ରାଜୁଙ୍କ ସଂଘର୍ଷର କାହାଣୀ, ଦିନେ ମାୟାନଗରୀ ମୁମ୍ବାଇରେ ଚଳାଉଥିଲେ ଅଟୋ
ରାଜୁଙ୍କ ସଂଘର୍ଷର କାହାଣୀ, ଦିନେ ମାୟାନଗରୀ ମୁମ୍ବାଇରେ ଚଳାଉଥିଲେ ଅଟୋ
Raju Srivastav Death: ଆଜି ୫୮ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ପରପାରିକୁ ଚାଲିଯାଇଛନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତ । ସେ ନିଜ କମେଡି ଓ ଅଭିନୟ ପାଇଁ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ହେଲେ ତାଙ୍କର ଏ ସଫର ଏତେ ସହଜ ନଥିଲା । କାନପୁର ପରି ଛୋଟ ସହରରୁ ଆସି ମାୟନଗରୀରେ ନିଜ ପାଇଁ ସ୍ଥାନ ବନାଇବା ଲାଗି ତାଙ୍କୁ ଅନେକ କଷ୍ଟ କରିକୁ ପଡିଥିଲା ।

ରାଜୁଙ୍କ ଜନ୍ମ ୧୯୬୩ ମସିହା ଡିସେମ୍ବର ୨୫ରେ ହୋଇଥିଲା । ରାଜୁଙ୍କ ପିତା ରମେଶ ଚନ୍ଦ୍ର ଶ୍ରୀବାସ୍ତବ ଜଣେ କବି ଥିଲେ । ସେ ଅଭିନୟ ଓ କମେଡି କରିବା ପାଇଁ ବାପାଙ୍କଠାରୁ ଆତ୍ମବିଶ୍ୱାସ ପାଇଥିଲେ । ତାଙ୍କର ପ୍ରକୃତ ନାଁ ଥିଲା ସତ୍ୟ ପ୍ରକାଶ ଶ୍ରୀବାସ୍ତବ । କେମେଡି ଜଗତରେ ପାଦ ଦେବା ପରେ ସେ ନିଜ ନାମ ବଦଳାଇ ରାଜୁ ଶ୍ରୀବାସ୍ତବ ରଖିଥିଲେ । ଏହି ନାଁ ତାଙ୍କୁ ଆଜି ଘରେ ଘରେ ପରିଚିତ କରିପାରିଛି । ସେହିପରି ସେ ଗଜୋଧର ଭାୟା ଭାବରେ ମଧ୍ୟ ବେଶ୍ ପ୍ରସିଦ୍ଧ ହୋଇଥିଲେ ।
ରାଜୁ ନିଜର ନୂଆ ପରିଚୟ ପାଇଁ ମୁମ୍ବାଇ ଆସି ପହଁଚିଥିଲେ । ପ୍ରଥମେ ତାଙ୍କ ପାଖରେ କୌଣସି ରୋଜଗାରର ପନ୍ଥା ନଥିଲା । ତାଙ୍କୁ ଅନେକ ସଂଘର୍ଷ କରିବା ପାଇଁ ପଡିଥିଲା । ଟଙ୍କା ପାଇଁ ସେ ମୁମ୍ବାଇ ରାସ୍ତାରେ ଅଟୋ ଚଳାଇଥିଲେ । ଯାହା ପରେ ସେ ଧିରେ ଧିରେ ଛୋଟ ଛୋଟ ଶୋ' କରିଥିବା ଆରମ୍ଭ କରିଥିଲେ । ଦ ଗ୍ରେଟ୍ ଇଣ୍ତିଆନ ଲାଫ୍ଟର ଶୋ' ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା । ଯାହା ପରେ ସେ ଅନେକ ଶୋ' ରେ ନଜର ଆସିଥିଲେ ।

୨୦ କୋଟି ସମ୍ପତ୍ତିର ମାଲିକ ରାଜୁ
ରିପୋର୍ଟ ଅନୁସାରେ ବର୍ତ୍ତମାନ ରାଜୁ ଶ୍ରୀବାସ୍ତବକଙ୍କ ପାଖରେ ରହିଛି ୨୦ କୋଟି ସମ୍ପତ୍ତି । ଏହା ସହ କାନପୁର ଓ ମୁମ୍ବାଇରେ ରହିଛି ନିଜ ଘର । ଝିଅ ଅନ୍ତରାଙ୍କ ସୂଚନା ଅନୁସାରେ ଅଭିନେତା ଷ୍ଟେଜ୍ ଶୋ' ଜରିଆରେ ସର୍ବାଧିକ ରୋଜଗାର କରିଛନ୍ତି । ସୂଚନା ଅନୁସାରେ ଅଭିନେତା ପ୍ରତି ଶୋ ପିଛା ୪ ରୁ ୫ ଲକ୍ଷ ଟଙ୍କା ଚାର୍ଜ କରନ୍ତି । ତାଙ୍କ ପାଖରେ ବିଏଏମଡବ୍ଲୁ, ଇନୋଭା, ଅଡି ଭଳି କାର୍ ମଧ୍ୟ ରହିଛି ।












Click it and Unblock the Notifications