୨୦୨୩ରେ ବିବାହ କରିପାରନ୍ତି ରକୁଲ - ଜ୍ୟାକି ! ନିଜ ବିବାହକୁ ନେଇ ଏପରି କହିଲେ ଅଭିନେତ୍ରୀ
ଖୁବ ଶୀଘ୍ର ବିବାହ କରିପାରନ୍ତି ରକୁଲ ପ୍ରୀତ ସିଂ, ନିଜ ବିବାହକୁ ନେଇ ଏପରି କହିଲେ ଅଭିନେତ୍ରୀ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ । ପ୍ରଥମେ ସାଉଥ ଆଉ ଏବେ ବଲିଉଡରେ କରୁଛନ୍ତି ରାଜ୍ । ଖୁବ୍ ଶୀଘ୍ର ସେ ଆୟୁଷ୍ମାନ ଖୁରାନାଙ୍କ ସହ ଫିଲ୍ମ 'ଡକ୍ଟର ଜି'ରେ ନଜର ଆସିବେ । ଅଭିନେତ୍ରୀ ଦୀର୍ଘ ସମୟ ଧରି ଜ୍ୟାକି ଭାଗ୍ନାନୀଙ୍କ ସହ ରିଲେସନସିପ୍ରେ ଅଛନ୍ତି । ଗତ ବର୍ଷ ନଭେମ୍ବରରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ ପରସ୍ପରକୁ ଡେଟିଂ କରୁଥିବା ଖବରକୁ ସତ ବୋଲି କହିଥିଲେ । ଉଭୟଙ୍କୁ ପ୍ରାୟତଃ ଏକାଠି ଦେଖିବା ପାଇଁ ମିଳିଥାଏ । ବର୍ତ୍ତମାନ ରକୁଲଙ୍କ ଭାଇ ଉଭୟଙ୍କତ ବିବାହକୁ ନେଇ ସୂଚନା ଦେଇଛନ୍ତି । ରିପୋର୍ଟ ଅନୁସାରେ ୨୦୨୩ ମସିହାରେ ଏହି କପଲ୍ ବିବାହ କରିପାରନ୍ତି ।

😂 @AmanPreetOffl you confirmed ? Aur mujhe bataya bhi nahi bro .. it’s funny how I don’t have news about my life .. https://t.co/ZSZgNjW2BW
— Rakul Singh (@Rakulpreet) October 12, 2022
ଇଟାଇମ୍ସ ସହ ବାର୍ତ୍ତାଳାପରେ ରକୁଲ ପ୍ରୀତ ସିଂଙ୍କ ଭାଇ ଅମନ ତାଙ୍କ ସମ୍ପର୍କ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ , 'ରକୁଲ ଜ୍ୟାକି ଭାଗ୍ନାନୀଙ୍କ କିଛି ପ୍ରୋଜେକ୍ଟରେ ଏକାଠି କାମ କରିଛନ୍ତି । ବିବାହ ବୋଧହୁଏ ଖୁବ ଶିଘ୍ର ହୋଇ ପାରେ । ହେଲେ ଏବେ ପର୍ଯ୍ୟନ୍ତ କିଛି ଠିକ୍ ହୋଇ ନାହିଁ । ଯେତେବେଳେ ସେ ବିବାହ କରିବାକୁ ନିଷ୍ପତ୍ତି ନେବେ ସେତେବେଳେ ସେ ନିଜେ ହିଁ ଏହାର ଘୋଷଣା କରିବେ । ବିବାହ ହେଉଛି କୌଣସି ସମ୍ପର୍କର ଚରମ ସୀମା । ଜ୍ୟାକି ଭାରତୀୟ ସିନେମାର ଜଣେ ଆଗଧାଡିର ପ୍ରଡ୍ୟୁସର ଏବଂ ତାଙ୍କର ଅନେକ ଉଚ୍ଚାଭିଳାଷୀ ପ୍ରୋଜେକ୍ଟ ଅଛି, ବାସ୍ତବରେ ଉଭୟ ବହୁତ ବ୍ୟସ୍ତ ଲୋକ । ଏହି ଖବର ଭାଇରାଲ ହେବା ପରେ ମୁହଁ ଖୋଲିଛନ୍ତି ରକୁଲ ପ୍ରୀତ ସିଂ । ଏକ ଟୁଇଟ୍ ଜରିଆରେ ସେ ଏହାର ପ୍ରତିକ୍ରିୟା ଦେଇଛନ୍ତି । ସେ ଟୁଇଟ୍ କରି କହିଛନ୍ତି, " @AmanPreetOffl ତୁମେ ଘୋଷଣା କଲା ଅଥତ ମୋତେ କହିନ । ନିକଟରେ ରକୁଲ ପ୍ରୀତ ସିଂ, ଜ୍ୟାକି ଓ ନିଜର କିଛି ବିଶେଷ ବନ୍ଧୁଙ୍କ ସହ ଲଣ୍ଡନରେ ଜନ୍ମଦିନ ପାଳନ କରିଥିଲେ । ଏହି ଅବସରରେ ଜ୍ୟାକି ତାଙ୍କୁ ଏକ ଇନଷ୍ଟା ପୋଷ୍ଟ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ ।












Click it and Unblock the Notifications