ଛେଳି ଚରାଇଲେ ଡ୍ରାମା କୁଇନ୍ ରାକ୍ଷୀ , ଭାଇରାଲ ହେଲା ଭିଡିଓ
Bollywood News: Rakhi Sawant With A Stick In Hand Herds A Flock Of Sheep In Mysoreଛେଳି ଚରାଇଲେ ଡ୍ରାମା କୁଇନ୍ ରାକ୍ଷୀ , ଭାଇରାଲ ହେଲା ଭିଡିଓ
ମୁମ୍ବାଇ: ଇଣ୍ଟରନେଟ୍ ସେନସେସନ୍ ରାକ୍ଷୀ ସୱାନ୍ତ । ପ୍ରତ୍ୟକ ଦିନ ରାକ୍ଷୀଙ୍କର ଅନେକ ଭିଡିଓ ,ଫଟୋ ଭାଇରାଲ ହୋଇଥାଏ । ଆଜି କାଲି ନିଜ ବୟଫ୍ରେଣ୍ତ ଆଦିଲ ଖାନଙ୍କ ପାଇଁ ଲାଇମଲାଇଟରେ ଅଛନ୍ତି ରାକ୍ଷୀ । ଉଭୟଙ୍କୁ ଅନେକ ସମୟରେ ଏକାଠି ଦେଖିବା ପାଇଁ ମିଳିଥାଏ । ପ୍ରେମିକ ଆଦିଲ ଖାନ ଦୁରାନୀଙ୍କ ସହିତ ଖୁସିରେ ଏବେ ଜୀବନ ବିତାଉଛନ୍ତି ରାକ୍ଷୀ । ରାକ୍ଷୀଙ୍କ ଭଳି ଆଦିଲ ମଧ୍ୟ ତାଙ୍କୁ ବେଶ୍ ଭଲ ପାଆନ୍ତି ଯାହା ସେ ଅନେକ ଥର କ୍ୟାମେରା ସାମ୍ନାରେ କହିସାରିଛନ୍ତି ।

ରାକ୍ଷୀ ଏବେ ବୟଫ୍ରେଣ୍ତ ଆଦିଲଙ୍କ ସହ ଛୁଟି କାଟୁଛନ୍ତି । ଏବେ ଡ୍ରାମା କୁଇନ ରାକ୍ଷୀଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରାକ୍ଷୀ ଛେଳି ମେଣ୍ଢା ଚରାଉଥିବା ନଜର ଆସୁଛନ୍ତି ରାକ୍ଷୀ । ଯାହାକୁ ଦେଖି ଫ୍ୟାନ୍ସ ବିଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି। ଭିଡିଓରେ ରାକ୍ଷୀ ହାତରେ ଏକ ବାଡି ଧରି ରାସ୍ତାରେ ବୁଲୁଥିବାର ନଜର ଆସୁଛନ୍ତି । ରାକ୍ଷୀଙ୍କର ଏହି ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ରାକ୍ଷୀଙ୍କର ଏହି ଅନ୍ଦାଜ୍ ଦେଖି ଅନେକ ଫ୍ୟାନ୍ସ ପ୍ରଶଂସା କରୁଥିବା ବେଳେ କିଛି ଲୋକ ଟ୍ରୋଲ ମଧ୍ୟ କରୁଛନ୍ତି । ତେବେ ରାକ୍ଷୀଙ୍କର ଏହି ଭିଡିଓ ବୟଫ୍ରେଣ୍ତ ଆଦିଲ ସୁଟ୍ କରିଛନ୍ତି ।












Click it and Unblock the Notifications