ଅମର ରହିବେ ରାଇ, ଚକ୍ଷୁ ଦାନ କଲେ ପରିବାର
ମୃତ୍ୟୁ ଖବର ପାଇବା ପରେ ରାଇଙ୍କ ଝିଅ ଓ ପରିବାର ଘରେ ପହଞ୍ଚି ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ସେଠାରେ ରାଇଙ୍କ ପରିବାର ତାଙ୍କର ଚକ୍ଷୁ ଦାନ କରିଥିଲେ।
ଭୁବନେଶ୍ବର: ଆଜି ଅଭିନେତା ରାଇମୋହନ ପରିଡାଙ୍କ ଆକସ୍ମିକ ମୃତ୍ୟୁରେ ସ୍ତବ୍ଧ ସାରା ଓଡିଶା। ନିଜର ଅଭିନୟର ଯାଦୁରେ ସମସ୍ତଙ୍କ ହୃଦୟ ଜିତିଥିଲ ଏହି ଅଭିନେତା। ବର୍ତ୍ତମାନ ବି ତାଙ୍କର ମୃତ୍ୟୁ କୁ କେହି ଗ୍ରହଣ କରି ପାରୁନାହାଁନ୍ତି । ମୃତ୍ୟୁ ଖବର ପାଇବା ପରେ ରାଇଙ୍କ ଝିଅ ଓ ପରିବାର ଘରେ ପହଞ୍ଚି ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ସେଠାରେ ରାଇଙ୍କ ପରିବାର ତାଙ୍କର ଚକ୍ଷୁ ଦାନ କରିଥିଲେ।

ଆରପାରିକୁ ଚାଲିଯାଇଛନ୍ତି ରାଇ, କିନ୍ତୁ ତାଙ୍କର ଆଖିରେ ପୁଣି କେହି ଦୁନିଆ ଦେଖିବ । ମରି ବି ଅମର ରହିବେ ଏହି ଅଭିନେତା। କ୍ୟାପିଟାଲ ହସ୍ପିଟାଲରେ ବିଧିବଦ୍ଧ ଭାବରେ ଆଖି ଦାନ କରିଛନ୍ତି ପରିବାର । ପରିବାର ରାଇଙ୍କ ଠାରୁ ଶେଷ ମେସେଜ 'ବାଏ' ପାଇବା ପରେ ତୁରନ୍ତ ତାଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରୁ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ।
ଏହାପରେ ରାଇଙ୍କ ବାସଭବନ ସାମନାରେ ଜମିଥିଲା ପ୍ରଶଂସକଙ୍କ ଭିଡ। ଏଭଳି ଅଧାରୁ ରାଇ ଛାଡି ଚାଲିଯିବାକୁ କେହି ଗ୍ରହଣ କରି ପାରୁନଥିଲେ । ଶେଷ ଥର ଦେଖିବା ପାଇଁ ତାଙ୍କ ଘର ଆଗରେ ଜମିଥିଲା ଭିଡ।












Click it and Unblock the Notifications