଛନ୍ତି । ରକୁଲଙ୍କର ପ୍ରଶଂସା କରି କଙ୍ଗନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ପାଇଁ ଏକ ଖାସ ନୋଟ୍ ମଧ୍ୟ ଲେଖିଛନ୍ତି ଯେ 'ସଦଗୁରୁ ତୁମ ଖେଳର ଖୁବ ପ୍ରଶଂସା କରନ୍ତି । ତୁମ ବିଷୟରେ ଅନେକ ଭଳ କଥା କୁହନ୍ତି ..। ତେବେ କଙ୍ଗନାଙ୍କର ଏପରି ପୋଷ୍ଟ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ ବେସ ଆଶ୍ଚର୍ଯ୍ୟ ନିଶ୍ଚୟ କରିଛି

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+