ରଜନୀକାନ୍ତଙ୍କୁ ମିଳିବ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ଓପନିଂ! 'ୱାର 2'କୁ ପଛରେ ପକାଇ....
'କୁଲି'ଫିଲ୍ମ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଯାହା 'ୱାର ୨' କୁ କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି । ରଜନୀକାନ୍ତଙ୍କ କୁଲି ଫିଲ୍ମ ରେକର୍ଡ ଭାଙ୍ଗିବାରେ ଲାଗିଛି । ଯାହା ପ୍ରି-ବୁକିଂରୁ ଜଣାପଡିଛି । କେବଳ ତାମିଲନାଡୁରେ ନୁହେଁ ବରଂ ସମଗ୍ର ଦେଶ ଏବଂ ଆନ୍ତର୍ଜାତୀୟ ବଜାରରେ ମଧ୍ୟ ଥିଏଟରରେ ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମିଛି । ଏଥିରୁ ରଜନୀକାନ୍ତଙ୍କ ଷ୍ଟାର୍ ପାୱାର ଦେଖିବାକୁ ମିଳିଛି । ପ୍ରଥମ ଦିନ ପ୍ରଥମ ଶୋ ଦେଖିବାକୁ ଦର୍ଶକ ପ୍ରି-ବୁକିଂ କରିବା ଆରମ୍ଭ କରିଦେଇଛନ୍ତି । ତେବେ ଫିଲ୍ମ ପ୍ରି-ବୁକିଂରେ କେତେ ରୋଜଗାର କରିଛି ସେ ସମ୍ପର୍କରେ ଜାଣିବା ।

ରିପୋର୍ଟ ଅନୁଯାୟୀ, ରିଲିଜ୍ ପୂର୍ବରୁ କେବଳ ଆଡ୍ଭାନ୍ସଡ୍ ବୁକିଂରେ 'କୁଲି' ଫିଲ୍ମ ବିଶ୍ୱବ୍ୟାପୀ ୮୮ କୋଟି ଟଙ୍କାର ବ୍ୟବସାୟ କରିଥିବାବେଳେ କେବଳ ତାମିଲନାଡ଼ୁରେ ଏହା ୨୭ କୋଟିର ବ୍ୟବସାୟ କରିଛି। ସେହିପରି ଆଡ୍ଭାନ୍ସଡ୍ ବୁକିଂରୁ ଦେଶବ୍ୟାପୀ ଏହି ଫିଲ୍ମ ୫୩ କୋଟି ଟଙ୍କାର ବ୍ୟବସାୟ କରିଛି। ଫିଲ୍ମରେ ରଜନୀକାନ୍ତଙ୍କ ବ୍ୟତୀତ ଅଭିନେତା ନାଗାର୍ଜୁନ, ସତ୍ୟରାଜ, ଆମୀର ଖାନ୍ ଓ ଅଭିନେତ୍ରୀ ଶ୍ରୁତି ହାସନ ପ୍ରମୁଖଙ୍କୁ ଦେଖିବାକୁ ମିଳିବ।
ମୂଳତଃ ତାମିଲ ଭାଷୀ ଏହି ଫିଲ୍ମକୁ ଏକକାଳୀନ ଭାବେ ହିନ୍ଦୀ, କନ୍ନଡ ଏବଂ ତେଲୁଗୁ ଭାଷାର ଡବଡ୍ ଭର୍ଜନରେ ମଧ୍ୟ ରିଲିଜ୍ କରାଯିବ। ବକ୍ସ ଅଫିସରେ 'କୁଲି'ର ମୁକାବିଲା ଅଭିନେତା ହ୍ରିତିକ ରୋଶନ ଏବଂ ଜୁନିୟର ଏନ୍ଟିଆର୍ଙ୍କ 'ଓ୍ବାର୍ ୨' ଫିଲ୍ମ ସହ ହେବ। ତେବେ ବୁଧବାର ରଜନୀକାନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ୫୦ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ତାଙ୍କୁ ସମାଜର ବିଭିନ୍ନ ବର୍ଗରୁ ଶୁଭେଚ୍ଛାର ଶୁଅ ଛୁଟିଛି।












Click it and Unblock the Notifications