ଆର ମାଧବନଙ୍କ ପୁଅ ବେଦାନ୍ତଙ୍କ ବଡ଼ ସଫଳତା: ଭାରତ ପାଇଁ ଆଣିଲେ ୫ଟି ସ୍ୱର୍ଣ୍ଣ ପଦକ
ମୁମ୍ବାଇ:ସାଉଥ୍ ଚଳଚ୍ଚିତ୍ରରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟ ଦକ୍ଷତା ପାଇଁ ବେଶ ପ୍ରଶଂସା ସାଉଁଟିଥାନ୍ତି ଆର୍ ମାଧବନ୍ । ସେ ଜଣେ ଭଲ ଅଭିନେତା ସହ ଜଣେ ଭଲ ପିତା ମଧ୍ୟ । ନିଜ ପୁଅକୁ ସର୍ବଦା ଭଲ ଶିକ୍ଷା ଦେଇଆସୁଛନ୍ତି । ଆର ମାଧବନ୍ ତାଙ୍କ ପୁଅ ବେଦାନ୍ତଙ୍କ କ୍ରୀଡ଼ା କ୍ୟାରିୟରକୁ ସର୍ବଦା ସମର୍ଥନ କରିଥାନ୍ତି ।
ଆର୍ ମାଧବନଙ୍କ ପୁଅ ବେଦାନ୍ତ ଚଳଚ୍ଚିତ୍ର ଜଗତଠାରୁ ଦୂରରେ କ୍ରୀଡ଼ା କ୍ଷେତ୍ରରେ ନିଜର ଦକ୍ଷତା ସହିତ ଦେଶ ପାଇଁ ଗୋଟେ ପରେ ଗୋଟ ସ୍ୱର୍ଣ୍ଣ ପଦକ ଜିତି ଦେଶର ନାମ ଆଲୋକିତ କରୁଛନ୍ତି । ବେଦାନ୍ତ ସ୍ୱିମିଂ ଚାମ୍ପିଅନସିପରେ ଭାରତ ପାଇଁ ପାଞ୍ଚଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ସେ ସୋସିଆଲ ମିଡିଆରେ ଟ୍ରେଣ୍ଡ ମଧ୍ୟ କରୁଛନ୍ତି । ଏହି ସଫଳତା ପାଇଁ ପିତା ଆର ମାଧବନ ସୋସିଆଲ ମିଡିଆରେ କିଛି ପୋଷ୍ଟ ସେୟାର କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
With Gods grace and all your wishes Vedaant gets 5 golds for India ( 50, 100,200,400 & 1500m) with 2 PB’s at the Malaysian invitational age group championships,2023 held this weekend in Kuala Lumpur. Elated and very grateful. 🙏🙏🇮🇳🇮🇳🇮🇳❤️❤️❤️Thank you @swimmingfedera1 @Media_SAI pic.twitter.com/vaDMmiTFnh
— Ranganathan Madhavan (@ActorMadhavan) April 16, 2023
ବେଦାନ୍ତ ଜଣେ ସ୍ୱମିଂ ଚାମ୍ପିଅନ୍। ସେ ନିକଟରେ ମାଲେସିଆ ଇଣ୍ଟରନ୍ୟାସନାଲ ବୟସ ଗ୍ରୁପରେ ସ୍ୱିମିଂ ଚାମ୍ପିଅନସିପରେ ଅଂଶଗ୍ରହଣ କରିଥିଲେ ଯେଉଁଥିରେ ସେ ବିଜେତା ସାଜି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପିତା ଆର୍ ମାଧବନ ଟ୍ୱିଟରରେ ବେଦାନ୍ତଙ୍କର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ବେଦାନ୍ତ ଭାରତର ଜାତୀୟ ପତାକା ଏବଂ ପାଞ୍ଚଟି ସ୍ୱର୍ଣ୍ଣ ପଦକ ସହିତ ନଜର ଆସିଛନ୍ତି । ଦ୍ୱିତୀୟ ଫଟୋରେ ସେ ତାଙ୍କ ମା ସରିତା ବିରଜେଙ୍କ ସହ ନଜର ଆସିଛନ୍ତି ।

ଅଭିନେତା ଏହି ଫୋଟ ସେୟାର କରିବା ପରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ମଧ୍ୟ ବେଦାନ୍ତ ଏବଂ ଆର ମାଧବନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆର ମାଧବନ ନିଜ ପରିବାରକୁ ଅଧିକ ସମୟ ଦିଅନ୍ତି ପୁଅ ବେଦାନ୍ତଙ୍କୁ ସେ ସର୍ବଦା ଆଗକୁ ବଢିବା ପାଇଁ ପ୍ରେରଣା ଦିଅନ୍ତି ।












Click it and Unblock the Notifications