For Quick Alerts
Turn On Notification  
For Daily Alerts
Oneindia App Download

ପୁଣି ଅଡୁଆରେ ରାଜ କୁନ୍ଦ୍ରା, ମନି ଲଣ୍ଡ୍ରିଂ ମାମଲା ରୁଜୁ

ପର୍ଣ୍ଣୋଗ୍ରାଫି ନେଇ ରାଜ କୁନ୍ଦ୍ରାଙ୍କ ନାମରେ ମାମଲା ରୁଜୁ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ମନି ଲଣ୍ଡ୍ରିଂ ମାମଲା ରୁଜୁ ହୋଇଛି ।

|

ମୁମ୍ବାଇ: ପର୍ଣ୍ଣୋଗ୍ରାଫି ନେଇ ରାଜ କୁନ୍ଦ୍ରାଙ୍କ ନାମରେ ମାମଲା ରୁଜୁ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ମନି ଲଣ୍ଡ୍ରିଂ ମାମଲା ରୁଜୁ ହୋଇଛି । ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କ ସମେତ ଗତବର୍ଷ ଜୁଲାଇ 19 ରେ 11 ଜଣଙ୍କୁ ଗିରଫ କରିଥିଲା । ଏହାପରେ ତାଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ ।

KUNDRAA

ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନେ ପର୍ଣ୍ଣ ଫିଲ୍ମ ନିର୍ମାଣ କରିବା ନେଇ ଅଭିଯୋଗ ହୋଇଛି । ଏହାସହ ୱେବ୍ ସିରିଜ୍ କିମ୍ବା ବଲିଉଡ ଫିଲ୍ମରେ ଅଭିନୟ କରିବାର ପ୍ରତିଶୃତି ଦେଇ ଅଭିନେତ୍ରୀଙ୍କୁ ପ୍ରତାରଣା କରୁଥିଲେ। ବଲିଉଡ ଫିଲ୍ମ ନାଁରେ ପର୍ଣ୍ଣ ଫିଲ୍ମ କରିବା ପାଇଁ ବାଧ୍ୟ କରାଯାଉଥିଲା ।

ଏହି ଫିଲ୍ମର ସୁଟିଂ ମଲାଡର ମାଧ ଦୀପପୁଞ୍ଜ ଓ ଆକ୍ସାରେ ଥିବା ଆପାଟମେଣ୍ଟରେ କରାଯାଉଥିଲା । ସୁଟିଂ ସମୟରେ ଅଭିନେତ୍ରୀମାନଙ୍କୁ ନଗ୍ନ ହେବାକୁ ମଧ୍ୟ କୁହାଯାଉଥିଲା । ଏହି ଫିଲ୍ମରେ ଅଭିନୟ କରିବା ପାଇଁ ଅରାଜି ଥିବା ଅଭିନେତ୍ରୀଙ୍କୁ ଧମକ ଦିଆଯାଉଥିଲା । ସୁଟିଂ ପରେ ସବସ୍କ୍ରିପସନ୍ ଆଧାରରେ ଭିଡିଓକୁ ଅପଲୋଡ କରାଯାଉଥିଲା । ଏହି ଭିଡିଓ ଦେଖିବାକୁ ହେଲେ ପଇସା ମଧ୍ୟ ଦେବାକୁ ପଡୁଥିଲା ବୋଲି ଅଭିଯୋଗ ହୋଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Raj Kundra again in trouble. ED registers money laundering case in connection with pornography racket.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X