ସୁସ୍ଥ ହେଉଛନ୍ତି କମେଡିଆନ୍ ରାଜୁ , ପତ୍ନୀଙ୍କ ସହ କଥା ହେବା ପାଇଁ କରୁଛନ୍ତି ଚେଷ୍ଟା
ସୁସ୍ଥ ହେଉଛନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ, ପତ୍ନୀଙ୍କ ସହ କଥା ହେବା ପାଇଁ କରୁଛନ୍ତି ଚେଷ୍ଟା
Raju Srivastava Health Update: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ । ୨୭ ଦିନ ହେଲା ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି ରାଜୁ । ରାଜୁ ସୁସ୍ଥ ହେଉଛନ୍ତି । ହାତ ଗୋଡ଼ ହଲାଇବା ପାଇଁ ଚେଷ୍ଟା କରୁଛନ୍ତି । ସେ ପତ୍ନୀ ଶିଖା ଶ୍ରୀବାସ୍ତବଙ୍କ ସହିତ ଆଖିରେ ସମ୍ପର୍କ କରିବା ପାଇଁ ଚେଷ୍ଟା କରିଛନ୍ତି । ଏହା ସହ ସେ ନିଜ ପତ୍ନୀଙ୍କ ହାତକୁ ଛୁଇଁ ତାଙ୍କ ଆତ୍ମବିଶ୍ୱାସ ମଧ୍ୟ ବଢାଇଛନ୍ତି । ସେ ଖୁବ ଶିଘ୍ର ସୁସ୍ଥ ହୋଇଯିବେ ବୋଲି ସଙ୍କେତ୍ ଦେଉଛନ୍ତି ରାଜୁ । ଯାହା ଅଭିନେତାଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସକ୍ସେନା ସୂଚନା ଦେଇଛନ୍ତି । ଏହି ଖବର ଆସିବା ପରେ ଫ୍ୟାନ୍ସ ବେଶ୍ ଖୁସ ଅଛନ୍ତି ।

ତେବେ ୨୭ଦିନ ହେଲା ରାଜୁ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି । ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରିତିଟି ମୁହୂର୍ତ୍ତରେ ନଜର ରଖିଛନ୍ତି ଜିମରେ ହୃଦଘାତର ଶିକାର ହେବା ପରେ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଅତି ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁରେ ରଖାଯାଇଛି । ତାଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରଶଂସକ ତଥା ପରିବାର ବର୍ଗ ପୂଜାର୍ଚ୍ଚନା କରୁଛନ୍ତି ।












Click it and Unblock the Notifications