ହାର୍ଦ୍ଦିକ ପାଣ୍ତ୍ୟାଙ୍କ ପ୍ରେମର ପଡିଲେ ଆଉ ଜଣେ ଅଭିନେତ୍ରୀ !
Hardik Pandya: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ବ୍ୟକ୍ତିଗତ ଜୀବନକୁ ଦୀର୍ଘ ଦିନ ଧରି ଲାଇମଲାଇଟରେ ରହିଛନ୍ତି । କିଛି ସମୟ ପୂର୍ବରୁ ହାର୍ଦ୍ଦିକ ଏବଂ ନତାଶା ନିଜ ଛାଡପତ୍ର ନେଇ ଘୋଷଣା କରିଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ନତାଶାଙ୍କଠାରୁ ଛାଡପତ୍ର ପରେ ହାର୍ଦ୍ଦିକଙ୍କ ନାମ ଅନେକ ସେଲିବ୍ରେଟଙ୍କ ସହ ଯୋଡା ଯାଇଥିଲା । ଯେଉଁଥିରେ ରହିଥିଲେ ଅନନ୍ୟା ପାଣ୍ଡେ, ଗାୟକ ଜସ୍ମିନ ୱାଲିଆ । ବର୍ତ୍ତମାନ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ ।

ଏହି ବଲିଉଡ ଅଭିନେତ୍ରୀ ନିଜେ ହାର୍ଦ୍ଦିକଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଛନ୍ତି। ଯାହା ପରେ ସେ ବର୍ତ୍ତମାନ ଅଛନ୍ତି ଲାଇମଲାଇଟରେ । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ପ୍ୟାର୍ କା ପଞ୍ଚନାମା ଫେମ୍ ଇଶିତା ରାଜ । ଇଶିତା ରାଜ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିବା ପରେ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଇଶିତା ରାଜ ହାର୍ଦ୍ଦିକଙ୍କ ପ୍ରତି ନିଜର ପ୍ରେମ ବିଷୟରେ ପ୍ରଥମ ଥର କହିଛନ୍ତି । ଅଭିନେତ୍ରୀ କହିଛନ୍ତି ଯେ ସେ ତାଙ୍କର ପ୍ରିୟ କ୍ରିକେଟର।
ଯେତେବେଳେ ଇଶିତାଙ୍କୁ ହାର୍ଦ୍ଦିକଙ୍କ ବିଷୟରେ ଏକ ପ୍ରଶ୍ନ ପଚରାଗଲା, ସେ କହିଥିଲେ- 'ସେ ଜଣେ ମହାନ କ୍ରିକେଟର ଏବଂ ଅଲରାଉଣ୍ଡର। ତାଙ୍କୁ ବ୍ୟାଟିଂ ଦେଖିବା ପାଇଁ ଭଲ ଲାଗେ । ମୁଁ ତାଙ୍କୁ ଭଲ ପାଏ, ସେ ମୋର ପ୍ରିୟ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ । ଇଶିତା ଏହା ମଧ୍ୟ କହିଛନ୍ତି ଯେ ହାର୍ଦ୍ଦିକଙ୍କ ପ୍ରତି ତାଙ୍କର ଭଲପାଇବା ଅଛି ଏବଂ ସେ ତାଙ୍କୁ ବହୁତ ପସନ୍ଦ କରନ୍ତି।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଇଶିତା ବଲିଉଡରେ ଅନେକ ଫିଲ୍ମର ନଜର ଆସିଛନ୍ତି । ନିକଟରେ ତାଙ୍କର ୱାଇଲ୍ଡ ୱାଇଲ୍ଡ ପଞ୍ଜାବ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା । ଏହା ବ୍ୟତୀତ ପ୍ୟାର କା ପଞ୍ଚନାମା ଫିଲ୍ମ ପାଇଁ ବେଶ ଜଣାଶୁଣା ଚେହେରା ହୋଇପାରିଛନ୍ତି । କିଛି ଦିନ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ଗାୟକ ଜସ୍ମିନ ୱାଲିଆଙ୍କ ସହ ଯୋଡା ଯାଇଥିଲା ।
ଉଭୟଙ୍କ ଛୁଟିଦିନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କେବଳ ଏତିକି ନୁହେଁ ଉଭୟେ ପରସ୍ପରର ଫଟୋକୁ ମଧ୍ୟ ଲାଇକ୍ କରିଥିଲେ । ହେଲେ ନିଜ ସମ୍ପର୍କକୁ ନେଇ କୌଣସି ସୂଚନା ଦେଇନାହାଁନ୍ତି ।












Click it and Unblock the Notifications