ସରିଲା ରାଘବ ଓ ପରିଣୀତିଙ୍କ ନିର୍ବନ୍ଧ, ଜାଣନ୍ତୁ କେବେ ହେବ ବିବାହ
ମୁମ୍ବାଇ:ଗତ କିଛି ଦିନ ହେବ ଆପ୍ ନେତା ରାଘବ ଚଡ୍ଡା ଏବଂ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଲାଗି ରହିଛି । ବର୍ତ୍ତମାନ ଖବର ଏହା ରହିଛି ଯେ, ପରିବାର ଓ କିଛି ବନ୍ଧୁଙ୍କ ଉପସ୍ଥିତିରେ ଉଭୟଙ୍କ ରୋକା ବା ନିର୍ବନ୍ଧ ଶେଷ ହୋଇ ସାରିଛି ଏବଂ ଚଳିତ ବର୍ଷ ଅକ୍ଚୋବରରେ ଉଭୟ ବିବାହ କରିପାରନ୍ତି ।
ତେବେ ପରିଣୀତି ଏବଂ ରାଘବଙ୍କୁ ମୁମ୍ବାଇରେ ପ୍ରଥମ ଥର ଏକ ଡିନର୍ ଡେଟ୍ ସମୟରେ ଏକାଠି ସ୍ପଟ୍ କରାଯାଇଥିଲା ଯାହା ପରେ ପରିଣୀତି ଏବଂ ରାଘବଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଏପରିକି ଉଭୟଙ୍କୁ ଏକାଠି ଅନେକ ସ୍ଥାନରେ ମଧ୍ୟ ଦେଖିବା ପାଇଁ ମିଳିଥାଏ ।

କିଛି ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ନେତା ରାଘବ ଚଡ୍ଡାଙ୍କର ନିର୍ବନ୍ଧ ଶେଷ ହୋଇସାରିଛି ଉଭୟ ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି । ଉଭୟ କିଛି ପରିବାର ସଦସ୍ୟ ଓ ବନ୍ଧୁଙ୍କ ଉପସ୍ଥିତିରେ ଉଭୟଙ୍କ ରୋକା ଶେଷ ହୋଇସାରିଛି ।
ତେବେ ଖବର ଏହା ମଧ୍ୟ ରହିଛି ଯେ, ଅକ୍ଟୋବର ମାସପେ ପିସି ମଧ୍ୟ ଭାରତ ଆସିବେ । ଅଭିନେତ୍ରୀ ଅକ୍ଟୋବର ମାସରେ ଜିଓ ମାମି ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ପାଇଁ ଭାରତକୁ ଆସିବେ । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨ରୁ ନଭେମ୍ବର ୫ ତାରିଖ ଯାଏ ଚଲିବା ନେଇ ଖବର ରହିଛି ।












Click it and Unblock the Notifications