Get Updates
Get notified of breaking news, exclusive insights, and must-see stories!

ରାଜ କୁନ୍ଦ୍ରା ପ୍ରୋନୋଗ୍ରାଫି ମାମଲା: ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ରାଜ କୁନ୍ଦ୍ରା ପ୍ରୋନୋଗ୍ରାଫି ମାମଲା: ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ରାଜ କୁନ୍ଦ୍ରା ପ୍ରୋନୋଗ୍ରାଫି ମାମଲା: ବଲିଓଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା CBIକୁ ଲେଖିଲେ ଚିଠି । ଏହି ଚିଠିରେ କୁନ୍ଦ୍ରା ଅଭିଯୋଗ କରିଛନ୍ତି ଯେ ' ସେ ନିର୍ଦ୍ଦୋଷ, ତାଙ୍କୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ଫସାଦେଇଛନ୍ତି, ଏହି ମାମଲାର ସିଆଆଇ ତଦନ୍ତ କରାଯାଉ ।

ରାଜ କୁନ୍ଦ୍ରା ଏହା ମଧ୍ୟ ଦାବି କରିଛନ୍ତି ଯେ ଏହି ମାମଲା ଜଣେ ବ୍ୟବସାୟୀଙ୍କ ସହ ତାଙ୍କର ବ୍ୟକ୍ତିଗତ ପ୍ରତିଶୋଧକୁ କେନ୍ଦ୍ର କରି ନିର୍ମିତ କରାଯାଇଛି । ଯିଏ ତାଙ୍କୁ ଗିରଫ କରାଇବା ପାଇଁ ମୁମ୍ବାଇ ପୋଲିସର କିଛି ଅଧିକାରୀଙ୍କ ସହ ମିଶି ପ୍ରୋନୋଗ୍ରାଫି ମାମଲାରେ ରାଜଙ୍କୁ ଫସାଦେଇଛନ୍ତି । ଖବର ଅନୁଯାୟୀ, ରାଜ CBIକୁ ଦେଇଥିବା ଅଭିଯୋଗ ପତ୍ରରେ ଅଧିକାରୀଙ୍କ ନାମ ମଧ୍ୟ ଦେଇଛନ୍ତି । ଏପରିକି ତାଙ୍କ ବିରୋଧରେ ସାକ୍ଷ୍ୟ ଦେବାକୁ ପ୍ରତ୍ୟେକ ସାକ୍ଷୀଙ୍କ ଉପରେ ଚାପ ପକାଯାଉଥିଲା ବୋଲି ସୂଚନା ଦେଇଛନ୍ତି ରାଜ କୁନ୍ଦ୍ରା ।

Raj Kundra

ରାଜ ଦାବି କରିଛନ୍ତି ଯେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରୁଥିବା ଅଭିଯୁକ୍ତଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ଅଶ୍ଳୀଳ ଫିଲ୍ମ ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟରେ ତାଙ୍କ ନାମ ନଥିବା ସତ୍ତ୍ୱେ ପୋଲିସ ତାଙ୍କୁ ଏହି ମାମଲାରେ ଫସାଇବା ପାଇଁ ଚେଷ୍ଟା କରୁଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି
ରାଜ କୁନ୍ଦ୍ର ନ୍ୟାୟ ଦାବିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି ଯେ ଏହି ଆପ୍ ତାଙ୍କ ଭାଉଜଙ୍କର ଏବଂ ଏଥିରେ କୌଣସି ଅଶ୍ଳୀଳ ଭିଡିଓ ନାହିଁ । ମୁମ୍ବାଇ କ୍ରାଇମବ୍ରାଞ୍ଚର କିଛି ଅଧିକାରୀ ତାଙ୍କୁ ଏହି ମାମଲାରେ ଫସେଇବା ପାଇଁ ଚେଷ୍ଟା କରୁଛନ୍ତି । ଏହା ସହ ସେ ଅଭିଯୋଗ କରିଛନ୍ତି ଯେ ପ୍ରତ୍ୟେକ ସାକ୍ଷୀଙ୍କୁ ତାଙ୍କ ବିରୋଧରେ ସାକ୍ଷ୍ୟ ଦେବାକୁ ବାଧ୍ୟ କରାଯାଇଥିଲା ।

ବିଷୟ କ'ଣ ?
ସୂଚନାଥାଉ ଯେ, ଜୁଲାଇ 19ରେ ତାଙ୍କ କର୍ମଚାରୀ ରିୟାନଙ୍କ ସହ ଅଶ୍ଳୀଳ ରାକେଟ୍ ଚଳାଇଥିବାରୁ ରାଜଙ୍କୁ ଗିରଫ କରାଯାଇଥିଲା । ତତ୍କାଳୀନ ମୁମ୍ବାଇ ପୋଲିସ କମିଶନର ହେମନ୍ତ ନାଗରାଲ ଗଣମାଧ୍ୟମକୁ କହିଥିଲେ ଯେ ରାଜ କୁନ୍ଦ୍ରା ଏହି ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ । ଗତ ବର୍ଷ ସେପ୍ଟେମ୍ବର 19ରେ ରାଜ ଏବଂ ରିଆନ୍ ଥର୍ପେଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ନିକଟରେ ସେ କିଲା କୋର୍ଟରେ ଏକ ପିଟିସନ ଦାଖଲ କରି ସେ ନିର୍ଦ୍ଦୋଷ ବୋଲି ଦାବି କରିଥିଲେ ।

ବିଗ୍ ବସ୍ ୧୬ରେ ନଜର ଆସିବେ ରାଜ କୁନ୍ଦ୍ରା !
ସୂଚନା ଅନୁସାର ସଲମାନ ଖାନଙ୍କ ରିଆଲିଟି ଶୋ' ବିଗ୍ ବସରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ମଧ୍ୟ ନଜର ଆସିପାରନ୍ତି । ରିପୋର୍ଟ ଅନୁସାରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ବିଗ୍ ବସ୍ ୧୬ ପାଇଁ ଆପରୋଚ୍ କରାଯାଇଛି । ଯେଉଁଥି ପାଇଁ ସେ ମେକର୍ସଙ୍କୁ ଏକ ବଡ ଡିମାଣ୍ତ ମଧ୍ୟ କରିଛନ୍ତି । ହେଲେ ଏ ପର୍ଯ୍ୟନ୍ତ ଏହି ଖବରକୁ ନେଇ କୌଣସି ଘୋଷଣା କରାଯାଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+