For Quick Alerts
Turn On Notification  
For Daily Alerts
Oneindia App Download

ଋଷରେ ଧମାଲ୍ କରିବ ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା'

ଋଷରେ ଧମାଲ୍ କରିବ ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା'

|

ମୁମ୍ବାଇ: ଆଲ୍ଲୁ ଅର୍ଜୁନଙ୍କ କ୍ୟାରିୟରର ସବୁଠାରୁ ବଡ ହିଟ୍ ଫିଲ୍ମ 'ପୁଷ୍ପା: ଦ ରାଇଜ୍' ଭାରତୀୟ ବକ୍ସ ଅଫିସରେ ଚହଳ ସୃଷ୍ଟି କରିଥିଲା । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ଅନ୍ତର୍ଜାତୀୟ ସ୍ତରରେ ମୁକ୍ତିଲାଭ ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । ଏହି ଚଳଚ୍ଚିତ୍ର ୮ ଡିସେମ୍ବରରେ ଋଷି ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି । ବର୍ତ୍ତମାନ ନିର୍ମାତାମାନେ ସୋସିଆଲ ମିଡିଆରେ ଋଷି ଭାଷାରେ 'ପୁଷ୍ପା'ର ଟ୍ରେଲର ରିଲିଜ କରିଛନ୍ତି ।

puspa

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ 'ପୁଷ୍ପା: ଦ ରାଇଜ୍'ର ସ୍ୱତନ୍ତ୍ର ଶୋ ପ୍ରିମିୟର୍ ଡିସେମ୍ବର ୧ ଏବଂ ୨ ତାରିଖରେ ଅନୁଷ୍ଠିତ ହେବ । ଏହି ଚଳଚ୍ଚିତ୍ରଟି ଡିସେମ୍ବର ୧ ରେ ମସ୍କୋରେ ଏବଂ ଡିସେମ୍ବର ୩ ସେଣ୍ଟ ପିଟର୍ସବର୍ଗରେ ଏହି ଫିଲ୍ମର ଏକ ସ୍ୱତନ୍ତ୍ର ପ୍ରିମିୟର ହେବ । ନିଜ ଟିମ୍ ସହ ଆଲ୍ଲୁ ଅର୍ଜୁନ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥି ସହିତ ଏହାର ସ୍କ୍ରିନିଂ ଋଷର ନେଟୱାର୍କ ସିନେମା ଘର, ସିନେମା ପାର୍କ, ମସ୍କୋ, ସେଣ୍ଟ ପିଟର୍ସବର୍ଗ ଏବଂ ଅନ୍ୟାନ୍ୟ ସହରରେ ଫିଲ୍ମର ସ୍କ୍ରିନିଂ କରାଯିବ ।


ଭାରତୀୟ ଚଳଚ୍ଚିତ୍ର ମହୋତ୍ସବର ଏକ ଅଂଶ ଭାବରେ ଋଷର ୨୪ ଟି ସହରରେ ପ୍ରଦର୍ଶିତ ହେବାକୁ ଥିବା ୬ଟି ଫିଲ୍ମ ମଧ୍ୟରୁ 'ପୁଷ୍ପା: ଦି ରାଇଜ୍' ଅନ୍ୟତମ । ଚଳିତ ବର୍ଷ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏସ୍ ରାଜାମୌଲିଙ୍କ ଟ୍ରିପଲ ଆର୍, କରଣ ଜୋହରଙ୍କ 'ମାଇ ନେମ ଇଜ୍ ଖାନ', 'ଡିସ୍କୋ ଡ୍ୟାନ୍ସ', 'ଦଙ୍ଗଲ' ଏବଂ 'ୱାର୍' ମଧ୍ୟ ପ୍ରଦର୍ଶିତ ହେବ । ସୁକୁମାରଙ୍କ ନିର୍ଦ୍ଦେଶିତ 'ପୁଷ୍ପା: ଦି ରାଇଜ୍'ରେ ମୁଖ୍ୟ ଭୂମିକାରେ ଆଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଏବଂ ଫହଦ୍ ଫାସିଲଙ୍କୁ ଦେଖିବା ପାଇଁ ମିଳିଥିଲା । ବ୍ଲକବଷ୍ଟର ଫିଲ୍ମ ପରେ ବର୍ତ୍ତମାନ ଦର୍ଶକମାନେ ଏହାର ସିକ୍ୱେଲ 'ପୁଷ୍ପା: ଦି ରୁଲ୍' କୁ ଅପେକ୍ଷା କରିଛନ୍ତି, ଯାହାର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Pushpa Russian Trailer Out
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X