ବୁର୍ଜ ଖଲିଫା ସାମ୍ନାରେ ରାକ୍ଷୀଙ୍କୁ ଉପହାର ଦେଲେ ଏହି ବ୍ୟକ୍ତି , ଭାଇରାଲ ହେଲା ଭିଡିଓ
Rakhi Sawant Gets Trolled :ବୁର୍ଜ ଖଲିଫା ସାମ୍ନାରେ ରାକ୍ଷୀଙ୍କୁ ଉପହାର ଦେଲେ ଏହି ବ୍ୟକ୍ତି , ଭାଇରାଲ ହେଲା ଭିଡିଓ
ମୁମ୍ବାଇ: ସୋସିଆଲ ମିଡିଆରେ ପ୍ରତ୍ୟକ ଦିନ ଭିଡିଓ ପୋଷ୍ଟ କରି ଦର୍ଶକଙ୍କୁ ଏଣ୍ଟରଟେନ୍ କରନ୍ତି ରାକ୍ଷୀ ।ଯେଉଁଥି ପାଇଁ ତାଙ୍କୁ କେବେ ପ୍ରଶଂସା ମିଳେ ତ କେବେ ନିନ୍ଦା । ଏବେ ରାକ୍ଷୀ ନିଜ ବୟଫ୍ରେଣ୍ତ ଆଦିଲଙ୍କୁ ନେଇ ଅଛନ୍ତି ଚର୍ଚ୍ଚାରେ । ସମୟ ସମୟ ଗଣମାଧ୍ୟ ସାମ୍ନାରେ ନିଜ ମନ କଥା ଅର୍ଥାତ୍ ଆଦିଲଙ୍କର ପ୍ରତିଥିବା ନିଜ ଭଲ ପାଇବା ବିଷୟରେ ଜଣାଇଛନ୍ତି ରାକ୍ଷୀ । ଏବେ ଏହି କପଲ୍ ଦୁବାଇରୁ ଫେରିଛନ୍ତି । ବୁର୍ଜ ଖଲିଫା ସାମ୍ନାରେ ରାକ୍ଷୀଙ୍କୁ ଏକ ହୀରାର ହାର ଉପହାର ଦେଲେ ବୟଫ୍ରେଣ୍ତ ଆଦିଲ୍ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି । ଅନେକ ରାକ୍ଷୀଙ୍କୁ ଶୁଭେଚ୍ଛା ଜଣାଉଥିବା ବେଲେ ଅନେକ ତାଙ୍କୁ ସମାଲୋଚନା କରୁଛନ୍ତି ।

ନିକଟରେ ରାକ୍ଷୀ ଓ ଆଦିଲ ଏକ ଇଭେଣ୍ଟ୍ରେ ଯୋଗ ଦେବା ପାଇଁ ଦୁବାଇ ଯାଇଥିଲେ । ଯେଉଁଠି ଆଦିଲ ଏହି ମହଙ୍ଗା ଉପହାର ରାକ୍ଷୀଙ୍କୁ ଦେଇଥିଲେ ଯାହାକୁ ଦେଖି ରାକ୍ଷୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭାଇରାଲ୍ ଭିଡିଓରେ ବୁର୍ଜ ଖଲିଫା ସାମ୍ନାରେ ଖୁସିରେ ନାଚୁଛନ୍ତି ରାକ୍ଷୀ । ସେହି ସମୟରେ ତାଙ୍କୁ ଏହି ହୀରୀର ହାର ଉପହାର ଦେଉଛନ୍ତି ଆଦିଲ୍ । ଯାହା ପରେ ରାକ୍ଷୀଙ୍କ ଖୁସି ହୋଇଯାଉଛି । ବାସ୍ ଏହା ପରେ ରାକ୍ଷୀଙ୍କୁ ହେବା ପାଇଁ ପଡିଛି ଟ୍ରୋଲର ଶିକାର । ନିକଟରେ ରାକ୍ଷୀ ଫ୍ୟାନ୍ସଙ୍କୁ ଜଣାଇଥିଲେ ଯେ ଆଦିଲ୍ ଙ୍କ ପରିବାର ତାଙ୍କ ସମ୍ପର୍କକୁ ପସନ୍ଦ କରୁନାହଁନ୍ତି ବୋଲି ।












Click it and Unblock the Notifications