ଆର. ମାଧବନ @52: ସାତୋଟି ଭାଷାରେ କରିଛନ୍ତି ଫିଲ୍ମ
52 ବର୍ଷରେ ପାଦ ଦେଲେ ଅଭିନେତା ଆର. ମାଧବନ । ଦକ୍ଷିଣୀ ଫିଲ୍ମରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଲୋକପ୍ରିୟ ଅଭିନେତା ଆର୍ ମାଧବନ । ଆର ମାଧବନଙ୍କ ପୂରା ନାମ ରଙ୍ଗନାଥନ ମାଧବନ। ଜାମଶେଦପୁରର ଏକ ତାମିଲ ବ୍ରାହ୍ମଣ ପରିବାରରେ 1970 ଜୁନ ମାସ 1 ତାରିଖରେ ଜନ୍ମ ନେଇ ନେ
ମୁମ୍ବାଇ: 52 ବର୍ଷରେ ପାଦ ଦେଲେ ଅଭିନେତା ଆର. ମାଧବନ । ଦକ୍ଷିଣୀ ଫିଲ୍ମରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଲୋକପ୍ରିୟ ଅଭିନେତା ଆର୍ ମାଧବନ । ଆର ମାଧବନଙ୍କ ପୂରା ନାମ ରଙ୍ଗନାଥନ ମାଧବନ। ଜାମଶେଦପୁରର ଏକ ତାମିଲ ବ୍ରାହ୍ମଣ ପରିବାରରେ 1970 ଜୁନ ମାସ 1 ତାରିଖରେ ଜନ୍ମ ନେଇ ନେଇଥିଲେ ଏହି ଲୋକପ୍ରିୟ ଅଭିନେତା । ମାଧବନଙ୍କ ପିତା ଟାଟା ଷ୍ଟିଲର ମ୍ୟାନେଜମେଣ୍ଟ ଏକ୍ସିକ୍ୟୁଟିଭ ଭାବେ କାର୍ଯ୍ୟ କରୁଥିବା ବେଳେ ମାଆ ଜଣେ ବ୍ୟାଙ୍କ ମ୍ୟାନେଜର ଥିଲେ ।

1988 ମସିହାରେ ସେ ବୃତ୍ତି ପାଇବା ସହ ନିଜ ଦେଶକୁ ପ୍ରଦର୍ଶନ ନେଇ ରୋଟାରୀ ଇଣ୍ଟରନାଶନାଲ ସହିଜ ଜଡିତ ହୋଇଥିଲେ । ଏହାପରେ କାନାଡାରେ ବିଭିନ୍ନ କାର୍ଯ୍ୟରେ ଭାଗ ନେଇଥିଲେ। ଫଳରେ କିଛି ବର୍ଷ ବିଦେଶରେ ବିତାଇଥିଲେ ମାଧବନ ।
1996 ମସିହାରେ ଏକ ବିଜ୍ଞାପନ ମାଧ୍ୟମରେ ସେ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିଥିଲେ । ଏହାପରେ ସେ 2002 ରୁ ଏକ ତାମିଲ ଫିଲ୍ମରୁ ଆରମ୍ଭ କରିଥିଲେ ଅଭିନୟ । ଆର୍ ମାଧବନ୍ ଆରମ୍ଭରୁ ଅଭିନୟ ଜଗତରେ ପ୍ରବେଶ କରିବାକୁ ଚାହୁଁଥିଲେ । ମୁମ୍ବାଇର କେସି କଲେଜରୁ ସ୍ନାତକୋତ୍ତର କରିବା ପରେ ସେ ଅଭିନୟ ପ୍ରତି ତାଙ୍କର ଧ୍ୟାନ ଦେବା ଆରମ୍ଭ କରିଥିଲେ । 'ରେହନା ହେ ତେରେ ଦିଲ୍ ମେ' ସହିତ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ମାଧବନ୍ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ଅଭୁଲା ଚଳଚ୍ଚିତ୍ର ଦେଇଛନ୍ତି ।
ମାଧବନଙ୍କ ସଫଳତା
ସେ ତିନୋଟି ଫିଲ୍ମ ଫେୟାର ପୁରସ୍କାର ସହ ଗୋଟିଏ ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଏହିସହିତ ତାଙ୍କୁ ଅନେକ ପୁରସ୍କାର ପାଇଁ ମଧ୍ୟ ମନୋନୀତ କରାଯାଇଥିଲା । ମାଧବନ୍ ସମୁଦାୟ ସାତୋଟି ଭାଷାର ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି । ଭାରତୀୟ ଅଭିନେତାମାନଙ୍କ ମଧ୍ୟରେ ଏମିତି କାମ କରିଥିବା କଳାକାର ବିରଳ । ଆଜି ଏହି ମହାନ କଳାକାରଙ୍କ ଜନ୍ମଦିନ । ବଡ ପରଦା ବ୍ୟତୀତ ସେ ଟିଭି ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି ।
ଅଭିନୟ ସହିତ ମାଧବନ୍ କାରଗୁଡିକୁ ମଧ୍ୟ ଭଲ ପାଆନ୍ତି । ତାଙ୍କର ଅନେକ ବିଳାସପୂର୍ଣ୍ଣ କାର ଅଛି । ସେଗୁଡିକ ଭିତରେ ବିଏମଡବ୍ଲୁ, ଅଡି, ରେଞ୍ଜ ରୋଭର ଅନ୍ତର୍ଭୁକ୍ତ । କାର ବ୍ୟତୀତ ସେ ଜଣେ ବାଇକ୍ ପ୍ରେମୀ ମଧ୍ୟ । ତାଙ୍କ ପାଖରେ BMW K 1500 GTL ବାଇକ୍ ଅଛି ଯାହାର ମୂଲ୍ୟ 24 ଲକ୍ଷ । ଏହା ବ୍ୟତୀତ ଅଭିନେତା ତାଙ୍କ ବାଇକ୍ କଲେକ୍ସନରେ ଡୁକାଟି ଡିଆଭଲ୍ ଏବଂ ୟାମାହା ଭି-ମ୍ୟାକ୍ସ ମଧ୍ୟ ରଖିଛନ୍ତି ।












Click it and Unblock the Notifications