ଫେରୁନାହିଁ ରାଜୁଙ୍କ ଚେତା , ସୁସ୍ଥ ହେବା ପାଇଁ ଲମ୍ବା ସମୟ ଲାଗିପାରେ

Raju Srivastav Health Update : Doctors Big Statement It Cures But Take Long Timeଫେରୁନାହିଁ ରାଜୁଙ୍କ ଚେତା , ସୁସ୍ଥ ହେବା ପାଇଁ ଲମ୍ବା ସମୟ ଲାଗିପାରେ

ନୂଆଦିଲ୍ଲୀ: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ସୁଧାର ହେଉଥିବାର ସୂଚନା ରହିଛି । ରିପୋର୍ଟ ଅନୁସାରେ ରାଜଙ୍କୁ ମସ୍ତିଷ୍କରେ ସଂକ୍ରମଣ ହ୍ରାସ ହୋଇଛି । ରାଜୁ ଶ୍ରୀବାସ୍ତବଙ୍କ ପରିବାର ତରଫରୁ ସୂଚନା ଦିଆଯାଇଛି ଯେ ରାଜୁଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି । ଡାକ୍ତରମାନେ ନିଶ୍ଚିତ କରିଛନ୍ତି ଯେ ରାଜୁ ଭଲ ହୋଇଯିବେ । କିନ୍ତୁ ଏଥିପାଇଁ ଟିକିଏ ଅଧିକ ସମୟ ଲାଗିପାରେ । ଇଣ୍ଡିଆନ୍ ଏକ୍ସପ୍ରେସ୍ ସହିତ କଥାବାର୍ତ୍ତା କରି ରାଜୁ ଶ୍ରୀବାସ୍ତବଙ୍କ ପ୍ରତିନିଧି କହିଛନ୍ତି- ତାଙ୍କ ଅବସ୍ଥା ସ୍ଥିର ଅଛି ଏବଂ ଡାକ୍ତରମାନେ ତାଙ୍କୁ ଭଲ ଚିକିତ୍ସା କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ ରାଜୁଙ୍କ ଚେତନା ଫେରି ନାହିଁ । ସେ ଭେଣ୍ଟିଲେଟରରେ ଅଛନ୍ତି ଏବଂ ଡାକ୍ତରମାନେ ତାଙ୍କ ଉପରେ ସବୁବେଳେ ନଜର ରଖିଛନ୍ତି । ଏପରି ସ୍ଥିତି ରହିଲେ ରାଜୁ ଶ୍ରୀବାସ୍ତବଙ୍କୁ ଖୁବ୍ ଶୀଘ୍ର ଭେଣ୍ଟିଲେଟର ସପୋର୍ଟରୁ ବାହାରକୁ ଅଣାଯାଇପାରେ ବୋଲି ଅନୁମାନ କରାଯାଉଛି ।

Raju Srivastav

ତେବେ ହୃଦଘାତ ଯୋଗୁ ରାଜୁ ଶ୍ରୀବାସ୍ତବଙ୍କୁ ଅଗଷ୍ଟ ୧୦ ତାରିଖ ଦିନ ଦିଲ୍ଲୀ ଏମସ୍‌ରେ ଭର୍ତ୍ତି କରାଯାଇଥିଲା। ଗତ ୧୪ ଦିନ ହେଲାଣି ହେଲେ ରାଜୁଙ୍କ ଚେତା ଫେରି ନାହିଁ । ଏବେ ମଧ୍ୟ ସେ କୋମାରେ ଅଛନ୍ତି । ମସ୍ତିଷ୍କରେ ସଂକ୍ରମଣ ଯୋଗୁ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଛି । ପୁରା ଦେଶ ତାଙ୍କ ପାଇଁ ପ୍ରାର୍ଥନା କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+