ଫୋନରେ ଛାଡପତ୍ର ମାଗିଲେ ରାକ୍ଷୀ ସାୱନ୍ତ
କଣ୍ଟ୍ରୋଭର୍ସି କୁଇନ୍ ରାକ୍ଷୀ ସାୱନ୍ତଙ୍କର ଏହ ଷ୍ଟେଟମେଣ୍ଟକୁ ନେଇ ପୁଣି ଚର୍ଚ୍ଚା । ଅଭିନେତ୍ରୀ କହିଛନ୍ତି ସ୍ୱାମୀ ଆଦିଲ ତାଙ୍କୁ ଜେଲରୁ କଲ୍ କରି ଭୁଲ ମାଗିଛନ୍ତି । ହେଲେ ଏଥର ଯଦି ସେ ତାଙ୍କୁ କ୍ଷମା କରିଦେଲେ ତେବେ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ । ଯାହାକୁ ନେଇ ବର୍ତ୍ତମାନ ସେ ଚିନ୍ତାରେ ଅଛନ୍ତି ବୋଲି ରାକ୍ଷୀ କହିଛନ୍ତି ।
ରାକ୍ଷୀ ସାୱନ୍ତ ଫୋନରେ ମାଗିଲେ ଛାଡପତ୍ର !
ସୋସିଆଲ ମିଡିଆରେ ଏକ ଭାଇରାଲ ହେଉଛି ଯେଉଁଥିରେ ରାକ୍ଷୀ କହିଛନ୍ତି, ଆଦିଲ ତାଙ୍କୁ ଆଜି ଜେଲରୁ କଲ କରିଥିଲେ । କଥା ହେବା ସମୟରେ ମୁଁ ତାଙ୍କୁ କହିଲି ଜଲଦି ଜେଲରୁ ଆସି ମୋତେ ଛାଡପତ୍ର ଦିଅ । ସେ ମୋତେ କ୍ଷମା ମାଗିଥିଲେ ' । ଅଭିନେତ୍ରା ଆହୁରି କହିଥିଲେ ସେ ମୋ ଜୀବନ ନଷ୍ଟ କରିଦେଇଛନ୍ତି । ତାଙ୍କୁ ଆଉ ବିଶ୍ୱାସ କରି ପାରିବି ନାହିଁ । ଏଥର ଯଦି ମୁଁ ତାଙ୍କୁ କ୍ଷମା କରିଦିଏ ତେବେ ମୋ ଜୀବନ ବିପଦରେ ପଡିପାରେ ।

କିଛି ଦିନ ପୂର୍ବରୁ, ରାକ୍ଷୀ ସାୱନ୍ତ ଆଦିଲଙ୍କ ସହ ଏକ ଭିଡିଓ ସେୟାର କରିଥିଲେ, କ୍ୟାପସନରେ ସେ ଲେଖିଥିଲେ- 'କବି ଭୀ ମ୍ୟାତ୍ କରନା'। ଭିଡିଓରେ ରାକ୍ଷୀ ଏବଂ ଆଦିଲଙ୍କୁ ଏକାଠି ଦେଖିବା ପାଇଁ ମିଳୁଛି । ଭିଡିଓର ଅଡିଓରେ କୁହାଯାଇଛି ଯେ - ଭୁଲରେ କାହାର ହୃଦୟ ସହିତ ଖେଳ ନାହିଁ ।












Click it and Unblock the Notifications