ଜାପାନୀ ଦର୍ଶକଙ୍କ ମନ ଜିଣୁଛି 'RRR'
ଜାପାନୀ ଦର୍ଶକଙ୍କ ମନ ଜିଣୁଛି 'RRR'
ମୁମ୍ବାଇ: ଜାପାନାରେ ଧମାଲ କରୁଛି ସୁପରହିଟ୍ ଫିଲ୍ମ 'RRR'। ଜାପାନୀ ସିନେପ୍ରେମୀଙ୍କୁ ମତୁଆଲ କରୁଛି ଟ୍ରିପଲ୍ ଆର୍ । ସାଉଥ୍ ସୁରଷ୍ଟାର ଜୁନିଅର ଏଟିଆର ଏବଂ ରାମଚରଣ ଅଭିନିତ ଫିଲ୍ମ 'ଆରଆରଆର' ଅକ୍ଟୋବର ୨୧ରେ ଜାପାନରେ ରିଲିଜ୍ ହୋଇଥିଲା । ସାରା ବିଶ୍ୱରେ ଏହି ଫିଲ୍ମ ଏପର୍ଯ୍ୟନ୍ତ ୧୨୦୦ କୋଟି ଟଙ୍କା କଲେକସନ୍ କରିଥିବା ବେଳେ ଜାପାନରେ ମଧ୍ୟ ଚହଳ ସୃଷ୍ଟି କରିଛି ।

ରିପୋର୍ଟ ଅନୁସାରେ ଫିଲ୍ମଟି ଜାପାନାର ୪୪ଟି ସହରରେ ରିଲିଜ୍ ହୋଇଛି । ସେହିପରି ୨୦୯ଟି ସ୍କ୍ରିନରେ ୩୧ଟି ମ୍ୟାକ୍ସ ସ୍କ୍ରିନରେ ମୁକ୍ତିଲାଭ କରିଛି । ଜାପାନାରେ ରିଲିଜର ଏକ ସପ୍ତାହ ମଧ୍ୟରେ ଫିଲ୍ମଟି ମୋଟ୍ ୪ କୋଟି ୭ ଲକ୍ଷ ଟଙ୍କା ଆୟ କରିଛି । ବର୍ତ୍ତମାନ ଆରଆରଆର ଜାପାନାରେ ସର୍ବାଧିକ ଆୟକାରୀ ବିଦେଶୀ ଫିଲ୍ମ ପ୍ରମାଣିତ ହୋଇ ପାରିଛି । ସେହିପରି ଫିଲ୍ମର ପ୍ରମୋସନ ପାଇଁ ରଜନିକାନ୍ତ, ରାଜା ମୌଲି, ଜୁନିୟର ଏନଟିଆର ଏବଂ ରାମ ଚରଣ ଫିଲ୍ମର ଏକ ପ୍ରମୋସନାଲ ଟୁରରେ ଜାପାନ ଯାଇଥିଲେ । ତେବେ ରିଲିଜର ୧୦ ଦିନ ମଧ୍ୟରେ ଏହାର ଆୟ ଅଧିକ ବଢିପାରେ ବୋଲି ଆକଳନ କରାଯାଉଛି ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications