ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ ଆଦିଲ୍ ହେଲେ ଗିରଫ, ମୁହଁରେ ଏସିଡ୍ ପକାଇବାର ଦେଉଥିଲେ ଧମକ
ମାରପିଟ୍ ଓ ଧମକ ଦେବା ଅଭିଯୋଗରେ ବନ୍ଧା ହେଲେ ରାକ୍ଷୀଙ୍କ ସ୍ୱାମୀ ଆଦିଲ୍ ଦୁରାନୀ । ମୁହଁରେ ଏସିଡ୍ ପକାଇ ଦେବାର ଧମକ ମଧ୍ୟ ଦେଇଥିଲେ ।

ମୁମ୍ବାଇ: ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ଗତ କିଛି ଦିନ ହେଲା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଅଭିନେତ୍ରୀ ତାଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିବା ସହ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି । ଯାହା ପରେ ମଙ୍ଗଳବାର ଦିନ ଆଦିଲଙ୍କୁ ପୋଲିସ ପଚରାଉଚରା କରିଥିଲା । ଶେଷରେ ମାରପିଟ୍ ଓ ଧମକ ଦେବା ଅଭିଯୋଗରେ ବନ୍ଧା ହେଲେ ରାକ୍ଷୀଙ୍କ ସ୍ୱାମୀ ଆଦିଲ୍ ଦୁରାନୀ ।
ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମୁମ୍ବାଇର ଓଶିୱାରା ପୋଲିସ ଷ୍ଟେସନରେ ରାଖୀଙ୍କୁ ଦେଖିବାକୁ ମିଳିଥିଲା । ରିପୋର୍ଟ ଅନୁଯାୟୀ, ଏଫଆଇଆର ପଞ୍ଜୀକୃତ ହେବାର କିଛି ସମୟ ପରେ ଆଦିଲଙ୍କୁ ତାଙ୍କ ଘରୁ ପୋଲିସ ଗିରଫ କରିଥିଲା ଏବଂ ଆଜି କୋର୍ଟରେ ଆଦିଲଙ୍କୁ ହାଜର କରାଯାଇଛି ।
ଆଦିଲଙ୍କ ଉପରେ ଲାଗିଥିବା ଅଭିଯୋଗ
ରକ୍ଷୀ ତାଙ୍କ ସ୍ୱାମୀ ଆଦିଲଙ୍କ ଉପରେ ମାଆ ଜୟାଙ୍କ ଯତ୍ନ ନେବାରେ ବିଫଳ ହୋଇଥିବା ଅଭିଯୋଗ ଲଗାଇଛନ୍ତି । ତାଙ୍କ ମା'ଙ୍କ ମୃତ୍ୟୁ ପାଇଁ ଆଦିଲ ଦାୟୀ ବୋଲି ରାକ୍ଷୀ ଦାବି କରିଛନ୍ତି । ଆଦିଲ ତାଙ୍କ ଟଙ୍କା ଏବଂ ଅଳଙ୍କାର ନେଇଥିବାର ଅଭିଯୋଗ ହୋଇଛି ।
ନିର୍ଯାତନା ଦେଉଥିବାର ଅଭିଯୋଗ କରିଛନ୍ତି ରାକ୍ଷୀ । ଆଦିଲଙ୍କ ବିବାକ କରି ସାରିବା ପରେ ମଧ୍ୟ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କରେ ରହିଥିବା ଅଭିଯୋଗ
ବିବାଦକୁ ନେଇ କ'ଣ କହିଲେ ରକ୍ଷୀ ସାୱନ୍ତ
ଏହି ମାମଲକୁ ନେଇ ଅଭିନେତ୍ରୀ ରାକ୍ଷୀ ସାୱନ୍ତି କହିଛନ୍ତି, "ଆଦିଲଙ୍କୁ ଗିରଫ କରାଯାଇଛି କାରଣ ମୁଁ ତାଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଛି । ଏହା ଡ୍ରାମା ନୁହେଁ। ସେ ମୋ ଜୀବନ ନଷ୍ଟ କରିଦେଇଛନ୍ତି । ସେ ମୋତେ ମାନସିକ ଓ ଶାରୀକ ନିର୍ଯାତନା ଦେଇ ଆସୁଥିଲେ । ସେ ମୋର ଟଙ୍କା ମଧ୍ୟ ନେଇଯାଇଛନ୍ତି ।' ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଦିଲ ତାଙ୍କଠୁ ଅଲଗା ହୋଇ ଏବେ ଆଉ ଜଣେ ଝିଅ ସହ ରହୁଛନ୍ତି । ରାକ୍ଷୀ ଏହା ମଧ୍ୟ କହିଛନ୍ତି ଯେ, ଆଦିଲ ତାଙ୍କୁ ମାରପିଟ୍ କରିବା ସହ ମୁହଁରେ ଏସିଡ୍ ପକାଇ ଦେବାର ଧମକ ମଧ୍ୟ ଦେଇଥିଲେ ।












Click it and Unblock the Notifications