Get Updates
Get notified of breaking news, exclusive insights, and must-see stories!

Raksha Bandhan 2024: ରାକ୍ଷୀ ସହିତ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କକୁ ନେଇ ହିନ୍ଦୀ ଓ ଓଡିଆ ସିନେମା

ଭାରତୀୟ ହିନ୍ଦୁ ସଂସ୍କୃତିରେ ରାକ୍ଷୀ ବା ରକ୍ଷାବନ୍ଧନ ଉତ୍ସବକୁ ଏକ ପାରମ୍ପରିକ ପର୍ବ ଭାବେ ପାଳନ କରାଯାଇଥାଏ । ଗୋଟିଏ ସୂତାରେ ହିଁ ବାନ୍ଧି ହୋଇାଯାଇଥାଏ ସମ୍ପର୍କର ସେତୁବନ୍ଧ । ଭାଇ ଓ ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ ହୋଇ ରହିଯାଇଥାଏ ରକ୍ଷାବନ୍ଧନର ସ୍ମରଣୀୟ ଦିନଟି ।

ଏବେ ସମୟ ବଦଳିଛି । ରାକ୍ଷୀ ଆଉ ଭାଇ-ଭଉଣୀଙ୍କ ସୀମା ସରହଦରେ ନରହି ଏବେ ରାକ୍ଷୀ ସବୁ ସମ୍ପର୍କର ସେତୁବନ୍ଧ ହୋଇଯାଇଛି । ଝିଅ ହେଉ କି ପୁଅଟିଏ ସାଂଗ ସାଂଗକୁ ରାକ୍ଷୀଟିଏ ସ୍ନେହରେ ବାନ୍ଧିଦେଉଛି । ବୟସ୍କଙ୍କ ହାତରେ କୁନିପିଲାଟିଏ ରାକ୍ଷୀ ବାନ୍ଧିଦେଇ ଆଶୀର୍ବାଦ କାମନା କରୁଥିବାର ଦେଖାଯାଉଛି ।

ତେବେ ରାକ୍ଷୀକୁ ନେଇ ଅନେକ ଚଳଚ୍ଚିତ୍ର ତଥା ଅନେକ ସିନେମା ସଙ୍ଗୀତ ମଧ୍ୟ ସୃଷ୍ଟି ହୋଇଛି ।

ରାକ୍ଷୀ ଟାଇଟଲ୍ ରେ ଓଡ଼ିଆ ଚଳଚ୍ଚିତ୍ର 'ରାକ୍ଷୀ ଭିଜିଗଲା ଆଖି ଲୁହରେ' ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶନାରେ ୧୯୮୫ ମସିହାରେ ନିର୍ମିତ ହୋଇଥିଲା । ଓଡ଼ିଆ ଚଳଚ୍ଚିତ୍ର 'ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ' ।

Raksha Bandhan 2024

ସେହିପରି ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କକୁ ନେଇ ୧୯୬୨ ମସିହାରେ ହିନ୍ଦୀ ଚଳଚ୍ଚିତ୍ର 'ରାକ୍ଷୀ' ରିଲିଜ ହୋଇ ସୁପରହିଟ ହୋଇଥିଲା । ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିଲେ ଏ. ଭିମସିଂହ । ପ୍ରସିଦ୍ଧ ଅଭିନେତା ଅଶୋକ କୁମାର ଓ ୱାହିଦା ରେହମାନ ଏହି ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲେ ।

ହିନ୍ଦୀ ଫିଲ୍ମ 'ରକ୍ଷାବନ୍ଧନ' ୧୯୭୬ ମସିହାରେ ନିର୍ମିତ ହୋଇ ରିଲିଜ ହୋଇଥିଲା । ଏହି ଚଳଚ୍ଚିତ୍ରଟି ବେଶ୍ ଚର୍ଚ୍ଚିତ ହୋଇଥିଲା ସେହି ସମୟରେ । ମହେଶ ଭଟ୍ଟ ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଥିଲେ ଏବଂ ଏହି ଚଳଚ୍ଚିତ୍ରରେ ସଚିନ, ସାରିକା ଓ ସତ୍ୟଜିତ ଜୀବନ୍ତ ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇପାରିଥିଲେ ।

ହିନ୍ଦି ସିନେମା 'ଛୋଟି ବେହେନ'ରେ ବଲରାଜ ସାହାନୀ ଭାଇ ଓ ଅଭିନେତ୍ରୀ ନନ୍ଦା ଭଉଣୀ ଭୂମିକାରେ ବେଶ୍ ଭଲ ଅଭିନୟ କରି ପାରିଥିଲେ । ଏଥିରେ ରାକ୍ଷୀ ବନ୍ଧନର ଏକ ଦୃଶ୍ୟରେ ଗୀତଟିଏ ମଧ୍ୟ ଥିଲା । ସେହି ଗୀତଟି ହେଉଛି - ଭେୟା ମେରେ ରାକ୍ଷୀ କେ ବନ୍ଧନ କୋ ନିଭାନା, ଭେୟ୍ା ମେରେ ଛୋଟି ବେହେନକୋ ନା ଭୁଲନା...ବେଶ୍ ହୃଦୟସ୍ପର୍ଶୀ ହୋଇ ପାରିଥିଲା ।

ହିନ୍ଦୀ ସିନେମା ସଚ୍ଚା ଝୁଟା, ହରେକୃଷ୍ଣ ହରେରାମ, ୱତନ୍ କୀ ରଖୱାଲେ, ବନ୍ଦିନୀ, ରକ୍ଷାବନ୍ଧନ, ଛୋଟି ବେହେନ ଏବଂ ରାକ୍ଷୀ ପରି ଲୋକପ୍ରିୟ ସିନେମାରେ ରାକ୍ଷୀ ଓ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କକୁ ନେଇ ସୁମଧୁର ଗୀତ ବେଶ୍ ହିଟ୍ ହୋଇପାରିଛି । ସେହିପରି ଓଡ଼ିଆ ସିନେମାରେ ମଧ୍ୟ ରାକ୍ଷୀ ଓ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କକୁ ନେଇ ସୁମଧୁର ଗୀତ ମଧ୍ୟ ଦର୍ଶକ ଓ ଶ୍ରୋତାମାନଙ୍କୁ ଆଜି ମଧ୍ୟ ସେହି ଫିଲ୍ମକୁ ମନେ ପକାଇଦେଉଛି । ସେହି ଓଡ଼ିଆ ଫିଲ୍ମ ଗୁଡ଼ିକ ହେଲା - ପୁନର୍ମିଳନ, ସାଥିରେ, ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ, ଫେରିଆ ମୋ ସୁନା ଭଉଣୀ, ରାକ୍ଷୀ ଭିଜିଗଲା ଆଖି ଲୁହରେ, ଜଗା ହାତରେ ପଘା ଓ ଜଗା ବଳିଆ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+