Get Updates
Get notified of breaking news, exclusive insights, and must-see stories!

ଇଡି ରେଡକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ କୁନ୍ଦ୍ରା, କହିଲେ 'ମୋ ପତ୍ନୀଙ୍କୁ......

ମୁମ୍ବାଇ : ପୁଣି ଅଡୁଆରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ଗତକାଲି ରାଜ କୁନ୍ଦ୍ରାଙ୍କ ଘର ଏବଂ ତାଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ଘର ଉପରେ ଚଢାଉ କରିଛି ଇଡି। ଯାହାକୁ ନେଇ ରାଜ କୁନ୍ଦ୍ରା ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ରାଜ କୁନ୍ଦ୍ରା ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କ ନାମ ଏସବୁ ମଧ୍ଯକୁ ଟାଣିବା ଉଚିତ ନୁହେଁ। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସେ କହିଛନ୍ତି, "ମୁଁ ଗତ ଚାରି ବର୍ଷ ଧରି ତଦନ୍ତରେ ସହଯୋଗ କରିଆସୁଛି। ସତ୍ୟ କେବେ ଲୁଚି ରହିବ ନାହିଁ। ପରିଶେଷରେ କେବଳ ନ୍ୟାୟ ହିଁ ମିଳିବ। ଅଯଥା ପ୍ରସଙ୍ଗରେ ମୋ ପତ୍ନୀଙ୍କ ନାମକୁ ବାରମ୍ବାର ଟାଣିବା ଆଦୌ ଗ୍ରହଣୀୟ ନୁହେଁ। ନିଜନିଜ ସୀମାକୁ ସମ୍ମାନ ଦିଅନ୍ତୁ।"

ସୂଚନା ଅନୁସାରେ, ଇଡି ପର୍ଣ୍ଣୋଗ୍ରାଫି କଣ୍ଡେଣ୍ଟ ବିତରଣରେ ଅର୍ଥ ହେରଫର ମାମଲାର ତଦନ୍ତ କରିଛି। ଦୀର୍ଘ ଦିନ ହେବ ଇଡି ସ୍କାନରରେ ଥିଲେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ଏପରିକି ଏହି ମାମଲାରେ ମଧ୍ୟ ସେ ଜେଲ୍ ଯାଇଥିଲେ। ଆଜି ପୁଣି ହଠାତ୍ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅଭିଯୋଗ ଅନୁସାରେ, ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ଭିଡିଓ ତିଆରି କରିବା ସହ ବିତରଣ କରୁଥିଲେ। ମୋବାଇଲ୍ ଆପ୍ 'Hotshots' ଜରିଆରେ ଏସବୁ ଭିଡିଓ ପଠା ଯାଉଥିଲା। ଏହି ଉପାୟରେ ସେ ବିପୁଳ ଅର୍ଥ ଉପାର୍ଜନ କରୁଥିଲେ।

Raj Kundra

ଏସବୁ ଭିଡିଓ ପୂର୍ବରୁ ଆପଲ୍ ଏବଂ ଗୁଗଲ୍ ପ୍ଲେ ପରି ପ୍ଲାଟଫର୍ମରେ ଉପଲବ୍ଧ ହେଉଥିଲା। କିନ୍ତୁ ଅଭିଯୋଗ ଆସିବା ପରେ ଆଇନଗତ ଯାଞ୍ଚ କରାଯାଇ ଏହି ସବୁ ଆପକୁ ପ୍ଲାଟଫର୍ମରୁ ରିମୁଭ୍ କରି ଦିଆଯାଇଛି। ରାଜ କୁନ୍ଦ୍ରା ମାସ ମାସ ଧରି ଇଡି ସ୍କାନରରେ ଥିଲେ, ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ କୁନ୍ଦ୍ରାଙ୍କୁ ୨୦୨୧ ମସିହାରେ ଗିରଫ କରାଯାଇଥିଲା। ଦୁଇ ମାସ ଜେଲରେ ରହିବା ପରେ ସେ ସେପ୍ଟେମ୍ବର ୨୦୨୧ ରୁ ଜାମିନରେ ବାହାରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+