ଦୀର୍ଘ ଦିନର ବିବାଦ ପରେ ସ୍ୱାମୀ ଆଦିଲଙ୍କୁ ଛାଡପତ୍ର ଦେବେ ରାକ୍ଷୀ, କହିଲେ କାରଣ

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ରାକ୍ଷୀ ସାୱନ୍ତ । ପ୍ରତ୍ୟେକ ଦିନ ରକ୍ଷୀଙ୍କୁ ନେଇ କିଛି ନା କିଛି ଚର୍ଚ୍ଚା ଲାଗି ରହିଥାଏ । ନିକଟରେ ଅଭିନେତ୍ରୀ ଆଦିଲ ଖାନ ଦୁରାନୀଙ୍କ ସହ ବିବାହ କରିଥିଲେ ଯାହା ପରେ ଉଭୟଙ୍କ ମଧ୍ୟରେ ବେଶ୍ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ଯେଉଁଥି ପାଇଁ ଆଦିଲଙ୍କୁ ଜେଲ୍ ଯିବା ପାଇଁ ମଧ୍ୟ ପଡିଥିଲା । ବର୍ତ୍ତମାନ ଆଦିଲଙ୍କୁ ଛାଡପତ୍ର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ରାକ୍ଷୀ ସାୱନ୍ତ ।
ନିକଟରେ ରାକ୍ଷୀ ସାୱନ୍ତ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଇ-ଟାଇମ୍ସର ଏକ ଭିଡିଓ ସେୟାର କରିଛନ୍ତି । ଯାହା ଏକ ସାମ୍ବାଦିକ ସମ୍ମିଳନୀର ଭିଡିଓ । ଯେଉଁଥିରେ ରାକ୍ଷୀ ସାୱନ୍ତ ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କ ସହ ଛାଡପତ୍ର ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି । ଭିଡିଓରେ ରାକ୍ଷୀ କହୁଛନ୍ତି, ଏହା ମୋ ପାଇଁ ଅତ୍ୟନ୍ତ ଖୁସିର କଥା ଯେ ମୁଁ ଖୁବ୍ ଶୀଘ୍ର ଛାଡପତ୍ର ଦେବା ପାଇଁ ଯାଉଛି ।
ସେ ଆହୁରି କହିଛନ୍ତି, ବର୍ତ୍ତମାନ ମୁଁ ମୁକ୍ତ ହେବା ପାଇଁ ଏବଂ ମୋ ଜୀବନରେ ଆଗକୁ ବଢିବାକୁ ଚାହୁଁଛି । ବର୍ତ୍ତମାନ ସେ ଅର୍ଥାତ୍ ଆଦିଲ ଯାହା ସହ ମଧ୍ୟ ବିବାହ କରନ୍ତୁ ମୋତେ କିଛି ଫରକ ପଡୁ ନାହିଁ । ମୋତେ ଏସବୁରୁ ମୁକ୍ତ ହେବାକୁ ପଡିବ । ରାକ୍ଷୀଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଏହା ସହିତ ରାକ୍ଷୀ ସାୱନ୍ତ ତାଙ୍କ ଆଗାମୀ ୱେବ୍ ସିରିଜ୍ ବିଷୟରେ ମଧ୍ୟ ସୂଚନା ଦେଇ କହିଛନ୍ତି, ଲକ୍ଷ୍ନୌରେ ସେ ଭୋଜପୁରୀ ସୁପରଷ୍ଟାର ରବି କିଶନଙ୍କ ସହ ଏକ ୱେବ୍ ସିରିଜର ସୁଟିଂ କରିବାକୁ ଯାଉଛନ୍ତି । ତେବେ ଏହା ପୂର୍ବରୁ ଅଭିନେତ୍ରୀ ରାକ୍ଷୀ ଗଣମାଧ୍ୟମ ସାମ୍ନାରେ ଆଦିଲଙ୍କୁ ଡିଭୋର୍ସ ଦେବେ ନାହିଁ ବୋଲି କହିଥିଲେ । ହେଲେ ବର୍ତ୍ତମାନ ତାଙ୍କର ଏପରି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ନିକଟରେ ଅଭିନେତ୍ରୀଙ୍କର ଏକ ମ୍ୟୁଜିକ୍ ଭିଡିଓ ରିଲିଜ୍ ହୋଇଥିଲା । ଯାହାକୁ ଦର୍ଶକ ବେଶ୍ ଭଲ ପାଇବା ଦେଇଥିଲେ ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications