ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର, ଆସନ୍ତା ୨୪ ଘଣ୍ଟା ବେଶ୍‌ ଗୁରୁତ୍ୱପୂର୍ଣ୍ଣ

Raju Srivastav Health Update: Raju Srivastav Serious , 24 hrs very criticalରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର ,ଆସନ୍ତା ୨୪ ଘଣ୍ଟା ବେଶ୍‌ ଗୁରୁତ୍ୱପୂର୍ଣ୍ଣ

ମୁମ୍ବାଇ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ସୂଚନା ଦେଲେ ଏମ୍ସ ନିର୍ଦ୍ଦେଶକ । ଗତ ୧୧ ଦିନ ଧରି ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଅଭିନେତା । ଗତକାଲି ରାଜୁ ସୁସ୍ଥ ହେଉଛନ୍ତି ବୋଲି ସୂଚନା ଦେଇଥିଲେ ତାଙ୍କ ସାନ ଭାଇ ଦିପୁ ଶ୍ରୀବାସ୍ତବ । ହେଲେ ଆଜି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ରାଜୁଙ୍କ ଅବସ୍ଥା ଗୁରୁତର ବୋଲି ସୂଚନା ଦେଇଛନ୍ତି । ଆସନ୍ତା ୨୪ ଘଣ୍ଟା ତାଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ରଣଦୀପ ଗୁଲେରିଆ କହିଛନ୍ତି। ଏବେ ଆଇସିୟୁରେ ଚିକିତ୍ସା ଚାଲିଛି ହେଲେ ରାଜୁଙ୍କ ଚେତା ଫେରିନି ।

RAJU SRIBASTHAB
ସୂଚନା ଅନୁସାରେ ରାଜୁଙ୍କୁ ଆଇସିୟୁର ନ୍ୟୁରୋକାର୍ଡିଓଲଜି ବିଭାଗର ଭେଣ୍ଟିଲେଟର୍‌ରେ ରଖାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସୁନାହିଁ। ତେବେ ଆଗାମି ୨୪ଘଣ୍ଟା ରାଜୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ପ୍ରତିମୂହୁର୍ତ୍ତ ନଜର ରଖାଯାଇଛି । ରାଜୁ ଶ୍ରୀବାସ୍ତବଙ୍କ ଭାଇ ଦୀପୁ ଶ୍ରୀବାସ୍ତବ ଶନିବାର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ରାଜୁଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଥିଲେ। ରାଜୁ ଭାଇଙ୍କ ଅବସ୍ଥା ଧୀରେ ଧୀରେ ସୁଧୁରୁଛି ବୋଲି ସେ କହିଥିଲେ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+