ଏହି ମାମଲାରେ ଗିରଫ ହେଲେ ରକୁଲ ପ୍ରୀତି ସିଂଙ୍କ ଭାଇ
Rakul Preet Singh Brother: ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ ନେଇ ଏକ ବଡ଼ ଖବର । ଅଭିନେତ୍ରୀଙ୍କ ଭାଇ ଅମନ ପ୍ରୀତଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ କରିଛି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ ଅଭିନେତ୍ରୀଙ୍କ ଭାଇଙ୍କ ନାମ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି ।
ଖବର ଅନୁଯାୟୀ, ହାଇଦ୍ରାବାଦର ନାର୍କୋଟିକ୍ସ ବ୍ୟୁରୋ, ରାଜେନ୍ଦ୍ର ନଗର ପୋଲିସ ଏବଂ ସୋଟଙ୍କ ନେତୃତ୍ୱରେ ମିଳିତ ଅପରେସନରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ଭାଇ ଅମନ ପ୍ରୀତ ସିଂଙ୍କୁ ଜୁଲାଇ 15 ରେ ଗିରଫ କରାଯାଇଛି । ସେ ବେଆଇନ ଭାବେ ଡ୍ରଗ୍ସ କିଣିବା ବେଳେ ଧରା ପଡିଥିଲେ ।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ତେଲେଙ୍ଗାନା ଆଣ୍ଟି ନାର୍କୋଟିକ୍ସ ବିଭାଗ 2.6 କିଲୋଗ୍ରାମ କୋକେନକୁ ବିକ୍ରୟ ପାଇଁ ହାଇଦ୍ରାବାଦକୁ ଅଣାଯାଉଥିବା ନେଇ ଖବର ପାଇଥିଲା । ଯାହା ପରେ ପୋସିଲ ଏହି ଡ୍ରଗ୍ ରାକେଟର ଠାବ କରିଥିଲା ଏବଂ 30 ଜଣ ଗ୍ରାହକଙ୍କ ପରିଚୟ ପୋଲିସକୁ ମିଳିଥିଲା । ଯେଉଁଥିରେ ରକୁଲ ପ୍ରିତଙ୍କ ଭାଇ ଅମନ ପ୍ରୀତ ମଧ୍ୟ ସାମିଲ ଥିଲେ । ଅମନ ପ୍ରୀତ ସିଂ, ଅନିକେଟ୍ ରେଡ୍ଡୀ, ପ୍ରସାଦ, ମଧୁସୂଦନ ଏବଂ ନିଖିଲ ଦାମନ ନାମକ ସମସ୍ତ ପାଞ୍ଚ ଅଭିଯୁକ୍ତ ବର୍ତ୍ତମାନ ପୋଲିସ ହେପାଜତରେ ରଖାଯାଇଛି ।
। ପୋଲିସ ପ୍ରଥମେ ଏହି ସମସ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା କରିବ ଯାହା ପରେ ସେମାନଙ୍କୁ କୋର୍ଟରେ ହାଜର କରାଯିବ। ରକୁଲ ପ୍ରୀତ ସିଂଙ୍କ ଭାଇ ଅମନ ପ୍ରୀତ ସିଂ ଜଣେ ଅଭିନେତା ଭାବରେ ଇଣ୍ଡଷ୍ଟ୍ରିରେ କାମ କରିଥିଲେ ହେଲେ ସେ ସଫଳ ହୋଇନଥିଲେ ।












Click it and Unblock the Notifications