ରାଜୁ ଶ୍ରୀବାସ୍ତବଙ୍କର ହେଲା ଭର୍ଚୁଆଲ ପୋଷ୍ଟମର୍ଟମ, ଜାଣନ୍ତୁ କିପରି କରାଯାଏ ଡିଜିଟାଲ ଶବ ବ୍ୟବଚ୍ଛେଦ
ରାଜୁ ଶ୍ରୀବାସ୍ତବଙ୍କର ହେଲା ଭର୍ଚୁଆଲ ପୋଷ୍ଟମର୍ଟମ, ଜାଣନ୍ତୁ କିପରି କରାଯାଏ ଡିଜିଟାଲ ଶବ ବ୍ୟବଚ୍ଛେଦ
Raju Srivastav Death: ଗତକାଲି ଷ୍ଟାଣ୍ଟଅପ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କର ୫୮ ବର୍ଷ ବୟସରେ ଦେହାନ୍ତ ହୋଇଛି । ଦ୍ୱିତୀୟ ଥର ହାର୍ଟ ଅଟାକ୍ ହେବାରୁ ତାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଦେହାନ୍ତ ପରେ ରାଜୁ ଶ୍ରୀବାସ୍ତବଙ୍କର ହେଲା ଭର୍ଚୁଆଲ୍ ବା ଡିଜିଟାଲ ଶବ ବ୍ୟବଚ୍ଛେଦ । ଖୁବ୍ ଅଳ୍ପ ସମୟ ଅର୍ଥାତ୍ ୧୫ ରୁ ୨୦ ମିନିଟ୍ ମଧ୍ୟରେ ମୃତ ଦେହକୁ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଯାହା ଫଳରେ ଅଭିନେତାଙ୍କ ଶରୀରରେ ଇଞ୍ଜେକ୍ସନ ଚିହ୍ନ ଛଡା ଅନ୍ୟ କୌଣସି ଚିହ୍ନ ଦେଖିବା ପାଇଁ ମିଳି ନାହିଁ ।

ଭର୍ଚୁଆଲ୍ ବା ଡିଜିଟାଲ ଶବ ବ୍ୟବଚ୍ଛେଦ କ'ଣ
ସାଧାରଣତଃ ପୋଷ୍ଟମର୍ଟମ ସମୟରେ ମଣିଷର ଶରୀରକୁ କାଟିବା ପାଇଁ ପଡିଥାଏ । ହେଲେ ଭର୍ଚୁଆଲ୍ ବା ଡିଜିଟାଲ ଶବ ବ୍ୟବଚ୍ଛେଦରେ ଏପରି କିଛି କରିବା ପାଇଁ ପଡିନଥାଏ । ଏହା ଖୁବ କମ ସମୟରେ ମଧ୍ୟ ହୋଇଯାଇଥାଏ । ମେସିନ୍ ଓ ସ୍କ୍ରିନିଂ ମାଧ୍ୟମରେ ମୃତ ଦେହକୁ ବ୍ୟବଚ୍ଛେଦ କରାଯାଏ । ଏହି ପଦ୍ଧତିକୁ ଭିଟ୍ରୋପ୍ସି ମଧ୍ୟ କୁହାଯାଏ । ସିଟି ସ୍କାନ ଓ ଏମଆଇଆର୍ ମେସିନ୍ ସାହାଯ୍ୟରେ ଭର୍ଚୁଆଲ୍ ପୋଷ୍ଟମର୍ଟମ କରାଯାଇଥାଏ । ଖାସ କଥା ହେଲା ଯେ ଭର୍ଚୁଆଲ୍ ପୋଷ୍ଟମର୍ଟମ ଓ ସାଧାରଣ ପୋଷ୍ଟମର୍ଟମର ଫଳାଫଳ ପ୍ରାୟ ସମାନ ହିଁ ରହିଥାଏ । ସେହିପରି ଭର୍ଚୁଆଲ୍ ବା ଡିଜିଟାଲ ଶବ ବ୍ୟବଚ୍ଛେଦ ଦ୍ୱାରା ଧାର୍ମିକ ଭାବନାରେ ମଧ୍ୟ ଆଘାତ ପହଁଚି ନଥାଏ ।












Click it and Unblock the Notifications