ମହାକାଳଙ୍କ ଦର୍ଶନ କଲେ ପରିଣୀତି-ରାଘବ

Ujjain News: ଧାର୍ମିକସ୍ଥଳ ଉଜୈନ ସହରରେ ରାଜନେତା ତଥା ଚଳଚ୍ଚିତ୍ର ଜଗତର ସେଲିବ୍ରିଟିଙ୍କ ଆଗମନ ପ୍ରକ୍ରିୟା ଜାରି ରହିଛି ।
ଶ୍ରାବଣ ମାସରେ ସମସ୍ତେ ଧାର୍ମିକ ସହର ଉଜୈନରେ ପହଞ୍ଚି ପ୍ରଭୁ ମହକାଳଙ୍କର ଦର୍ଶନ କରି ପୂଜର୍ଚ୍ଚନା କରୁଛନ୍ତି । ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସଦସ୍ୟ ରାଘବ ଚଢା ଏବଂ ଅଭିନେତ୍ରୀ ପାରିଣୀତି ଚୋପ୍ରା ଶନିବାର ମହାକାଳ ମନ୍ଦିରରେ ପହଞ୍ଚିଥିଲେ। ଏଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରିଥିଲେ । ମନ୍ଦିରର ପୁରୋହିତ ମାନେ ମନ୍ତ୍ର ଜପ କରି ପୂଜାପାଠ କରିଥିଲେ।

ଶ୍ରାବଣ ମାସରେ ଗର୍ଭଗୃହରେ ପ୍ରେବଶ କରିବା ଉପରେ ଏକ ନିଷେଧାଦେଶ ରହିଛି । ତେଣୁ ଦୁହେଁ ପବିତ୍ର ମନ୍ଦିରର ଦ୍ୱାରରେ ପ୍ରଣାମ କରି
ମହାକାଳଙ୍କ ପୂଜାର୍ଚ୍ଚନା କରିଥିଲେ। ମହାକାଳ ମନ୍ଦିରର ପୁରୋହିତଙ୍କ ସୂଚନା ଅନୁସାରେ, ରାଘବ ଚଢା ଏବଂ ପରିଣୀତି ଚୋପ୍ରା ଶାନ୍ତି ଏବଂ ରୁଦ୍ର ପାଠ କରାଇଥିଲେ । ଉଭୟଙ୍କୁ ପାରମ୍ପାରିକ ପୋଷାକରେ ଦେଖିବାକୁ ମିଳିଥିଲା । ମନ୍ଦିର ପରିସରରେ ବସି ପରିଣୀତି-ରାଘବ
ଦୀର୍ଘ ସମୟ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରିଥିଲେ।

 Raghav Chadha

ସେହିପରି ପୂଜାର୍ଚ୍ଚନା ସାରି ମନ୍ଦିରରୁ ବାହାରିବା ସମୟରେ ଫ୍ୟାନ୍ସଙ୍କ ଭିଡ଼ ଲାଗିଥିଲା । ପରିଣୀତି ଏବଂ ରାଘବଙ୍କ ସହ ସେଲଫି ନେବା ପାଇଁ
ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳିଥିଲା ।

ସୂଚନାଥାଉ ଯେ, ରାଜ୍ୟସଭା ସାଂସଦ ରାଘବ ଚଢା ଏବଂ ଅଭିନେତ୍ରୀ ପାରିଣୀତି ଚୋପ୍ରାଙ୍କ ପୂର୍ବରୁ ମଧ୍ୟ ବହୁ ରାଜନେତା ଏବଂ ଚଳଚ୍ଚିତ୍ର
କଳାକାର ମହାକାଳଙ୍କ ଦର୍ଶନ ପାଇଁ ଉଜୈନ ପହଁଞ୍ଚିଥିଲେ । ଖାସ କରି ବର୍ତ୍ତମାନ ଶ୍ରାବଣ ମାସ ଚାଲୁଥିବାରୁ ଉଜୈନରେ ବହୁ ଲୋକଙ୍କ ଭିଡ ଦେଖିବା ପାଇଁ ମିଳୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+