୬୦ କୋଟି ଟଙ୍କାର ଠକେଇ ମାମଲାରେ ରାଜ କୁନ୍ଦ୍ରାଙ୍କୁ ମୁମ୍ବଇ ପୁଲିସର ସମନ
୬୦ କୋଟି ଟଙ୍କାର ଏକ ଠକେଇ ମାମଲାରେ ମୁମ୍ବଇ ପୁଲିସ ପକ୍ଷରୁ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ବ୍ୟବସାୟୀ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ସମନ ଜାରି କରାଯାଇଛି। ଆସନ୍ତା ୧୫ରେ ମୁମ୍ବଇ ପୁଲିସ ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ନିର୍ଦେଶ ଦିଆଯାଇଛି। ଏହି ପ୍ରସଙ୍ଗରେ ଏନସିଏଲଟି (ନ୍ୟାସନାଲ କମ୍ପାନୀ ଲ' ଟ୍ରିବ୍ୟୁନାଲ) ଅଡିଟରଙ୍କୁ ମଧ୍ୟ ହାଜର ହେବାକୁ ସମନ ଜାରି କରାଯାଇଛି। ସୂଚନାଯୋଗ୍ୟ ରାଜ କୁନ୍ଦ୍ରାଙ୍କର 'ବେଷ୍ଟ ଡିଲ ଟିଭି ପ୍ରାଇଭେଟ ଲିମିଟେଡ' ନାମରେ ଏକ କମ୍ପାନୀ ରହିଛି। ୨୦୧୫ରେ ଦୀପକ କୋଠାରୀ ନାମକ ଜଣେ ଖ୍ୟାତନାମା ବ୍ୟବସାୟୀଙ୍କ ସହ କୁନ୍ଦ୍ରାଙ୍କର ପରିଚୟ ହୋଇଥିଲା।

ଦୀପକ ହେଉଛନ୍ତି 'ଲୋଟସ କ୍ୟାପିଟାଲ ଫାଇନାନ୍ସିଆଲ ସର୍ଭିସେସ୍ ଲିମିଟେଡ'ର ମାଲିକ। ବେଷ୍ଟ ଡିଲ୍ ଟିଭି କମ୍ପାନୀରେ ପୁଞ୍ଜି ବିନିଯୋଗ କଲେ ଅଧିକ ସୁଧ ପ୍ରଦାନ କରାଯିବ ବୋଲି କୁନ୍ଦ୍ରା ସେତେବେଳେ ଦୀପକଙ୍କୁ ପ୍ରବର୍ତ୍ତାଇଥିଲେ। ତଦନୁଯାୟୀ ଦୀପକ ଦୁଇଟି ଦଫାରେ ଯଥାକ୍ରମେ ୩୧.୯୫ ଏବଂ ୨୮.୫୩ କୋଟି ଟଙ୍କା କୁନ୍ଦ୍ରାଙ୍କ କମ୍ପାନୀରେ ବିନିଯୋଗ କରିଥିଲେ।
୨୦୧୬ରେ ବେଷ୍ଟ ଡିଲ୍ କମ୍ପାନୀ ଦେବାଳିଆ ଘୋଷିତ ହୋଇଥିବାବେଳେ ଶିଳ୍ପା ଏହି କମ୍ପାନୀର ନିର୍ଦେଶିକା ପଦରୁ ଇସ୍ତଫା ଦେଇଥିଲେ। ମୂଳଧନ ଫେରିପାଇବାକୁ ଦୀପକ ଏକାଧିକ ଥର ଉଦ୍ୟମ କରି ବିଫଳ ହେବାପରେ ଥାନାରେ ଏତଲା ଦେଇଥିଲେ। ଭାରତୀୟ ପିଙ୍ଗଳ କୋଡର ବିଭିନ୍ନ ଧାରା ଅନୁଯାୟୀ ମୁମ୍ବଇ ପୁଲିସ ଶିଳ୍ପା ଓ କୁନ୍ଦ୍ରାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।












Click it and Unblock the Notifications