ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପରିଣୀତି-ରାଘବଙ୍କୁ ଜଣାଇଲେ ଶୁଭେଚ୍ଛା
Raghav Chadha-Parineeti Chopra: ଶନିବାର ଦିନ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢା ଏବଂ ବଲିଉଡ ଅଭିନେତ୍ରୀ ପରିଣୀତିଙ୍କର ନିର୍ବନ୍ଧ ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ଅନେକ ଅତିଥି ଯୋଗ ଦେଇଥିଲେ । ଉଭୟଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ନିର୍ବନ୍ଧରେ ସାମିଲ ହୋଇଥିଲେ ।

ज़िंदगी के इस नए सफ़र की शुरुआत पर आप दोनों को बहुत-बहुत शुभकामनाएँ। ईश्वर आप दोनों को हमेशा खुश रखें। भगवान की बनाई आपकी ये ख़ूबसूरत जोड़ी सदा बनी रहे। https://t.co/4OBirh3QUd pic.twitter.com/Aa0OPzLXAA
— Arvind Kejriwal (@ArvindKejriwal) May 13, 2023
ଗତକାଲି ଦିଲ୍ଲୀର କପୁରଥାଲା ହାଉସରେ ରାଘବ ଚଢା ଏବଂ ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧ ଶେଷ ହୋଇଛି । ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ସମସ୍ତେ ପରିଣୀତି-ରାଘବଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ପରିଣୀତି-ରାଘବଙ୍କର ନିର୍ବନ୍ଧ ଫଟୋ ସେୟାର କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Everything I prayed for .. She said yes! 💍
— Raghav Chadha (@raghav_chadha) May 13, 2023
ਵਾਹਿਗੁਰੂ ਜੀ ਮਿਹਰ ਕਰਨ। 🙏🏻 pic.twitter.com/OquwJwHTDL
ଏହାପୂର୍ବରୁ, ରାଘବ ଚଢା ନିଜ ସୋସିଆଲ ମିଡିଆରେ ପରିଣୀତିଙ୍କ ସହ ନିର୍ବନ୍ଧ ସମୟର ଅନେକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ କ୍ୟାପସନରେ ଲେଖିଛନ୍ତି, she said yes...। ଉଭୟ ଏକାଠି ଖୁବ ସୁନ୍ଦର ଦିଶୁଛନ୍ତି । ସୋସିଆଲ ମିଡିଆରେ ଉଭୟଙ୍କର ଫଟୋ ଭାଇରାଲ ହେବା ସହ ସବୁ ଆଡୁ ପ୍ରଶଂସକଙ୍କର ଶୁଭେଚ୍ଛାର ସୁହ ଛୁଟୁଛି ।












Click it and Unblock the Notifications