For Quick Alerts
Turn On Notification  
For Daily Alerts
Oneindia App Download

ରାଜକୁମାର ରାଓଙ୍କୁ ପ୍ରେମରେ ଧୋକା ଦେଲେ ନୋରା ଫତେହି ! ଗୀତରେ ଝଲସିଲା ଅଭିନେତାଙ୍କ ଦୁଃଖ

ରାଜକୁମାର ରାଓଙ୍କୁ ପ୍ରେମରେ ଧୋକା ଦେଲେ ନୋରା ଫତେହି !

|
rajkummar rao


ମୁମ୍ବାଇ: ୧୯୯୫ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ 'ବେୱଫା ସନମ୍' ର ଗୀତ 'ଅଛା ସିଲା ଦିୟା' ଗୀତଟି ବେଶ୍ ଲୋକପ୍ରିୟତା ହାସଲ କରିଥିଲା । ଆଜି ମଧ୍ୟ ଲୋକଙ୍କ ମଧ୍ୟରେ ଏହି ଗୀତର କ୍ରେଜ୍ ରହିଛି । ବର୍ତ୍ତମାନ ଏହି ଗୀତରେ ଆଧୁନିକତାର ଝଲକ ଦେଖିବା ପାଇଁ ମିଳିବ । କ'ଣ ବୁଝି ପାରିଲେ ନାହିଁ ? ତେବେ ଆମେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହି ଗୀତର ଏକ ରିମେକ୍ ଭର୍ସନ ରିଲିଜ୍ ହେବା ପାଇଁ ଯାଉଛି । ଯାହାର ଟିଜର ଆଜି ମୁକ୍ତିଲାଭ କରିଛି । ଆଉ ଯେଉଁଥିରେ ମନୋରଞ୍ଜନର ତଡକା ଲଗାଇଛନ୍ତି ନୋରା ଫତେହି ଏବଂ ରାଜକୁମାର ରାଓ ।

ଗୀତର ଟିଜରରେ ରାଜକୁମାର ରାଓଙ୍କୁ ପ୍ରେମରେ ଧୋକା ଖାଇଥିବା ଜଣେ ପ୍ରେମିକ ଭୂମିକାରେ ଦେଖିବା ପାଇଁ ମିଳୁଛି । ଏହି ଗୀତଟି ଗାଇଛନ୍ତି ଗାୟକ ବ୍ରି-ପ୍ରାକ । ଗୀତର ଲିରିକ୍ସ ଜାନି ଲେଖିଛନ୍ତି । ଟିଜରରେ ରାଜ କୁମାର ରାଓ ନିଜ ପୂର୍ବତନ ଗର୍ଲଫ୍ରେଣ୍ଡଙ୍କଠାରୁ ପ୍ରତିଶୋଧ ନେଉଥିବାର ଦେଖିବା ପାଇଁ ମିଳୁଛି, ପ୍ରେମିକା ଭୂମିକା ନୋରା ଫତେହିଙ୍କୁ ନଜର ଆସୁଛନ୍ତି । ଗୀତର ଟିଜରକୁ ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲଞ୍ଚ କରିଛି ଟି-ସିରିଜ୍ । ତେବେ ଦର୍ଶକ ଏହି ଟିଜରକୁ ବେଶ୍ ପସନ୍ଦ କରୁଛନ୍ତି । ରାଜକୁମାର ରାଓ ଏବଂ ନୋରା ଫତେହିଙ୍କ ଯୋଡିକୁ ମଧ୍ୟ ବେଶ୍ ଭଲ ପାଇବା ମିଳିଛି । ଏହି ଗୀତ ଚଳିତ ଜାନୁୟାରୀ ୧୯ ତାରିଖରେ ମୁକ୍ତିଲାଭ କରିବ ।


୧୯୯୫ ମସିହାରେ କୃଷ୍ଣ କୁମାର ଏବଂ ଶିଳ୍ପା ଶିରୋଦକରଙ୍କ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, ଯାହାର ସମସ୍ତ ଗୀତ ସୁପର ହିଟ୍ ହୋଇଥିଲା । ଫିଲ୍ମର ଗୀତ 'ଅଛା ସିଲା ଦିୟା' ସବୁଠାରୁ ଲୋକପ୍ରିୟତା ହାସଲ କରିଥିଲା । ଏହି ଗୀତକୁ ସୋନୁ ନିଗମ ଗାଇଥିଲେ । ହେଲେ ୧୯୯୨ରେ ଏହା ଓରିଜିଲାନ୍ ଭର୍ସନକୁ ପାକିସ୍ତାନୀ ଗାୟକ Attaullah Khan Esakhelvi ଗାଇଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
rajkumar rao-nora fatehi's song Acha Sila Diya Teaser out.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X