ପୁଣି ଅଡୁଆରେ ରାଜ କୁନ୍ଦ୍ରା, ମନି ଲଣ୍ଡ୍ରିଂ ମାମଲା ରୁଜୁ
ପର୍ଣ୍ଣୋଗ୍ରାଫି ନେଇ ରାଜ କୁନ୍ଦ୍ରାଙ୍କ ନାମରେ ମାମଲା ରୁଜୁ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ମନି ଲଣ୍ଡ୍ରିଂ ମାମଲା ରୁଜୁ ହୋଇଛି ।
ମୁମ୍ବାଇ: ପର୍ଣ୍ଣୋଗ୍ରାଫି ନେଇ ରାଜ କୁନ୍ଦ୍ରାଙ୍କ ନାମରେ ମାମଲା ରୁଜୁ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ମନି ଲଣ୍ଡ୍ରିଂ ମାମଲା ରୁଜୁ ହୋଇଛି । ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କ ସମେତ ଗତବର୍ଷ ଜୁଲାଇ 19 ରେ 11 ଜଣଙ୍କୁ ଗିରଫ କରିଥିଲା । ଏହାପରେ ତାଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ ।

ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନେ ପର୍ଣ୍ଣ ଫିଲ୍ମ ନିର୍ମାଣ କରିବା ନେଇ ଅଭିଯୋଗ ହୋଇଛି । ଏହାସହ ୱେବ୍ ସିରିଜ୍ କିମ୍ବା ବଲିଉଡ ଫିଲ୍ମରେ ଅଭିନୟ କରିବାର ପ୍ରତିଶୃତି ଦେଇ ଅଭିନେତ୍ରୀଙ୍କୁ ପ୍ରତାରଣା କରୁଥିଲେ। ବଲିଉଡ ଫିଲ୍ମ ନାଁରେ ପର୍ଣ୍ଣ ଫିଲ୍ମ କରିବା ପାଇଁ ବାଧ୍ୟ କରାଯାଉଥିଲା ।
ଏହି ଫିଲ୍ମର ସୁଟିଂ ମଲାଡର ମାଧ ଦୀପପୁଞ୍ଜ ଓ ଆକ୍ସାରେ ଥିବା ଆପାଟମେଣ୍ଟରେ କରାଯାଉଥିଲା । ସୁଟିଂ ସମୟରେ ଅଭିନେତ୍ରୀମାନଙ୍କୁ ନଗ୍ନ ହେବାକୁ ମଧ୍ୟ କୁହାଯାଉଥିଲା । ଏହି ଫିଲ୍ମରେ ଅଭିନୟ କରିବା ପାଇଁ ଅରାଜି ଥିବା ଅଭିନେତ୍ରୀଙ୍କୁ ଧମକ ଦିଆଯାଉଥିଲା । ସୁଟିଂ ପରେ ସବସ୍କ୍ରିପସନ୍ ଆଧାରରେ ଭିଡିଓକୁ ଅପଲୋଡ କରାଯାଉଥିଲା । ଏହି ଭିଡିଓ ଦେଖିବାକୁ ହେଲେ ପଇସା ମଧ୍ୟ ଦେବାକୁ ପଡୁଥିଲା ବୋଲି ଅଭିଯୋଗ ହୋଇଥିଲା ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications