ରାଜୁ ଶ୍ରୀବାସ୍ତବଙ୍କ ବ୍ରେନ୍ ଡେଡ୍ !
ବ୍ରେନ ଡେଡ ଅବସ୍ଥାରେ ରାଜୁ ଶ୍ରୀବାସ୍ତବ । ରାଜୁଙ୍କ ଏଭଳି ଅବସ୍ଥା ନେଇ ସୂଚନା ଦେଇଛନ୍ତି ରାଜୁଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସକ୍ସେନା । ସେ କହିଛନ୍ତି ଏବେ କେବଳ ଆମେ ଆମର ସମସ୍ତ ପ୍ରଚେଷ୍ଟା ଜାରି ରଖିଛୁ ।
ମୁମ୍ବାଇ: ବ୍ରେନ ଡେଡ ଅବସ୍ଥାରେ ରାଜୁ ଶ୍ରୀବାସ୍ତବ । ରାଜୁଙ୍କ ଏଭଳି ଅବସ୍ଥା ନେଇ ସୂଚନା ଦେଇଛନ୍ତି ରାଜୁଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସକ୍ସେନା । ସେ କହିଛନ୍ତି ଏବେ କେବଳ ଆମେ ଆମର ସମସ୍ତ ପ୍ରଚେଷ୍ଟା ଜାରି ରଖିଛୁ । କିନ୍ତୁ ଆଉ ସବୁ ଭଗବାନଙ୍କ ଇଚ୍ଛା ।

ରାଜୁଙ୍କ ଚିକିତ୍ସା ପାଇଁ ଯାହା ଆବଶ୍ୟକ ଜିନିଷ ଯୋଗାଇ ଦିଆଯିବା ନେଇ ପିଏମ କହିଛନ୍ତି । ଏଥିସହିତ ଅନେକ ବରିଷ୍ଠ ମନ୍ତ୍ରୀ, ନେତା, ପ୍ରଶାସକ ଏବଂ ଅଭିନେତା ମଧ୍ୟ ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ଦୁଃଖ ପ୍ରକାଶ କରିଛନ୍ତି ।
ସୂଚନା ଅନୁସାରେ, ଚଳିତ ମାସ 10 ତାରିଖରେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା । ଦିଲ୍ଲୀର ଏକ ଜିମ ସେଣ୍ଟରରେ ଜିମ୍ କରୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ ରାଜୁ । ଏହାପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ହାର୍ଟ ଆଟାକ ଆସିଥିବା ନେଇ ସୂଚନା ଦେଇଥିଲେ । ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଛି ।












Click it and Unblock the Notifications