ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ରାଜମୌଲିଙ୍କ 'RRR'
ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ରାଜମୌଲିଙ୍କ 'RRR'। ଆପଣ ଜି 5 ରେ ଦେଖିପାରିବେ ଏହି ଆକ୍ସନ ଡ୍ରାମା ଫିଲ୍ମ।
ହାଇଦ୍ରାବାଦ: ଖୁବଶୀଘ୍ର OTT ପ୍ଲାଟଫର୍ମରେ ଧମାଲ ମଚାଇବ ରାଜାମୌଲିଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'RRR' । ଯଦି ଆପଣ ଏହି ଫିଲ୍ମ ବଡ଼ ପରଦାରେ ମିସ କରିଦେଇଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆପଣ ଏବେ ଘରେ ବସି ଏହି ଆକ୍ସନ ଡ୍ରାମା ଫିଲ୍ମର ମଜା ନେଇ ପାରିବେ । 25 ମାର୍ଚ୍ଚରେ ରିଲିଜ ହୋଇଥିବା ମୁଭି 'RRR' ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିଛି ।

ପୁରା ବିଶ୍ବରେ RRR ପାଖାପାଖି 1,127 କୋଟି ଟଙ୍କା କଲେକ୍ସନ ସହିତ ଚତୁର୍ଥ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର । ତେବେ ଏହି ଚଳଚ୍ଚିତ୍ରର ହିନ୍ଦୀ ସଂସ୍କରଣ 300 କୋଟି ଅତିକ୍ରମ କରିବାରେ ବିଫଳ ହେବା ପରେ 270 କୋଟି ଟଙ୍କାର ମୋଟ କଲେକ୍ସନ କରିଛି।
RRR ଡିଜିଟାଲ୍ ରୂପରେ Zee 5 ରେ ରିଲିଜ୍ ହେବାକୁ ପ୍ରସ୍ତୁତ ଅଛି । ଜି 5ର ପ୍ରିମିୟର ଦକ୍ଷିଣ ଭାଷାରେ ହେବ, RRR ର ହିନ୍ଦୀ ସଂସ୍କରଣ ସେହି ଦିନ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି । ମଇ 20ରେ ଜୁନିଅର ଏନଟିଆରଙ୍କ ଜନ୍ମଦିନ, ତେଣୁ ନିଶ୍ଚିତ ଭାବେ ଏହି ଫିଲ୍ମ ରିଲିଜ ତାଙ୍କ ପାଇଁ ଭଲ ଉପହାର ହେବ ।












Click it and Unblock the Notifications