ଜାଣନ୍ତୁ କାହିଁକି ଗିରଫ ହୋଇଥିଲେ ରାକ୍ଷୀ ସାୱନ୍ତ

ଜାଣନ୍ତୁ କାହିଁକି ଗିରଫ ହୋଇଥିଲେ ରାକ୍ଷୀ ସାୱନ୍ତ । ରାକ୍ଷୀ ଏବଂ ଶେର୍ଲିନ୍ ଚୋପ୍ରା ବିବାଦକୁ ନେଇ ବଢିଲା ରକ୍ଷୀଙ୍କ ଅଡୁଆ ।

 Rakhi Sawant

Rakhi Sawant News: 'ଡ୍ରାମା କୁଇନ୍' ରାକ୍ଷୀ ସାୱନ୍ତକୁ ନେଇ କିଛି ଦିନ ହେବ ବିବାଦ ଲାଗି ରହିଛି । ପ୍ରଥମେ ମା'ଙ୍କ ସ୍ୱାସ୍ଥ୍ୟ ବିଗିଡିବା, ପରେ ଆଦିଲ ଖାନଙ୍କ ସହ ବିବାହ ବିବାଦ ଏବଂ ବର୍ତ୍ତମାନ ଶେର୍ଲିନ୍ ଚୋପ୍ରାଙ୍କ ପାଇଁ ପୁଣି ବଢିଯାଇଛି ରାକ୍ଷୀଙ୍କ ଚିନ୍ତା । ଗୁରୁବାର ଦିନ ଅଭିନେତ୍ରୀଙ୍କୁ ଗିରଫ କରିଥିଲା ପୋଲିସ । ହେଲେ ଦୀର୍ଘ ସମୟ ପଚରାଉଚରା ପରେ ତାଙ୍କୁ ମୁକ୍ତ କରାଯାଇଥିଲା । ବର୍ତ୍ତମାନ ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା । ରାକ୍ଷୀ ସାୱନ୍ତକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫୋଟ ସେୟାର କରିଛନ୍ତି ଯେଉଁଥିରେ ସେ ପରୋକ୍ଷରେ ନିଜର ଭାବନା ପ୍ରକାଶ କରିଛନ୍ତି।

କାହିଁକି ରାକ୍ଷୀ ସାୱନ୍ତକୁ ଗିରଫ କରାଯାଇଥିଲା?

୧୯ ଜାନୁଆରୀ ୨୦୨୩ ରେ ରାକ୍ଷୀ ସାୱନ୍ତଙ୍କୁ ଗିରଫ କରାଯାଇଥିଲା । ଶେର୍ଲିନ୍ ଚୋପ୍ରା ରାକ୍ଷୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ, ରକ୍ଷୀ ଅଜଥାରେ ତାଙ୍କର ଓ ବଲିଉଡ ମଧ୍ୟରେ ହୋଇଥିବା ଅଭିଯୋଗରେ ହସ୍ତକ୍ଷେପ କରିଛନ୍ତି । ରାକ୍ଷୀ ଅଭିନେତ୍ରୀଙ୍କ ଆପତ୍ତିଜନକ ଭିଡିଓ ଏବଂ ଫୋଟ ସୋସିଆଲ ମିଡିଆରେ ଭାଇରଲ କରୁଛନ୍ତି । ଶେର୍ଲିନ୍ ଚୋପ୍ରାଙ୍କର ଏହି ଅଭିଯୋଗ ଆଧାରରେ ରାକ୍ଷୀଙ୍କୁ ଗିରଫ କରାଯାଇଥିଲା । ଘଣ୍ଟା ଘଣ୍ଟା ଧରି ପଚରାଉଚରା ପରେ ତାଙ୍କୁ ଛାଡି ଦିଆଯାଇଥିଲା । ରିପୋର୍ଟ ଅନୁସାରେ ରାକ୍ଷୀ ଏହି ଘଟଣାରେ ସହଯୋଗ କରିଛନ୍ତି ଏବଂ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜମା କରିଛନ୍ତି ।

ରାକ୍ଷୀ ଏବଂ ଶେର୍ଲିନ୍ ଚୋପ୍ରା ବିବାଦ

ଶେର୍ଲିନ୍ ଚୋପ୍ରା ସାଜିଦ ଖାନଙ୍କୁ 'ବିଗ୍ ବସ୍ 16' ରୁ ବାହାର କରିବା ପାଇଁ ବହୁତ ସଂଘର୍ଷ କରିଥିଲେ । ଗଣମାଧ୍ୟମରେ ମଧ୍ୟ ସେ ସାଜିଦ ଖାନଙ୍କୁ ବାରମ୍ବାର ବିରୋଧ କରିଥିଲେ । ହେଲେ ରାକ୍ଷୀ ସାୱନ୍ତ ଶେର୍ଲିନ୍ ଚୋପ୍ରାଙ୍କୁ ଟାର୍ଗେଟ୍ କରି ସାଜିଦଙ୍କୁ ସମର୍ଥନ କରିଥିଲେ । ଯାହା ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ । ପ୍ରଥମେ ଶେର୍ଲିନ୍ ଚୋପ୍ରା ରାଖୀଙ୍କ ବିରୋଧରେ ପୋଲିସରେ ମାମଲା ଦାୟର କରିଥିଲେ ଏବଂ ପରେ ରାକ୍ଷୀ ଶେର୍ଲିନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+