ବ୍ରେନ୍ ଡେଡ୍ ଅବସ୍ଥାରେ ରାଜୁ ଶ୍ରୀବାସ୍ତବ , କମେଡିଆନ୍ ସୁନୀଲ ପାଲ୍ ସେୟାର କଲେ ଭିଡିଓ

Raju Shrivastav Health Update: Comedian Sunil Pal Getting Emotional.ବ୍ରେନ୍ ଡେଡ୍ ଅବସ୍ଥାରେ ରାଜୁ ଶ୍ରୀବାସ୍ତବ , କମେଡିଆନ୍ ସୁନୀଲ ପାଲ୍ ସେୟାର କଲେ ଭିଡିଓ

ନୂଆଦିଲ୍ଲୀ: ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ । ୯ ଦିନ ହେଲା ଦିଲ୍ଲୀ ଏମ୍ସରେ ଚାଲିଛି ରାଜୁଙ୍କ ଚିକିତ୍ସା । ହେଲେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁ ନାହିଁ । ରାଜୁଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲୁଛି ହେଲେ ତାଙ୍କ ଶରୀରର କୌଣସି ଅଙ୍ଗ କାମ କରୁ ନାହିଁ ବୋଲି ତାଙ୍କ ସୂଚନା ଦେଇଛନ୍ତି ତାଙ୍କ ବନ୍ଧୁ ତଥା କମେଡିଆନ ସୁନୀଲ ପାଲ୍ । ସେପଟେ ବ୍ରେନ ଡେଡ୍ ଅବସ୍ଥାରେ ରାଜୁ ଶ୍ରୀବାସ୍ତବ । ରାଜୁଙ୍କ ଏଭଳି ଅବସ୍ଥା ନେଇ ସୂଚନା ଦେଇଛନ୍ତି ରାଜୁଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସକ୍ସେନା । ସେ କହିଛନ୍ତି ଏବେ କେବଳ ଆମେ ଆମର ସମସ୍ତ ପ୍ରଚେଷ୍ଟା ଜାରି ରଖିଛୁ । କିନ୍ତୁ ଆଉ ସବୁ ଭଗବାନଙ୍କ ଇଚ୍ଛା ।

RAJU SRIBASTHAB

ରାଜୁଙ୍କ ବ୍ୟକ୍ତିଗତ ପରାମର୍ଶଦାତା ଅଜିତଙ୍କ ସୂଚନା ଅନୁସାରେ ରାଜୁଙ୍କ ସ୍ଥିତି ଏବେ ମଧ୍ୟ ଭଲ ନାହିଁ । ଚିକିତ୍ସା ଏବେ ଜାରି ରହିଛି । ସେପଟେ ଆଜି ପରିବାର ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସମସ୍ତଙ୍କୁ ଅନୁରୋଧ କରଯାଇଛି ଯେ ରାଜୁ୍ଙ୍କ ସ୍ୱାସ୍ଥ୍ୟକୁ ନେଇ ମିଥ୍ୟା ଖବର ପ୍ରଚାର ନ କରିବା ପାଇଁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଷ୍ଟେବଲ୍ ଅଛି ।

Raju Srivastava

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଅବଗତ ରହିଛନ୍ତି । ମୋଦି ରାଜୁଙ୍କ ପରିବାର ସହ କଥା ହେବା ସହ ଆଶ୍ୱାସନା ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ରାଜୁଙ୍କ ଚିକିତ୍ସା ପାଇଁ ଯାହା ଆବଶ୍ୟକ ଯୋଗାଇଦିଆଯିବ । ଅଭିନେତା ଶେଖର ସୁମନ ମଧ୍ୟ ଟ୍ୱିଟ କରି ଶ୍ରୀବାସ୍ତଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ସୂଚନା ଦେଇଥିଲେ । ସେ କହିଛନ୍ତି ବର୍ତ୍ତମାନ ମଧ୍ୟ ରାଜୁଙ୍କ ଚିକିତ୍ସା ଜାରି ରହିଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । କିନ୍ତୁ ଏବେ ବି ସେ ବେହୋସ ଅଛନ୍ତି । ଅନେକ କଳାକାର ଓ ମନ୍ତ୍ରୀ ନେତା ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଚିନ୍ତାପ୍ରକଟ କରିଛନ୍ତି । ସୂଚନା ଅନୁସାରେ, ଚଳିତ ମାସ ୧୦ ତାରିଖରେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା । ଜିମ୍ କରୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ ରାଜୁ । ଏହାପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ହାର୍ଟଆଟାକ ଆସିଥିବା ନେଇ ସୂଚନା ଦେଇଥିଲେ । ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+