କନ୍ଦାଇ ଦେଇ ଚାଲିଗଲେ ହସାଉଥିବା ମଣିଷ, ପରଲୋକରେ ରାଜୁ

କନ୍ଦାଇ ଦେଇ ଚାଲିଗଲେ ହସାଉଥିବା ମଣିଷ, ପରଲୋକରେ ରାଜୁ ,କମେଡ଼ି ଦୁନିଆରେ ଆଉ ରାଜ୍ କରିବେନି ରାଜୁ

Raju Srivastav Death: ଆରପାରିରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ । ଆଉ କମେଡ଼ି ଦୁନିଆରେ ରାଜ୍ କରିବେନି ରାଜୁ । ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ରାଜୁଙ୍କ ପରଲୋକ ସ୍ପଷ୍ଟ କଲେ ପରିବାର ଲୋକ ।

Raju Srivastav Death

ତେବେ ଅଗଷ୍ଟ ୧୦ରେ ଜିମ୍‌ରେ ୱାର୍କ ଆଉଟ୍‌ କରିବା ସମୟରେ ହଠାତ୍‌ ତଳେ ପଡ଼ିଯାଇଥିଲେ । ହୃଦଘାତର ଶିକାର ହେବା ପରେ ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଜୀବନ ଏବଂ ମୃତ୍ୟୁ ମଧ୍ୟରେ ୪୨ ଦିନିଆ ଯୁଦ୍ଧ ପରେ ହାସ୍ୟ ଅଭିନେତାଙ୍କର ଆଜି ଦେହାନ୍ତ ହୋଇଛି । ଡାକ୍ତରଖାନାରେ ଭର୍ତ୍ତି ହେବା ପରଠାରୁ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର ରହିଥିଲା । ହାସ୍ୟ ଅଭିନେତା ପ୍ରଥମେ ଆଇସିୟୁରେ ଭର୍ତ୍ତି ହୋଇଥିଲେ ହେଲେ ହାର୍ଟ ବ୍ଳକେଜ 100% ଥିବା କାରଣରୁ କିଛିଦିନ ପରେ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ନହେବା ପରେ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା । ସମସ୍ତ ଚେଷ୍ଟା ସତ୍ୱେ ଆଜି ଦୁନିଆ ଆଖିରେ ଲୁହ ଦେଇ ଆରପାରିକୁ ଚାଲିଯାଇଛନ୍ତି ହାସ୍ୟ ଅଭିନେତା ରାଜୁ ରାଜୁ ଶ୍ରୀବାସ୍ତବ ।

ରାଜୁଙ୍କ ପାଇଁ ଅମିତାଭଙ୍କ ଅଡିଓ ମେସେଜ୍

ଷ୍ଟେଜ୍ ରେ ଅମିତାଭଙ୍କ ଡାଇଲଗ୍ କହି ତାଙ୍କ ମିମିକ୍ରି କରି ପ୍ରଶଂସା ସାଉଣ୍ଟୁଥିବା ରାଜୁ ଶ୍ରୀବାସ୍ତବଙ୍କର ଜଣେ ବଡ଼ ପ୍ରଶଂସକ ବିଗ୍ ବି । ଷ୍ଟେଜ ସୋ'ରେ ଅମିତାଭଙ୍କ ଡାଇଲଗ କହି ରାଜୁ ଅନେକ ଥର ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ଏପରିକି ଅମିତାଭ୍ ନିଜେ ମଧ୍ୟ କମେଡିଆନ୍ ରାଜୁଙ୍କର ଜଣେ ବଡ଼ ଫ୍ୟାନ୍ । ଚିକିତ୍ସା ବେଳେ ରାଜୁଙ୍କ ପରିବାରର ଅନୁରୋଧ କ୍ରମେ ଅମିତାଭ ତାଙ୍କ ପାଇଁ ଏକ ଅଡିଓ ମେସେଜ୍ ପଠାଇଥିଲେ । ଯେଇଁଥିରେ ସେ କହିଥିଲେ 'ବହୁତ୍ ହୋଇଗଲା, ଏବେ ତୁମକୁ ଉଠିବା ପାଇଁ ପଡିବ, ଆମକୁ ମଧ୍ୟ ହସାଇବାର କଳା ଶିଖାଅ । ଡାକ୍ତରଙ୍କ ପରାମର୍ଶ ପରେ ରାଜୁଙ୍କୁ ଏହି ଅଡିଓ ଶୁଣାଯାଇଥିଲା । ଯାହା ପରେ ୧୫ ଦିନ ପରେ ରାଜୁଙ୍କର ଚେତା ମଧ୍ୟ ଫେରିଥିଲା ।

କମେଡ଼ି ଦୁନିଆରେ ରାଜା ରାଜୁ
ନିଜ କମେଡିରେ ସେ ପ୍ରତ୍ୟକ ଦର୍ଶକଙ୍କୁ ହସାଇଥାନ୍ତି । ଅନେକ ପପୁଲାର୍ ଟିଭି ଶୋ'ରେ ତାଙ୍କ ଜଲୱା ଦେଖିବା ପାଇଁ ମିଳିଥିଲା । ଶକ୍ତିମାନ୍, ଦ ଗ୍ରେଟ୍ ଇଣ୍ତିଆନ୍ ଲାଫ୍ଟର୍ ଚ୍ୟାଲେଞ୍ଜ, କମେଡି ସର୍କସ, ଦ କପିଲ୍ ଶର୍ମା ଶୋ' ଓ ବିଗ୍ ବସ ସିଜିନ୍ ୩ରେ ମଧ୍ୟ ନଜର ଆସିଥିଲେ ରାଜୁ । ସେହିପରି ସେ 'ବାଜିଗର୍', 'ମେନେ ପ୍ୟାର୍ କିୟା', ପରି ସୁପରହିଟ୍ ଚଳଚ୍ଚିତ୍ର ନଜର ଆସିଥିଲେ । ୨୦୦୪ ମସିହାରେ ସେ ବିପେଜିରେ ଯୋଦ ଦେଇଥିଲେ । ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ପରେ ବଲିଉଡ୍ ଇଣ୍ତଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+