ପୁଣି ବିବାଦରେ ରାକ୍ଷୀଙ୍କ ପ୍ରେମ, ସତରେ ପ୍ରେମିକ ଆଦିଲଙ୍କୁ ବିବାହ କଲେ କି !
ପୁଣି ବିବାଦରେ ରାକ୍ଷୀଙ୍କ ପ୍ରେମ, ସତରେ ପ୍ରେମିକ ଆଦିଲଙ୍କୁ ବିବାହ କଲେ କି !
ମୁମ୍ବାଇ: ମନୋରଞ୍ଜନ ଜଗତର 'ଡ୍ରାମା କୁଇନ୍' ରାକ୍ଷୀ ସାୱନ୍ତ 'ବିଗ୍ ବସ୍ ମରାଠୀ ସିଜନ୍ 4' ରୁ ବାହାରିବା ମାତ୍ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ସେ ପ୍ରାୟତଃ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚରା ରହିଥାନ୍ତି । ବର୍ତ୍ତମାନ ତାଙ୍କ ବିବାହ ଖବରକୁ ନେଇ ହେଡଲାଇନରେ ଅଛନ୍ତି ଅଭିନେତ୍ରୀ । ରାକ୍ଷୀ ସାୱନ୍ତ ଦାବି କରିଛନ୍ତି ଯେ, ସେ ପ୍ରେମିକ ଆଦିଲ ଖାନ ଦୁରାନୀଙ୍କ ସହ ଗୁପ୍ତ ବିବାହ କରିସାରିଛନ୍ତି । ଯାହାର ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗୋଟିଏ ପଟେ ରାକ୍ଷୀ ସାୱନ୍ତ ଦାବି କରୁଛନ୍ତି ଯେ, ସେ ମେ ୨୦୨୨ରେ ଆଦିଲଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ଆଦିଲଙ୍କ କାଥ ମାନି ସେ ଏହି ବିବାହକୁ ଗୁପ୍ତ ରଖିଥିଲେ । ଅନ୍ୟପଟେ ଇ-ଟାଇମ୍ସ ରିପୋର୍ଟ ଅନୁଯାୟୀ, ଆଦିଲ ଏହି ବିବାହକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି । ରାକ୍ଷୀ ଏବଂ ଆଦିଲଙ୍କ ବିବାହ ପ୍ରମାଣପତ୍ରରୁ ଏହା ସ୍ପଷ୍ଟ ହେଉଛୁ ଯେ, ବିବାହ ପାଇଁ ରାକ୍ଷୀ ନିଜ ଧର୍ମ ପରିବର୍ତ୍ତନ କରିଛନ୍ତି ଏବଂ ସେ ନିଜ ନୂଆ ନାଁ ଫାତିମା ବୋଲି ରଖିଛନ୍ତି । ବର୍ତ୍ତମାନ ବିବାହକୁ ନେଇ କେବଳ ରକ୍ଷୀ ହିଁ ମୁହଁ ଖୋଲିଛନ୍ତି ସେ ପଟେ ଏ ବିଷୟରେ ଆଦିଲଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।












Click it and Unblock the Notifications