ପୁଣି ଭେଣ୍ଟିଲେଟରରେ ରାଜୁ ଶ୍ରୀବାସ୍ତବ

Raju Srivastav Health Updates: Raju srivastav now again in ventilator after fever rise to 105degree Celsiusପୁଣି ଭେଣ୍ଟିଲେଟରରେ ରାଜୁ ଶ୍ରୀବାସ୍ତବ

ମୁମ୍ବାଇ:ପୁଣି ବିଗିଡ଼ିଲା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ଵାସ୍ଥ୍ୟାବସ୍ଥା । ହଟାତ୍ ୧୦୦ ଡିଗ୍ରୀ ଜ୍ଵର ହେବା ପରେ ରାଜୁଙ୍କ ସ୍ଵାସ୍ଥ୍ୟାବସ୍ଥା ବଗିଡିବାରୁ ତାଙ୍କୁ ଆଜି ପୁଣି ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି । ତେବେ ରାଜୁଙ୍କର ହାର୍ଟ ବିଟ୍,ବିପି ଏବଂ ଅକ୍ସିଜେନ୍ ଲେବୁଲ୍ ସ୍ଥିର ରହିଛି । ତାଙ୍କ ସ୍ୱାସ୍ଥ୍ୟ ଉପରେ ଏବେ ପ୍ରିତି ମୂହୁର୍ତ୍ତରେ ନଜର ରଖିଛି ଡାକ୍ତରୀ ଟିମ୍‌ । ସୂଚନା ଅନୁସାରେ ଅଭିନେତା ୮୦-୯୦ ପ୍ରତିଶତ ନ୍ୟାଚୁରାଲ୍‌ ଅକ୍ସିଜେନ ନେଉଛନ୍ତି ।

raju

ତେବେ ୨୫ ତାରିଖରେ ଦୀର୍ଘ ୧୫ ଦିନ ପରେ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ଚେତା ଫେରିଥିଲା । ସେ ଧିରେ ଧିରେ ସେ ସୁସ୍ଥ ହେଉଥିଲେ । ଯେଉଁଥି ପାଇଁ ତାଙ୍କୁ ଭେଣ୍ଟିଲେଟରରୁ ବାହାରକୁ ଅଣାଯାଇଥିଲା। କିନ୍ତୁ ଏବେ ସ୍ଵାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି।

s

ତେବେ ଜିମ୍‌ରେ ୱାର୍କ ଆଉଟ୍‌ କରିବା ସମୟରେ ହଠାତ୍‌ ତଳେ ପଡ଼ିଯାଇଥିଲେ। ହୃଦଘାତର ଶିକାର ହେବା ପରେ ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଗତ ୨୩ ଦିନ ହେବ ସେ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି । ତାଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରଶଂସକ ତଥା ପରିବାର ବର୍ଗ ପୂଜାର୍ଚ୍ଚନା କରିଥିଲେ । ରାଜୁଙ୍କ ଚିକିତ୍ସା ପାଇଁ ତାଙ୍କ ପରିବାରକୁ ଯଥାସାଧ୍ୟ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+