ସରିଲା ଚର୍ଚ୍ଚିତ କପଲଙ୍କ ବିବାହ : ସାମ୍ନାକୁ ଆସିଲା ରକୁଲ -ଜ୍ୟାକି ଭଗ୍ନାନୀଙ୍କ ବାହାଘର ଫଟୋ

ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀଙ୍କ ବିବାହର ପ୍ରି-ୱେଡିଂ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଗୀତ ଏବଂ ମେହେନ୍ଦି ସମାରୋହ 20 ଫେବୃଆରୀ 2024 ରେ ଅନୁଷ୍ଠିତ ହୋଇଯାଇଥିଲା, ଏହି ଅବସରରେ ରକୁଲ ପ୍ରୀତ ସିଂଙ୍କ ପିତାମାତା ମଧ୍ୟ ପାପାରାଜିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ସମସ୍ତ ପାପାରାଜିଙ୍କୁ ବିବାହକୁ ଆସିବାକୁ ନିମନ୍ତ୍ରଣ ମଧ୍ୟ କରିଥିଲେ। ଏହାସହ ଅନେକ ସିଲପା ସେଟ୍ଟିଙ୍କର ଏକ ଡ୍ୟାନ୍ସ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ।
ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ଅନେକ ବଲିଉଡ କଳାକାର ଗୋଆରେ ପହଞ୍ଚିଥିଲେ । ଅକ୍ଷୟ କୁମାର ଏବଂ ଟାଇଗର ଶର୍ଫଙ୍କ ପରି ଷ୍ଟାର ମଧ୍ୟ ଉଭୟଙ୍କ ବିବାହରେ ଯୋଗ ଦେଇଥିବା ନେଇ ସୂଚନା ରହିଥିଲା । ସେହିପରି ଭୂମି ପେଡନେକର ମଧ୍ୟ ନିଜ ଭଉଣୀଙ୍କ ସହ ବିବାହରେ ଯୋଗ ଦେଇଥିଲେ ।
ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀଙ୍କ ସଂଗୀତ ସମାରୋହରେ ବଲିଉଡ ତାରକାମାନେ ଜବରଦସ୍ତ ଡ୍ୟାନ୍ସ କରିଥିଲେ । ଏହି ସଂଗୀତ ସମାରୋହ ପାଇଁ ଏକ ସ୍ୱତନ୍ତ୍ର ଡ୍ରେସ୍ କୋଡ୍ ରଖାଯାଇଥିଲା ।












Click it and Unblock the Notifications