ରାଜକୁମାର ରାଓଙ୍କୁ ପ୍ରେମରେ ଧୋକା ଦେଲେ ନୋରା ଫତେହି ! ଗୀତରେ ଝଲସିଲା ଅଭିନେତାଙ୍କ ଦୁଃଖ

ରାଜକୁମାର ରାଓଙ୍କୁ ପ୍ରେମରେ ଧୋକା ଦେଲେ ନୋରା ଫତେହି !

rajkummar rao


ମୁମ୍ବାଇ: ୧୯୯୫ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ 'ବେୱଫା ସନମ୍' ର ଗୀତ 'ଅଛା ସିଲା ଦିୟା' ଗୀତଟି ବେଶ୍ ଲୋକପ୍ରିୟତା ହାସଲ କରିଥିଲା । ଆଜି ମଧ୍ୟ ଲୋକଙ୍କ ମଧ୍ୟରେ ଏହି ଗୀତର କ୍ରେଜ୍ ରହିଛି । ବର୍ତ୍ତମାନ ଏହି ଗୀତରେ ଆଧୁନିକତାର ଝଲକ ଦେଖିବା ପାଇଁ ମିଳିବ । କ'ଣ ବୁଝି ପାରିଲେ ନାହିଁ ? ତେବେ ଆମେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହି ଗୀତର ଏକ ରିମେକ୍ ଭର୍ସନ ରିଲିଜ୍ ହେବା ପାଇଁ ଯାଉଛି । ଯାହାର ଟିଜର ଆଜି ମୁକ୍ତିଲାଭ କରିଛି । ଆଉ ଯେଉଁଥିରେ ମନୋରଞ୍ଜନର ତଡକା ଲଗାଇଛନ୍ତି ନୋରା ଫତେହି ଏବଂ ରାଜକୁମାର ରାଓ ।

ଗୀତର ଟିଜରରେ ରାଜକୁମାର ରାଓଙ୍କୁ ପ୍ରେମରେ ଧୋକା ଖାଇଥିବା ଜଣେ ପ୍ରେମିକ ଭୂମିକାରେ ଦେଖିବା ପାଇଁ ମିଳୁଛି । ଏହି ଗୀତଟି ଗାଇଛନ୍ତି ଗାୟକ ବ୍ରି-ପ୍ରାକ । ଗୀତର ଲିରିକ୍ସ ଜାନି ଲେଖିଛନ୍ତି । ଟିଜରରେ ରାଜ କୁମାର ରାଓ ନିଜ ପୂର୍ବତନ ଗର୍ଲଫ୍ରେଣ୍ଡଙ୍କଠାରୁ ପ୍ରତିଶୋଧ ନେଉଥିବାର ଦେଖିବା ପାଇଁ ମିଳୁଛି, ପ୍ରେମିକା ଭୂମିକା ନୋରା ଫତେହିଙ୍କୁ ନଜର ଆସୁଛନ୍ତି । ଗୀତର ଟିଜରକୁ ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲଞ୍ଚ କରିଛି ଟି-ସିରିଜ୍ । ତେବେ ଦର୍ଶକ ଏହି ଟିଜରକୁ ବେଶ୍ ପସନ୍ଦ କରୁଛନ୍ତି । ରାଜକୁମାର ରାଓ ଏବଂ ନୋରା ଫତେହିଙ୍କ ଯୋଡିକୁ ମଧ୍ୟ ବେଶ୍ ଭଲ ପାଇବା ମିଳିଛି । ଏହି ଗୀତ ଚଳିତ ଜାନୁୟାରୀ ୧୯ ତାରିଖରେ ମୁକ୍ତିଲାଭ କରିବ ।


୧୯୯୫ ମସିହାରେ କୃଷ୍ଣ କୁମାର ଏବଂ ଶିଳ୍ପା ଶିରୋଦକରଙ୍କ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, ଯାହାର ସମସ୍ତ ଗୀତ ସୁପର ହିଟ୍ ହୋଇଥିଲା । ଫିଲ୍ମର ଗୀତ 'ଅଛା ସିଲା ଦିୟା' ସବୁଠାରୁ ଲୋକପ୍ରିୟତା ହାସଲ କରିଥିଲା । ଏହି ଗୀତକୁ ସୋନୁ ନିଗମ ଗାଇଥିଲେ । ହେଲେ ୧୯୯୨ରେ ଏହା ଓରିଜିଲାନ୍ ଭର୍ସନକୁ ପାକିସ୍ତାନୀ ଗାୟକ Attaullah Khan Esakhelvi ଗାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+