ଡାକ୍ତରଖାନାରେ କିଛି ବି କହିଲେନି ବାପା : ଅନ୍ତରା ଶ୍ରୀବାସ୍ତବ
ଡାକ୍ତରଖାନାରେ କିଛି ବି କହିଲେନି ବାପା : ଅନ୍ତରା ଶ୍ରୀବାସ୍ତବ ,ଆଜି ମୁମ୍ବାଇର ଜୁହୁ ସ୍ଥିତ ଇସ୍କନ ମନ୍ଦିରରେ ରାଜୁଙ୍କର ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି ,ଏହି ସଭାରେ ବଲିଉଡର ଷ୍ଟାର, ଚଳଚ୍ଚିତ୍ର ନିର୍ମାତା ଏବଂ ଟିଭି ଜଗତର ଅନେକ କଳାକାର ସାମିଲ ହେବେ ।
ମୁମ୍ବାଇ: ଜଣାଶୁଣା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ୨୧ ସେପ୍ଟେମ୍ବରରେ ସମସ୍ତଙ୍କ ଆଖିରେ ଲୁହ ଦେଇ ଆରପାରିକୁ ଚାଲିଜାଇଛନ୍ତି । ଅଗଷ୍ଟ ୧୦ରେ ୱାର୍କ ଆଉଟ୍ କରୁଥିବା ବେଳେ ହୃତଘାତର ଶିକାର ହୋଇଥିଲେ ଅଭିନେତା । ଯାହା ପରେ ତାଙ୍କୁ AIIMSରେ ଭର୍ତ୍ତି କରାଯାଇଥିଲା । ୪୨ ଦିନ କାଳ ଭେଣ୍ଟିଲେଟର ସପୋର୍ଟରେ ଥିଲେ ରାଜୁ । କିନ୍ତୁ ତାଙ୍କ ଅବସ୍ଥାରେ କିଛି ସୁଧାର ଆସୁ ନଥିଲା । ଶେଷରେ ଦ୍ୱିତୀୟ ଥର ହାର୍ଟ ଅଟାକ୍ ହେବାରୁ ତାଙ୍କର ଦେହାନ୍ତ ହୋଇଥିଲା । ଅଭିନେତାଙ୍କ ଶେଷ ରୀତିନୀତି ଦିଲ୍ଲୀ ନିଗମବୋଧ ଘାଟରେ ଶେଷ ହୋଇଥିଲା । ରାଜୁ ଶ୍ରୀବାସ୍ତବଙ୍କ ପୁଅ ତାଙ୍କୁ ମୁଖାଗ୍ନି ଦେଇଥିଲେ । ଅନ୍ତିମ ସଂସ୍କାର ସମୟରେ ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା । ସେ ଖୁବ କଷ୍ଟରେ ସ୍ୱାମୀଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ । ଆଜି କମେଡିଆନ୍ ରାଜୁଙ୍କ ପାଇଁ ମୁମ୍ବାଇରେ ଏକ ପ୍ରେୟାର ମିଟ୍ ଆୟୋଜିତ ହୋଇଛି । ଏ ନେଇ ନିକଟରେ ଏକ ସାକ୍ଷାତକାରରେ ଝିଅ ଅନ୍ତରା ସୂଚନା ଦେଇଥିଲେ ।

ସୂଚନା ଅନୁସାରେ, ଆଜି ମୁମ୍ବାଇର ଜୁହୁ ସ୍ଥିତ ଇସ୍କନ ମନ୍ଦିରରେ ରାଜୁଙ୍କର ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି । ଏହି ସଭାରେ ବଲିଉଡର ଷ୍ଟାର, ଚଳଚ୍ଚିତ୍ର ନିର୍ମାତା ଏବଂ ଟିଭି ଜଗତର ଅନେକ କଳାକାର ସାମିଲ ହେବେ । ଯେଉଁଥିପାଇଁ ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀ ଶିଖା ଏବଂ ଝିଅ ଅନ୍ତରା ମୁମ୍ବାଇ ଯାଇଛନ୍ତି । ଅନ୍ତରା ଏହି ସମୟରେ ଅନେକ ରୀତିନୀତିରେ ବ୍ୟସ୍ତ ଅଛନ୍ତି । ସେ ଇ-ଟାଇମ୍ସ ସହିତ ଏକ ବାର୍ତ୍ତାଳାପରେ କହିଛନ୍ତି- ମା'ଙ୍କ ସ୍ୱାସ୍ଥ୍ୟ ଭଲ ନୁହେଁ । ଏହି ଆଲୋଚନା ସମୟରେ ଝିଅ ଅନ୍ତରା ଏହା ମଧ୍ୟ କହିଛନ୍ତି ଯେ 'ଆମେ ଶୀଘ୍ର ଦିଲ୍ଲୀ ଫେରିବୁ । ଅନେକ ରୀତିନୀତି ଏପର୍ଯ୍ୟନ୍ତ କରାଯାଇ ନାହିଁ । ବାପାଙ୍କ ଘର କାନପୁରରେ ତେଣୁ ଆମକୁ ସେଠାରେ ମଧ୍ୟ ପୂଜା କରିବାକୁ ପଡିବ । ଏହା ଆମ ପାଇଁ ବହୁତ କଷ୍ଟକର ସମୟ । ରାଜୁଙ୍କ ବିୟୋଗରେ କଳା ଜଗତ ସହ ପୁରା ଦେଶରେ ଶୋକର ଛାୟା ଖେଳିଯାଇଛି ।
ଡାକ୍ତରଖାନାରେ କିଛି କହିଲେ ନାହିଁ ରାଜୁ
ଏହି ସାକ୍ଷାତକାର ସମୟରେ ବେଶ୍ ଭାବୁକ ହୋଇ ପଡିଥିଲେ ଅନ୍ତରା । ସେ କହିଥିଲେ ଶେଷ ସମୟରେ ଡାକ୍ତରଖାନାରେ ବାପା କିଛି ମଧ୍ୟ କହି ନଥିଲେ ଅର୍ଥାତ୍ କାହା ସହିତ କିଛି କଥାବାର୍ତ୍ତା ମଧ୍ୟ କରି ନଥିଲେ ।
ରାଜୁ ଶ୍ରୀବାସ୍ତବଙ୍କ ଅନ୍ତିମ ସଂସ୍କାରରେ ମଧୁର ଭଣ୍ଡାରକର, ସୁନୀଲ ପାଲ, ଏହସାନ କୁରେଶି ଏବଂ ସୁରେନ୍ଦ୍ର ଶର୍ମାଙ୍କ ସମେତ ଅନେକ ସେଲିବ୍ରିଟ ଯୋଗ ଦେଇଥିଲେ ।












Click it and Unblock the Notifications