ରାଘବଙ୍କୁ ଡେଟ୍ କରୁଛନ୍ତି କି ଶେହେନାଜ! ସଲମାନ ଦେଲେ ଏପରି ହିଣ୍ଟ୍, ଅଭିନେତା କହିଲେ ମୋ ପାଖରେ ନାହିଁ ସମୟ
ମୁମ୍ବାଇ: ସିନେମା ଜଗତରେ ପ୍ରାୟତଃ ଷ୍ଟାରମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଲାଗିରହିଥାଏ । ଆଜିକା ତାରିଖରେ ପ୍ରସିଦ୍ଧ ଅଭିନେତ୍ରୀ ଶେହନାଜ ଗିଲ ଏବଂ ନୃତ୍ୟଶିଳ୍ପୀ ରାଘବ ଜୁୟାଲଙ୍କ ରିଲେସନକୁ ନେଇ ଆରମ୍ଭ ହୋଇଯାଇଛି ଗସିପ୍ । ଉଭୟ ପରସ୍ପରକୁ ସିକ୍ରେଟଲି ଡେଟ୍ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ରାଘବ ଜୁୟାଲ ଡେଟିଂ ଖବରକୁ ନିଜ ନୀରବତା ଭାଙ୍ଗିଛନ୍ତି ।
ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ'ରେ ଶେହନାଜ ଗିଲ ଏବଂ ରାଘବ ଜୁୟାଲ ଏକାଠି ନଜର ଆସିବା ପାଇଁ ଯାଉଛନ୍ତି । ଉଭୟ ପ୍ରଥମ ଥର ଏକାଠି ଏହି ସିନେମାରେ କାମ କରୁଛନ୍ତି । ଟ୍ରେଲରର ଲଞ୍ଚ ଇଭେଣ୍ଟରେ ସଲମାନ ଶେହେନାଜଙ୍କୁ କହିଥିଲେ ଯେ, ତୁମକୁ ଏବେ ଆଗକୁ ବଢିବା ଉଚିତ୍ ଏବଂ ରାଘବ-ଶେହେନାଜଙ୍କ ସମ୍ପର୍କକୁ ନେଇ ହିଣ୍ଟ ମଧ୍ୟ ଦେଇଥିଲେ । ଯାହା ପରଠୁ କ୍ରମାଗତ ଭାବରେ ଦୁଇ ଷ୍ଟାରଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ବର୍ତ୍ତମାନ ରାଘବ ଏହି ଚର୍ଚ୍ଚିତ ଖବରକୁ ନେଇ ନିଜ ମତ ରଖିଛନ୍ତି । ଡିଏନ୍ଏକୁ ଦେଇଥିବା ଏକ ସାକ୍ଷାତକାରରେ ରାଘବ ଜୁୟାଲ କହିଛନ୍ତି, 'ଇଣ୍ଟରନେଟରେ ଭାଇରାଲ ହେଉଥିବା ଜିନିଷକୁ ଉପରେ ସେ ବିଶ୍ୱାସ କରନ୍ତି ନାହିଁ । ଏହା ସତ୍ୟ ନୁହେଁ, ଆଗକୁ ମଧ୍ୟ ଏପରି କିଛି ହେବାର ନାହିଁ । କାରଣ ମୋ ପାଖରେ ଏ ସମସ୍ତ ଜିନିଷ ପାଇଁ ବର୍ତ୍ତମାନ ସମୟ ନାହିଁ । ମୁଁ ଡବଲ୍ ସିଫ୍ଟରେ କାମ କରୁଛି । ମୋର ଅବସ୍ଥା ଏପରି ଯେ ମୋର ଏହି ସବୁ ଜିନିଷ ପାଇଁ ସମୟ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଚାହେଁ ଲୋକମାନେ ମୋତେ ଜଣେ ଭଲ ଅଭିନେତା, ହୋଷ୍ଟ ଏବଂ ନୃତ୍ୟଶିଳ୍ପୀ ଭାବରେ ଜାଣନ୍ତୁ' ।













Click it and Unblock the Notifications