Get Updates
Get notified of breaking news, exclusive insights, and must-see stories!

ପୁଷ୍ପା-୨'ର କ୍ରେଜ୍: ମୁକ୍ତିଲାଭ କରିବା ପୂର୍ବରୁ ସିନେମାକୁ ବଡ଼ ସଫଳତା, ଆୟ କଲା ଏତେ କୋଟି

Pushpa 2: ଡିସେମ୍ବରର ୫ ତାରିଖରେ ରିଲିଜ୍ ହେବ ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨,ହେଲେ ଏହା ପୂର୍ବରୁ ସିନେମାକୁ ମିଳିଛି ବଡ଼ ସଫଳତା । ସିନେମାଟି ପ୍ରେକ୍ଷାଳୟରେ ମୁ୍କ୍ତିଲାଭ କରିବା ପୂର୍ବରୁ ପ୍ରାୟ ୫୫ କୋଟିର ବ୍ୟବସାୟ କରିସାରିଲାଣି । ଏହି ଆୟ ହିଁ କହୁଛି ଦର୍ଶକଙ୍କ ମଧ୍ୟରେ ଏହି ସିନେମାର କ୍ରେଜ୍ କେତେ ଅଧିକ ରହିଛି । ତେବେ ଅନେକ ରିପୋର୍ଟରେ ଦାବି କରାଯାଉଛି ଏହି ଫିଲ୍ମ ଚଳିତ ବର୍ଷର ଅନେକ ରେକର୍ଡ ବ୍ରେକ୍ କରିବ ।

ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା ୨' ଏହି ସପ୍ତାହରେ ମୁକ୍ତିଲାଭ କରିବାକୁ ଯାଉଛି । ଆଲୁ ଅର୍ଜୁନ-ରଶ୍ମିକା ମନ୍ଦନାଙ୍କ ଅଭିନିତ ଏହି ସିନେମାର ପ୍ରମୋଟରେ ଏବଂ ପୁରା ଟିମ୍ ବ୍ୟସ୍ତ ଅଛି । ସୋସିଆଲ ମିଡିଆରେ ଆଲ୍ଲୁ ଅର୍ଜୁନଙ୍କର ଅନେକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ଜନତାର କ୍ରେଜ୍ ଦେଖି ଲାଗୁଛି ଫିଲ୍ମଟି ସୁପରହଟ୍ ହେବା ପାଇଁ ଯାଉଛି । ବକ୍ସ ଅଫିସରେ ଆୟର ସମସ୍ତ ରେକର୍ଡ ଭାଙ୍ଗିବାକୁ ଯାଉଛି ଏହି ସିନେମା ।

Pushpa 2

ଅନ୍ୟପଟେ ସିନେମାର ଟିକେଟ୍ ଦର ଖୁବ୍ ଅଧିକ ରହିଛି । ଭୁବନେଶ୍ୱରରେ ପୁଷ୍ପା-୨ ଟିକେଟ୍ ଦର ୪୦୦ ଟଙ୍କା ଥିବା ବେଳେ ଦିଲ୍ଲୀ ମୁମ୍ବାଇରେ ବର୍ତ୍ତମାନ ୨୪୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିପରି ଆଜି ଫିଲ୍ମର ୧୩ ଲକ୍ଷରୁ ଅଧିକ ଟିକେଟ୍ ବୁକ୍ ହୋଇସାରିଛି। ଡିସେମ୍ବର ୩ ସନ୍ଧ୍ୟା ସୁଦ୍ଧା ପୁଷ୍ପା-୨ ଆଡଭାନ୍ସ ବୁକିଂରେ ୪୧ କୋଟି ଟଙ୍କା ରୋଜଗାର କରିଛି ଏବଂ ବ୍ଲକ୍ ସିଟ୍ ସହିତ ଏହା ୫୫ କୋଟି ଟଙ୍କରା ବୁକ୍ ହୋଇସାରିଛି ।

ରିପୋର୍ଟ ଅନୁଯାୟୀ ତେଲେଙ୍ଗାନାରେ ସର୍ବାଧିକ ଆଡଭାନ୍ସ ବୁକିଂ ହୋଇଛି । ରାଜ୍ୟରେ ୧୨.୨୨ କୋଟି ଆଡଭାନ୍ସ ବୁକିଂ ହୋଇଥିବା ନେଇ ସୂଚନା ରହିଛି । ସେହିପରି କର୍ଣ୍ଣାଟକରେ ପ୍ରାୟ ୫.୨୫ କୋଟି ଟଙ୍କାର ଆଡଭାନ୍ସ ବୁକିଂ ହୋଇଥିବା ନେଇ ଦାବି କରାଯାଇଛି । ସେହିପରି ଦିଲ୍ଲୀ ଓ ବେଙ୍ଗାଲୁରୁରେ ପ୍ରାୟ ୧୮୦୦ ରୁ ୨୪୦୦ ଟଙ୍କାରେ ଟିକେଟ୍ ବିକ୍ରି ହେଉଛି । ତେବେ ମହଙ୍ଗା ସତ୍ୱେ ଲୋକ ଟିକେଟ୍ କିଣିବା ପାଇଁ ପଛଘୁଞ୍ଚା ଦେଉ ନାହାଁନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+