PV Sindhu Marriage: ହାତରୁ ଦି ହାତ ହେବେ ବ୍ୟାଟମିଣ୍ଟନ ଷ୍ଟାର ପିଭି ସିନ୍ଧୁ, ଡିସେମ୍ବର ୨୨ରେ ବାହାଘର
PV Sindhu: ବାଜିବ ଶାହାନାଇ । ପଡ଼ିବ ହାତ ଗଣ୍ଠି । ନବବଧୂ ସାଜିବେ ଭାରତର ଷ୍ଟାର ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ। ରାଜସ୍ଥାନର ଉଦୟପୁରେ ହାତକୁ ଦି ହାତ ହେବେ ଏହି ଷ୍ଟାର୍ ଖେଳାଳି।
ଭାରତର ଷ୍ଟାର ବ୍ୟାଟମିଣ୍ଟନ ଷ୍ଟାର ଖେଳାଳି ପିଭି ସିନ୍ଧୁ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ୨୨ ଡିସେମ୍ବର ୨୦୨୪ରେ ରାଜସ୍ଥାନର ଲେକ୍ ସିଟି ଉଦୟପୁରରେ ବିବାହ କରିବେ ସିନ୍ଧୁ । ସିନ୍ଧୁ ହାଇଦ୍ରାବାଦରେ ରହୁଥିବା ଭେଙ୍କଟ ଦତ୍ତା ସାଇଙ୍କୁ ବିବାହ କରିବେ । ସେ ପୋସାଇଡେକ୍ସ ଟେକ୍ନୋଲୋଜିରେ ବିଜନେସ୍ ଏଗଜିକ୍ୟୁଟିଭ ରହିଛନ୍ତି । ତେବେ ସିନ୍ଧୁଙ୍କ ବିବାହ ବିଷୟରେ ସିନ୍ଧୁଙ୍କ ବାପା ପିଭି ରମନା ସୂଚନା ଦେଇଛନ୍ତି ।
ପୋସିଡେକ୍ସ ଟେକ୍ନୋଲୋଜିରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ରହିଥିବା ଭେଙ୍କଟ ଦତ୍ତ ସାଇଙ୍କ କନିଆଁ ସାଜିବେ ୨୯ ବର୍ଷୀୟ ପିଭି ସିନ୍ଧୁ। ଏଥିପାଇଁ ଆରମ୍ଭ ହୋଇଯାଇଛି ଜୋରସୋରରେ ପ୍ରସ୍ତୁତି। ଡିସେମ୍ବର ୨୦ରୁ ବିବାହର ପ୍ରସ୍ତୁତି ଆରମ୍ଭ ହେବାକୁ ଥିବା ବେଳେ ହାଇଦ୍ରାବାଦରେ ରିସେପ୍ସନ ପାର୍ଟି ଡିସେମ୍ବର ୨୪ ତାରିଖରେ ହେବ।

ଏନେଇ ତାଙ୍କ ବାପା ପିଭି ରମନ୍ନା ଘୋଷଣା କରିଛନ୍ତି। ଉଭୟଙ୍କ ପରିବାର ଦୀର୍ଘ ଦିନ ହେବ ପରସ୍ପରକୁ ଜାଣିଥିବା ବେଳେ ମାସେ ତଳେ ବିବାହ ସମ୍ପର୍କରେ ଆଲୋଚନା ହୋଇଥିବା ରମନ୍ନା ପ୍ରକାଶ କରିଛନ୍ତି। ଏହା ଏକମାତ୍ର ସମ୍ଭାବ୍ୟ ସମୟ ଥିଲା କାରଣ ଜାନୁଆରୀରୁ ତାଙ୍କ (ସିନ୍ଧୁ) କାର୍ଯ୍ୟସୂଚୀ ବହୁତ ବ୍ୟସ୍ତ ରହିବ। ସେଥିପାଇଁ ଉଭୟ ପରିବାର ଡିସେମ୍ବର ୨୨ରେ ବିବାହ ଉତ୍ସବ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିବା ପିଭି ସିନ୍ଧୁଙ୍କ ବାପା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଭାରତର ଅନ୍ୟତମ ଶ୍ରେଷ୍ଠ ଆଥଲେଟ ସିନ୍ଧୁ ୫ ଥର ବିଶ୍ୱ ଚାମ୍ପିୟନଶିପ ପଦକ ଜିତିଛନ୍ତି। ୨୦୧୯ ବିଶ୍ୱ ଚାମ୍ପିୟନଶିପରେ ସେ ଏକ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିବାର ଗୌରବ ଅର୍ଜନ କରିଥିଲେ। କମନ୍ଓ୍ୱେଲ୍ଥ ଗେମ୍ସରେ ମଧ୍ୟ ସିନ୍ଧୁ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତେବେ ପିଭି ସିନ୍ଧୁ କିଛି ସମୟ ପାଇଁ ଖରାପ ଫର୍ମ ସହିତ ସଂଘର୍ଷ କରୁଥିଲେ ଏବଂ ଅଲିମ୍ପିକ୍ସରେ ମଧ୍ୟ ସେ ସେତେଟା କିଛି ଭଲ ପ୍ରଦର୍ଶନ କରିପାରିନଥିଲେ। କିନ୍ତୁ ବର୍ତ୍ତମାନ ସେ ସୟଦ ମୋଦୀ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ ଜିତି ପୁଣି ଥରେ ଫର୍ମକୁ ଫେରିଛନ୍ତି
ପିଭି ସିନ୍ଧୁ କିଛି ସମୟ ପାଇଁ ଖରାପ ଫର୍ମ ସହିତ ସଂଘର୍ଷ କରୁଥିଲେ ଏବଂ ଅଲିମ୍ପିକ୍ସରେ ମଧ୍ୟ ସେ କିଛି ବିଶେଷ ପ୍ରଦର୍ଶନ କରିପାରିନଥିଲେ । ଫିଟନେସ ଯୋଗୁଁ ଖରାପ ଫର୍ମରେ ଥିଲେ । ସୟଦ ମୋଦି ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟ ଜିତିବା ପରେ ଆସନ୍ତା ମାସରୁ ସିନ୍ଧୁ ମ୍ୟାଚରେ ବ୍ୟସ୍ତ ରହିବେ । ଏହି କାରଣ ପାଇଁ ଦୁଇ ପରିବାର ୨୨ ଡିସେମ୍ବରକୁ ବିବାହ ସମାରୋହ ଆୟୋଜନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ରିସେପ୍ସନ ୨୪ ଡିସେମ୍ବରରେ ହାଇଦ୍ରାବାଦରେ ହେବ ।
ତେବେ ସିନ୍ଧୁଙ୍କ ଭାବିସ୍ବାମୀ ଟି୨୦ ଲିଗ୍ ଆଇପିଏଲ ସହିତ ଜଡିତ । ଲିଙ୍କଡିନ୍ ବାୟୋରେ ମଧ୍ୟ ଭେଙ୍କଟ ବିଷୟରେ ଲେଖାଯାଇଛି । ଆଇପିଏଲ ଫ୍ରାଞ୍ଚାଇଜକୁ ମ୍ୟାନେଜ କରନ୍ତି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications