ପଞ୍ଚଭୂତରେ ବିଲୀନ ହେଲେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ
ପଞ୍ଚଭୂତରେ ବିଲୀନ ହେଲେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ
ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହେଲେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ । ନିଜର ମଜାଳିଆ କଥାରେ ଲକ୍ଷ ଲକ୍ଷ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ରାଜୁ ଆଜି ଦୁନିଆରୁ ଅନ୍ତିମ ବିଦାୟ ନେଇଛନ୍ତି । ସେପ୍ଟେମ୍ବର ୨୧ରେ ରାଜୁ ଶ୍ରୀବାସ୍ତବ ସକାଳ ପ୍ରାୟ ୧୦ : ୨୦ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଅଭିନେତାଙ୍କ ଶେଷ ରୀତିନୀତି ଦିଲ୍ଲୀ ନିଗମବୋଧ ଘାଟରେ ଶେଷ ହୋଇଛି । ରାଜୁ ଶ୍ରୀବାସ୍ତବଙ୍କ ପୁଅ ତାଙ୍କୁ ମୁଖାଗ୍ନି ଦେଇଛନ୍ତି । ରାଜୁ ଶ୍ରୀବାସ୍ତବଙ୍କ ପାର୍ଥିବ ଶରୀର ଦାଶରଥପୁରୀରେ ସ୍ଥିତ ତାଙ୍କ ଭାଇଙ୍କ ଘରେ ରଖାଯାଇଥିଲା । ଯେଉଁଠି ଅଭିନେତାଙ୍କ ଶେଷ ଦର୍ଶନ ପାଇଁ ପହଁଚିଥିଲେ ଅନେକ କଳାକାର ।

ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ବାଲୁକା କଳା ମାଧ୍ୟମରେ ରାଜୁ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସୋଶାଲ ମିଡିଆରେ ଭିଡିଓ ସେୟାର କରି ଲେଖିଲେ - ହସାଇ ହସାଇ କନ୍ଦାଇ ଦେଲ ।
Hasate Hasate Rula Diya…. You will live in the hearts of Millions. Tribute to comedy king #rajusrivastava #OmShanti.
— Sudarsan Pattnaik (@sudarsansand) September 21, 2022
My SandArt at Puri beach in Odisha. pic.twitter.com/ZTWI77jOIu
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ରାଜୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଟ୍ୱିଟ୍ କରି ଅଭିନେତା ରାଜୁ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଲେଖିଛନ୍ତି' ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତରେ ଗଭୀର ଦୁଃଖିତ । ଗଜୋଧର ଭୈୟା ସମସ୍ତଙ୍କୁ ହସାଉଥିଲେ ହେଲେ ଏଥର ଆମକୁ କନ୍ଦାଇ ଚାଲିଗଲେ । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ । ଭଗବାନ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ।
Deeply saddened by the demise of celebrated comedian Shri #RajuSrivastava. Gajodhar Bhaiya of the Great Indian Laughter Challenge cheered up one & all but this time he has left us in tears.
— Basavaraj S Bommai (@BSBommai) September 21, 2022
May his soul rest in peace. May God give his kith & kin the strength to bear this loss. pic.twitter.com/GklmZcjfFr
ଝିଅ ଅନ୍ତରା ଜଣାଇଲେ ଧନ୍ୟବାଦ
ଦିବଙ୍ଗତ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଝିଅ ଅନ୍ତରା ରାଜୁଙ୍କର ସମସ୍ତ ଫ୍ୟାନ୍ସଙ୍କୁ ଇନଷ୍ଟାଗ୍ରାମରେ ଧନ୍ୟବାଦ ଜଣାଇଛନ୍ତି ।
ସୋଚନାଯୋଗ୍ୟ, ଅଗଷ୍ଟ ୧୦ରେ କେମେଡିଆନ୍ ରାଜୁ ଶ୍ରୀବାସ୍ତବ ଜିମ୍ରେ ଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ ହେବା ପରେ ସେ ହଠାତ୍ ତଳେ ପଡ଼ି ଯାଇଥିଲେ ।ହୃଦଘାତର ଶିକାର ହେବା ପରେ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ଅତି ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁରେ ଏକ ଡାକ୍ତରୀ ଟିମର ଅବଜରଭେସନରେ ରଖାଯାଇଥିଲା । ରାଜୁଙ୍କ ଚିକିତ୍ସା ପାଇଁ ତାଙ୍କ ପରିବାରକୁ ଯଥାସାଧ୍ୟ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିପରି ପ୍ରଧାନମନ୍ତ୍ରୀ ମଧ୍ୟ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଥିଲେ । ହେଲେ ବୁଧବାର ଅର୍ଥାତ୍ ଗତକାଲି ପୁଣି ଦ୍ୱିତୀୟ ଥର ହାର୍ଟ ଅଟାକ୍ ହେବାରୁ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ରାଜୁଙ୍କ ବିୟୋଗରେ କଳା ଜଗତ ସହ ପୁରା ଦେଶରେ ଶୋକର ଛାୟା ଖେଳିଯାଇଛି । କଳାକାରଙ୍କ ସହ ଅନେକ ରାଜନେତା ମଧ୍ୟ ରାଜୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ରାଜୁ ଶ୍ରୀବାସ୍ତବଙ୍କର ହେଲା ଭର୍ଚୁଆଲ୍ ବା ଡିଜିଟାଲ ଶବ ବ୍ୟବଚ୍ଛେଦ
ସୂଚନା ଅନୁସାରେ ଦେହାନ୍ତ ପରେ ରାଜୁ ଶ୍ରୀବାସ୍ତବଙ୍କର ହେଲା ଭର୍ଚୁଆଲ୍ ବା ଡିଜିଟାଲ ଶବ ବ୍ୟବଚ୍ଛେଦ । ଖୁବ୍ ଅଳ୍ପ ସମୟ ଅର୍ଥାତ୍ ୧୫ ରୁ ୨୦ ମିନିଟ୍ ମଧ୍ୟରେ ମୃତ ଦେହକୁ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଯାହା ଫଳରେ ଅଭିନେତାଙ୍କ ଶରୀରରେ ଇଞ୍ଜେକ୍ସନ ଚିହ୍ନ ଛଡା ଅନ୍ୟ କୌଣସି ଚିହ୍ନ ଦେଖିବା ପାଇଁ ମିଳି ନାହିଁ ।












Click it and Unblock the Notifications