ବିଗ୍ ବିଙ୍କ କଥା ଶୁଣି ଉଠିବେ ରାଜୁ ...
Raju Srivastav Health Update:ବିଗ୍ ବିଙ୍କ କଥା ଶୁଣି ଉଠିବେ ରାଜୁ ...
ମୁମ୍ବାଇ: ଷ୍ଟେଜ୍ ରେ ଅମିତାଭଙ୍କ ଡାଇଲଗ୍ କହି ତାଙ୍କ ମିମିକ୍ରି କରି ପ୍ରଶଂସା ସାଉଣ୍ଟୁଥିବା ରାଜୁ ଶ୍ରୀବାସ୍ତବଙ୍କ ଜଣେ ବଡ଼ ପ୍ରଶଂସକ ବିଗ୍ ବି । ଷ୍ଟେଜ ସୋ'ରେ ଅମିତାଭଙ୍କ ଡାଇଲଗ କହି ରାଜୁ ଅନେକ ଥର ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି । ଏପରିକି ଅମିତାଭ୍ ନିଜେ ମଧ୍ୟ କମେଡିଆନ୍ ରାଜୁଙ୍କର ଜଣେ ବଡ଼ ଫ୍ୟାନ୍ । ହେଲେ ଏବେ ଡାକ୍ତରଖାନାରେ ରାଜୁ । ଜିମ୍ରେ ୱାର୍କଆଉଟ୍ କରିବା ସମୟରେ ହୃଦଘାତର ଶିକାର ହୋଇ ଏବେ ସେ ଭେଣ୍ଟିଲେଟରରେ । ପୁରା ଦେଶ ତାଙ୍କ ପାଇଁ ପ୍ରାର୍ଥନା କରୁଛି ।

ନିକଟରେ ବିଗ୍ ବି ରାଜୁ ଶ୍ରୀବାସ୍ତବଙ୍କ ଖରାପ ସ୍ୱାସ୍ଥ ବିଶଷୟରେ ଶୁଣିବା ପରେ ଖୁବ ଚିନ୍ତିତ ହୋଇ ପଡିଥିଲେ । ତିନି ଦିନ ମଧ୍ୟରେ ପ୍ରାୟ ୧୦ରୁ ଅଧିକ ରାଜୁଙ୍କୁ ମେସେଜ ପଠାଇଥିଲେ । ହେଲେ ରାଜୁଙ୍କ ଫୋନ ବନ୍ଦ ଥିବାରୁ ଅମିତାଭଙ୍କ ବାର୍ତ୍ତା ତାଙ୍କ ପରିବାର ପାଖରେ ପହଞ୍ଚି ପାରିନଥିଲା । ଅନ୍ୟପଟେ ରାଜୁ ଚେତାଶୂନ୍ୟ ଅଛନ୍ତି ହେଲେ ବୋଧ ହୁଏ ସେ ସମସ୍ତଙ୍କୁ ଶୁଣିପାରୁଥିବେ ବୋଲି କହିଛନ୍ତି ଡାକ୍ତର ଏହା ସହ ଯଦି ରାଜୁଙ୍କୁ ତାଙ୍କ ପ୍ରିୟ ମଣିଷର ସ୍ବର ଶୁଣାଯାଇପାରନ୍ତା ହୁଏତ ତାଙ୍କ ବ୍ରେନ୍ ପୁଣି କାର୍ଯ୍ୟକ୍ଷମ ହୋଇପାରେ ବୋଲି ରାଜୁ ରାଜୁଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି । ରାଜୁ ଶୀଘ୍ର ସୁସ୍ଥ ହେବା ପାଇଁ ଏହା ହୁଏତ ସହାୟକ ହୋଇପାରେ ।

ଡାକ୍ତରଙ୍କ ପରାମର୍ଶ ଶୁଣିବା ପରେ ପରିବାର ଲୋକେ ଅମିତାଭ ବଚ୍ଚନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । କାରଣ ରାଜୁ ଅମିତାଭଙ୍କର ଜଣେ ପ୍ରଶଂସକ । ହୁଏତ ତାଙ୍କ ସ୍ୱର ଶୁଣିବା ପରେ ତାଙ୍କ ବ୍ରେନ୍ ପୁଣି କାମ କରିବା ଆରମ୍ଭ କରିଦେଇ ପାରେ । ରାଜୁଙ୍କ ପରିବାର ଅମିତାଭଙ୍କ ସହ ଫୋନରେ କଥା ହେବା ପାଇଁ ଚେଷ୍ଟା କରିଥିଲା । ତେବେ ରାଜୁଙ୍କ ଅସୁସ୍ଥତା ଖବର ଶୁଣିବା ପରେ ଅମିତାଭ ଅନେକ ମେସେଜ ତାଙ୍କୁ ପୂର୍ବରୁ ପଠାଇଥିଲେ ବୋଲି ବିଗ୍ ବିଙ୍କ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି । ରାଜୁଙ୍କ ସ୍ୱାସ୍ଥ୍ୟ ପାଇଁ ଅମିତାଭ ପୁଣି ମ୍ୟାସେଜ୍ ପଠାଇଛନ୍ତି । ଅମିତାଭଙ୍କ ଅଡିଓ କ୍ଲିପ୍ ରାଜୁଙ୍କ ପାଖକୁ ପଠାଯାଇଛି । ତେବେ ଖୁବ ଶିଘ୍ର ରାଜୁ ସୁସ୍ଥ ହୋଇ ଷ୍ଟେଜକୁ ଫେରନ୍ତୁ ଏହା ହିଁ ଭଗବାନଙ୍କ ନିକଟରେ ସମସ୍ତଙ୍କ କାମନା ।












Click it and Unblock the Notifications