ଆଜି ହେବ କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବଙ୍କ ଶେଷକୃତ୍ୟ, ମୁଖାଗ୍ନି ଦେବେ ପୁଅ ଆୟୁଷ୍ମାନ

ଆଜି ହେବ କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବଙ୍କ ଶେଷକୃତ୍ୟ,ମୁଖାଗ୍ନି ଦେବେ ପୁଅ ଆୟୁଷ୍ମାନ

ନୂଆଦିଲ୍ଲୀ: ଆଜି ହେବ କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବଙ୍କ ଶେଷକୃତ୍ୟ । ଦିଲ୍ଲୀ ନିଗମବୋଧ ଘାଟରେ ହେବ ଅନ୍ତେଷ୍ଟି । ପରିବାର ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କୁ ଦିଆଯିବ ଶେଷ ବିଦାୟ । ଆଜି ୯.୩୦ ରୁ ୧୦ ମଧ୍ୟରେ କରାଯିବ ଅନ୍ତିମ ସଂସ୍କାର । ରାଜୁଙ୍କ ପତ୍ନୀ ଶିଖା, ଝିଅ ଅନ୍ତରା ଓ ପୁଅ ଆୟୁଷ୍ମାନ ଦିଲ୍ଲୀରେ ଅଛନ୍ତି ।

ଅଗଷ୍ଟ ୧୦ରେ ୱାର୍କ ଆଉଟ୍ କରିବା ସମୟରେ ହୃତଘାତର ଶିକାର ହୋଇଥିଲେ । ୪୨ ଦିନ କାଳ ଭେଣ୍ଟିଲେଟର ସପୋର୍ଟରେ ଥିଲେ ରାଜୁ । ବୁଧବାର ଅର୍ଥାତ୍ ଗତକାଲି ପୁଣି ଦ୍ୱିତୀୟ ଥର ହାର୍ଟ ଅଟାକ୍ ହେବାରୁ ମୃତ୍ୟୁ । ରାଜୁଙ୍କ ବିୟୋଗରେ କଳା ଜଗତ ସହ ପୁରା ଦେଶରେ ଶୋକର ଛାୟା ଖେଳିଯାଇଛି । କଳାକାରଙ୍କ ସହ ଅନେକ ରାଜନେତା ମଧ୍ୟ ରାଜୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Raju Srivastav

ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି 'ରାଜୁ ଆମ ଜୀବନର ହସ ଏବଂ ସକାରାତ୍ମକ ଭାବନାକୁ ଉଜ୍ଜ୍ୱଳ କରିଛନ୍ତି, ସେ ଖୁବ ଶିଘ୍ର ଆମମାନଙ୍କୁ ଛାଡି ଚାଲିଗଲେ, ହେଲେ ସେ ଅଗଣିତ ଲୋକଙ୍କ ହୃଦୟରେ ସବୁଦିନ ରହିବେ' । ସେହିପରି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଲେଖିଛନ୍ତି 'ଅସମୟରେ ହାସ୍ୟ ଅଭିନେତା ରାଜୁଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ, ରାଜୁ ନିଜ କଳା ଜରିଆରେ ଦେଶର କମେଡି ସିନକୁ ଏକ ନୂଆ ପରିଚୟ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+