ଡିଲିଟେଡ୍ ସିନ୍ ସହ ଏହି ଓଟିଟିରେ ରିଲିଜ୍ ହେଲା 'Racky And Rani Ki Prem Kahani'
Racky And Rani Ki Prem Kahani Ott Release: ବଲିଉଡର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଫିଲ୍ମ 'ରକି ଆଣ୍ତ ରାନୀ କି ପ୍ରେମ କାହାନି' ଜରିଆରେ ପ୍ରାୟ ୭ ବର୍ଷ ପରେ ପୁଣି ନିର୍ଦ୍ଦେଶକ ଭାବରେ ବଡ ପରଦାକୁ ଫେରିଛନ୍ତି । ଆଲିଆ ଭଟ୍ଟ ଏବଂ ରଣଭୀର ସିଂଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ହିଟ୍ ହୋଇଥିଲା । ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ପ୍ରଶଂସା ସାଉଁଟିଥିବା ବେଳେ ଫିଲ୍ମର କାହାଣୀ ସିନେ ପ୍ରେମୀଙ୍କ ମନକୁ ଛୁଇଁଥିଲା । ବଡ ପରଦାରେ ନିଜ କମାଲ୍ ଦେଖାଇବା ପରେ ଏବେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଛି ଏହି ଫିଲ୍ମ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, କରଣ ଜୋହରଙ୍କ ଏହି ଚଳଚ୍ଚିତ୍ର ଏହି ସପ୍ତାହ ଆରମ୍ଭରୁ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍ ହୋଇସାରିଛି । ହେଲେ ଏହି ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କୁ ବର୍ତ୍ତମାନ ଟଙ୍କା ଦେବା ପାଇଁ ପଡିବ । ଅର୍ଥାତ୍ ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ରେଣ୍ଟରେ ସିନେ ପ୍ରେମୀ ଏହି ଭିଡିଓ ଦେଖି ପାରିବେ ।

ଖବର ଏହା ମଧ୍ୟ ରହିଛି ଯେ, ଦର୍ଶକମାନେ ବର୍ତ୍ତମାନ OTT ପ୍ଲାଟଫର୍ମରେ ଥିଏଟର ରିଲିଜରେ ଡିଲିଟ୍ ହୋଇଥିବା ଦୃଶ୍ୟ ମଧ୍ୟ ଦେଖିପାରିବେ । ନିର୍ମାତାମାନେ OTT ରିଲିଜ୍ ପୂର୍ବରୁ ଫିଲ୍ମରେ ଆଉ 10 ମିନିଟର ଦୃଶ୍ୟ ଯୋଡିଛନ୍ତି । ନିକଟରେ କରଣ ଜୋହର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ଡିଲିଟ ହୋଇଥିବା ଦୃଶ୍ୟ ସେୟାର କରିଥିଲେ ।
ଚଳଚ୍ଚିତ୍ରର କାହାଣୀ ବିଷୟରେ କହିବାକୁ ଗଲେ ରଣଭୀର ସିଂ ଜଣେ ପଞ୍ଜାବୀ ରକି ରନ୍ଧାୱା ଭୂମିକାରେ ନଜର ଆସୁଛନ୍ତି। ଆଲିଆ ଭଟ୍ଟ ଜଣେ ବଙ୍ଗାଳି ଟେଭି ସାମ୍ବାଦିକ ଭାବେ କାର୍ଯ୍ୟ କରୁଛନ୍ତି । ଦୁହେଁ ପରସ୍ପରକୁ ଭଲ ପାଇ ବସିଛନ୍ତି । କାହାଣୀ ସେତେବେଳେ ରୋମାଞ୍ଚକ ହୁଏ ଯେତେବେଳେ ଦୁହେଁ ବିବାହ ପୂର୍ବରୁ ପରସ୍ପରର ପରିବାର ସହିତ ରହିବାକୁ ସ୍ଥିର କରନ୍ତି ।












Click it and Unblock the Notifications